Education

ସ୍କୁଲ ରେ ତ।ଲ। ପକ।ଇ ଚ।ଲିଗଲେ ଶିକ୍ଷକ, ରହିଗଲେ ଦ୍ଵିତୀୟ ଶ୍ରେଣୀ ର ଛାତ୍ର ଛାତ୍ରୀ ଝରକ। ରେଲିଂରେ ଲଟକିଲେ 18 ଘଣ୍ଟା

ସ୍କୁଲ ତାଲା ପକାଇ ଚାଲିଗଲେ ଶିକ୍ଷକ, ରହିଗଲେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ

ଝରକା ରେଲିଂରେ ଲଟକିଲେ ୧୮ ଘଣ୍ଟା

କେନ୍ଦୁଝର,୨୨/୮: କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ୍ ଅନ୍ତର୍ଗତ ଅଞ୍ଜର ସରକାରୀ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦାୟିତ୍ବହୀନତା କାରଣରୁ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସାରା ରାତି ଏକ ଝରକା ରେଲିଂରେ ଲଟକି ରହିଛନ୍ତି। ଛାତ୍ରୀ ଜଣକ ହେଲେ ପଥରୀବାଡ଼ ଗ୍ରାମର କୁନା ଦେହୁରୀଙ୍କ ଶିଶୁ କନ୍ୟା ଜ୍ୟୋତ୍ସ୍ନା ଦେହୁରୀ ।

ପୂରା ଘଟଣାଟି ଏମିତି । ବାଂଶପାଳ ବ୍ଲକ୍

ତଳକଇଁସାରୀ ପଞ୍ଚାୟତର ଅଞ୍ଜର ୟୁଜି ୟୁପି ସରକାରୀ

ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀରେ ପଢ଼ତି ଜ୍ୟୋତ୍ସ୍ନା ।

ଗୁରୁବାର ଦିନ ବିଦ୍ୟାଳୟ ଛୁଟି ହେଲା ଜ୍ୟୋତ୍ସ୍ନା

ଶ୍ରେଣୀ ଗୃହରେ ରହି ଯାଇଥିବା ବେଳେ ବାହାରୁ

ତାଲା ପକାଇ ଶିକ୍ଷକମାନେ ପଳାଇ ଯାଇଥିଲେ ।

ଅନ୍ଧାର କୋଠରୀରେ ଦୀର୍ଘସମୟ ରହିବା ପରେ ବାହାରିବା ଲାଗି ଝରକା ରେଲିଂ ବାଟେ ବାହାରିବାକୁ ଚେଷ୍ଟା କରିଥିଲା ଶରୀର ପଦାକୁ ବାହାରି ଯାଇଥିବା ବେଳେ ମୁଣ୍ଡ ରେଲିଂରେ ଅଟକି ଯାଇଥିଲା । ଝରକା ରେଲିଂରେ ଶିଶୁ କନ୍ୟା ଲଟକି ରହିଥିଲା ।

ଝିଅ ଘରକୁ ନଫେରିବାରୁ ପରିବାର ଲୋକେ

ରଡ୍‌କୁ ବଙ୍କା କରିବାରୁ ବାହାରିଲା ମୁଣ୍ଡ

ପ୍ରଧାନଶିକ୍ଷକ ନିଲମ୍ବିତ

ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶୁକ୍ରବାର ସକାଳୁ ପରିବାର ଲୋକେ

ଶିଶୁକୁ ଖୋଜାଖୋଜି କରି ବିଦ୍ୟାଳୟରେ ପହଞ୍ଚିବା ପରେ ଝିଅକୁ ଏମିତି ଅବସ୍ଥାରେ ଦେଖିଥିଲେ । କିଛି ସ୍ଥାନୀୟ ଲୋକ ରେଲିଂକୁ ବଙ୍କାଇ ଢ଼ିଲା କରି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତୁରନ୍ତ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

ଏହି ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହାସହିତ ଅନ୍ୟ ୩ ଜଣ ସ‌ହକାରୀ ଶିକ୍ଷୟିତ୍ରୀ ସଞ୍ଜିତା ଦାସ, ଚିନାମଣୀ ସାହୁ ଓ ମମତା ବେହେରାଙ୍କୁ କୈଫିୟତ ତଲବ କରାଯାଇଛି।

ଶିକ୍ଷକ, ଶିକ୍ଷୟିତ୍ରୀ ବିଦ୍ୟାଳୟ ବନ୍ଦ ପରେ ତାଲା ପକାଇବା ସମୟରେ ଉପସ୍ଥିତ ନରହି ପିଲାଙ୍କ ଦ୍ୱାରା ଶ୍ରେଣୀ କୋଠରୀରେ ତାଲା ପକାଇଥିବାରୁ କର୍ଭବ୍ୟରେ ଅବହେଳା କରିଥିବା ଦର୍ଶାଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲା ଶିକ୍ଷାଧୁକାରୀ ପୂର୍ଣ୍ଣଚନ୍ଦ୍ର ବରିହା କହି ଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button