କୁକୁର ଗଣନ। କରିବେ ରାଜ୍ୟ ସରକ।ର
କୁକୁର ଗଣନା କରିବେ ରାଜ୍ୟ ସରକାର
ଭୁବନେଶ୍ୱର, ୨୩/ ୮ : ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଥିବାବେଳେ
64ହଜାର ପୋଷା କୁକୁର ଅଛନ୍ତି । ରାଜ୍ୟରେ ଥିବା ସମସ୍ତ ବୁଲା କୁକୁରଙ୍କ ଗଣନା କରିବେ ରାଜ୍ୟ ସରକାର । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବନ୍ଧ୍ୟାକରଣ, ଗଣନା ଓ ଟୀକାକରଣ କରାଯିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ । ଏହାସହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜଳାନ୍ତକ ରୋଗରେ ପୀଡିତଥିବେ ଆଶ୍ରୟ ସ୍ଥଳରେ ରଖାଯିବ । ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଏବଂ ୬୪ ହଜାର ପୋଷା କୁକୁର ଅଛନ୍ତି । ସେହିପରି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବାକୁ ନଦେବାକୁ ମୁନିସିପାଲିଟି ସଚେତନ କରିବ । ସେହିପରି ଯେଉଁମାନେ କିଛି ଆକ୍ରମଣ ଶୀକାର ହେବେ କିମ୍ପା ଦୁର୍ଘଟଣାରେ ପୀଡ଼ିତ ହେଲେ ଟୋଲ୍ ଫ୍ରି ନମ୍ପର ୧୯୬୨ରେ କଲ୍ କଲେ କୁକୁରଙ୍କୁ ଆଣି ଚିକିତ୍ସା କରାଯାଇ ଛଡ଼ାଯାଉଛି । ଏହା ସହ ରାସ୍ତା କଡ଼ରେ ଚିକେନ ମଟନ କାଟି ଏଣେ ତେଣେ ପକାଇପାରିବେ ନାହିଁ କମ୍ବା ବୁଲ
କୁକୁରଙ୍କୁ ବଳକା ମାଂସ ନଦେବାକୁ ନିର୍ଦ୍ଦେଶ ଦେଇ ଦେଇଛନ୍ତି |