Education

କୋଷାଗୁମୁତ। ଅଞ୍ଚଳରେ ମହ।ବଳ ବ।ଘ ର ଭୟ ଯାଞ୍ଚ କରୁଛି ବନ ବିଭାଗ ର ଟିମ

କୋଷାଗୁମୁଡ଼ା ଅଞ୍ଚଳ ରେ ମହାବଳ ବାଘର ର ଭୟ ଯାଞ୍ଚ କରୁଛି ବନ ବିଭାଗ ର ଟିମ୍

କୋଷାଗୁମୁଡା,୨୨/ ୮

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ର ଏକୋରି ଓ ନୂନପାଣି ଛକ ଉପରେ ଏକ ମହାବଳ ବାଘ ଚାଲିଯାଉଥ‌ିବା ଏକ ଫୋଟ ଓ ଭିଡିଓ ଟି ସକାଳ ୮:୪୦ସମୟରେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ବେଳେ ପୁଣି ଏକ ଫୋଟ କିଛି ଘଣ୍ଟା ପରେ ସେହି ଏକା ସ୍ଥାନ ରେ ଦୁଇଟି ମହାବଳ ବାଘ ସାମ୍ନା ସାମ୍ନି ଭାବରେ ଚାଲୁଥୁବା ଏକ ଫୋଟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥ‌ିବା ଦେଖୁବାକୁ ମିଳିଛି ।ବର୍ତ୍ତମାନ ଏହି ଭାଇରଲ ମହାବଳ ବାଘ ର ଫୋଟ ଏବଂ ଭିଡ଼ିଓ କୁଦେଖୁ ଅଞ୍ଚଳର ଜନସାଧାରଣ ଙ୍କ ଭିତରେ ଏକ କକୁଆ ଭୟ ଖେଳିଯାଇଛି । ଏହି ମହାବଳ ର ପାଦ ଚିନ୍ହ କୁ ମଧ୍ୟ ଭାଇରଲ ହୋଇଛି। ଏପଟେ ଏହି ଫୋଟ ଭାଇରଲ କୁଦେଖୁ କୋଡ଼ିଙ୍ଗା ବନ ଅଧୂକାରୀ ତଥା ରେଞ୍ଜର ପୁର୍ଣଚନ୍ଦ୍ର ନନ୍ଦ ଓ ତାଙ୍କ ଟିମ ସବଳେ ସକାଳ ୧୦ ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁସନ୍ଧାନ ରେ ଥୁଲେ। ଖବର ପ୍ରେରଣ ସମୟ ମଧ୍ୟରେ ମଧ୍ୟ ବନବିଭାଗ ଅଧୂକାରୀ ସବଳେ ଭକ୍ତ ଏକୋରି ଗ୍ରାମର ଛକ ଅଞ୍ଚଳ ରେ ଅନୁସନ୍ଧାନ ଜାରି ରଖୁଥୁବା ଜଣାପଡ଼ିଛି । ରେଞ୍ଜର ଶ୍ରୀ ନନ୍ଦ ଙ୍କ ସୂଚନା ପ୍ରକାରେ ଗୋଟିଏ ଫୋଟ ସକାଳେ ଭାଇରଲ ହୋଇଥୁଲା ପୁଣିଥରେ କିଛି ଘଣ୍ଟା ପରେ ଦୁଇଟି ମହାବଳ ବାଘ ର ଫୋଟ ଭାଇରଲ ହୋଇଛି ତାହା ସହ ବାଘ ର ପାଦ ଚିହ୍ନ ମଧ୍ୟ ରହିଛି। ହେଲେ ଏହି ଘଟଣା କେତେ ଦୂର ସତ୍ୟ ତାହା ଦେଖୁବାକୁ ସବଳେ ରେଞ୍ଜର ମଙ୍ଗଳବାର ସକାଳେ ପ୍ରାୟ ୯ଘଣ୍ଟା ଜଙ୍ଗଲ ରେ ପାଦରେ ଚାଲି ଚାଲି ଅନୁସନ୍ଧାନ ଜାରୀ ରଖୁଥୁଲେ। ହେଲେ କୌଣସି ପ୍ରକାର ବାଘ ଉପସ୍ଥିତ ବିଷୟରେ ତଥ୍ୟ ସନ୍ଧ୍ୟା ୭ଟା ସୁଦ୍ଧା ମିଳିନଥିବା ବେଳେ ଶୁକ୍ରବାର ରାତିରେ ମଧ୍ଯ ଅନୁସନ୍ଧାନ ଜାରି ରଖୁବୁ ।ରାତିରେ

ଯଦି ବାଘ ଅଞ୍ଚଳ ରେ କୌଣସି ଅଘଟଣ ର ଚିନ୍ହ ଛାଡେ କିମ୍ବା ବାଘ ଉପସ୍ଥିତ ଉପରେ କିଛି ତଥ୍ୟ ସାମ୍ନା କୁ ଆସେ କିମ୍ବା ଯଦି କିଛି ସୂଚନା ମିଳିଲେ ସର୍ବସାଧାରଣରେ ସୂଚନା ପ୍ରକଟ କରାଯିବ ବୋଲି ରେଞ୍ଜର ଶ୍ରୀ ନନ୍ଦ କହିଛନ୍ତି । ଏପଟେ ଏହି ଫୋଟ କୁ କିଏ ଭାଇରଲ କରିଛି, ଏହା କେତେଦୂର ସତ୍ୟ ତାହା ଆଗକୁ ବନବିଭାଗ ର ଅନୁସନ୍ଧାନ ଉପରେ ଦେଖୁବାରେ ରହିଲା । ନିକଟରେ ଥ‌ିବା ଛତିସଗଡ଼ ରାଜ୍ୟର ଘଞ୍ଚ ରାଜ୍ୟ ରୁ ବାଘ ଆସିଥୁବ କିବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏକ ପ୍ରଶ୍ନ ସୃଷ୍ଟି ହେ ଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button