ହିନ୍ଦୁ ଦେବା ଦେବୀ ବିରୋଧରେ ଆପତ୍ତିଜନକ ମନ୍ଥଭ ଥ।ନ।ରେ ଏତଲ। ଦେଲେ ନବରଙ୍ଗପୁର ବଜରଙ୍ଗ ଦଳ
ହିନ୍ଦୁ ଦେବାଦେବୀ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଥାନାରେ ଏତଲା
ନବରଙ୍ଗପୁର,23/8: ଆପତ୍ତିଜନକ ମନ୍ତବ୍ୟ ରହିଥିବା ଭିଡିଓକୁ
ଜଣେ ଯୁବକ ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରି ଭାଇରାଲ୍ କରିଥିବାରୁ ନବରଙ୍ଗପୁର ଥାନାରେ ଏତଲା ଦାଏର କରାଯାଇଛି | ନବରଙ୍ଗପୁର ଜିଲ୍ଲାର ଜନୈକ ଯୁବକ ହିନ୍ଦୁ ଧର୍ମ ବିରୋଧରେ ଓ ହିନ୍ଦୁ ଦେବାଦେବୀଙ୍କ ବିରୁଦ୍ଧରେ ଦୀର୍ଘ ଦିନ ଧରି ଫେସବୁକରେ ପୋଷ୍ଟ କରିଆସୁଛନ୍ତି। ଗତ ଦୁଇଦିନ ହେବ ହିନ୍ଦୁ ଦେବଙ୍କ ସମ୍ପର୍କରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ନବରଙ୍ଗପୁର ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦ ଓ ଇସ୍କନ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବଜରଙ୍ଗ ଦଳର ୫୦ରୁ ଊର୍ଦ୍ଧ୍ବ ସଦସ୍ୟମାନେ ନବରଙ୍ଗପୁର ଥାନାରେ ପହଞ୍ଚି ଉକ୍ତ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ଦେଇଥିଲେ। ଟାଉନ୍ ଥାନା ଅଧିକାରୀ ସମ୍ବିତ ବେହେରା ଏତଲା ଗ୍ରହଣ କରି ତଦନ୍ତ କରିବେ ବୋଲି କହିଥିଲେ। ଏତଲା ପ୍ରଦାନ ସମୟରେ ବଜରଙ୍ଗ ଦଳର ସୂରଜ ହରିଜନ, ଦାସ ଉପସ୍ଥିତ ରହିଥିଲେ |