ମଦ ଦୋକାନରୁ ଲୁଟ ମ।ମଲ।ରେ ପ। ଞ୍ଚ ଗିରଫ ଅଭିଯୁକ୍ତ
ମଦ ଦୋକାନରୁ ଲୁଟ୍ ମାମଲାରେ ୫ ଗିରଫ ଅଭିଯୁକ୍ତ ।
ତେନ୍ତୁଳିଖୁଣ୍ଟି, ତ।:୨୩/୮
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକାମ୍ବାସ୍ଥିତ ଓଏସ୍ ମଦ ଦୋକାନରୁ ଲୁଟ୍ ମାମଲାରେ ସମ୍ପୃକ୍ତ ଥୁବା ଅଭିଯୋଗରେ ତେନ୍ତୁଳିଖୁଣ୍ଟି ପୋଲିସ ଶୁକ୍ରବାର ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଜୁ ହରିଜନ, ମୋଳେସ ହରିଜନ, ବାଦଲ ହରିଜନ, ଘାସି ହରିଜନ, ରାଜୁ ହରିଜନ । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ୩ଟି ବାଇକ୍, ୫ହଜାର ଟଙ୍କା, ମାରଣାସ୍ତ୍ର ଏବଂ ଠେଗୀ ଜବତ କରିଛି ଏହି ଘଟଣାରେ ସମ୍ପୃକ୍ତ ଥୁବା ଅନ୍ୟ ଦୁଇ ସହଯୋଗୀ ସୁଧୀର ଓ ବାବୁ ଫେରାର ଥୁବା ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପ୍ରଣ ସୂଚନା ଦେଇଛନ୍ତି
ଅଗଷ୍ଟ ରାତିରେ ଏହି 5 ତାରିଖ ବିଳମିତ à ୭ଜଣ ଅଭିଯୁକ୍ତ ଏକାମାସ୍ଥିତ ଓଏସ୍ ମଦ ଦୋକାନରେ ପଶି ସ୍ଥାନୀୟ
ପରିଚାଳକ ଚାଳକ ସନ୍ତୋଷ କୁମାରଙ୍କୁ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ଏଣ୍ଟ୍ସହ ସନ୍ତୋଷଙ୍କ ମୋବାଇଲ ମଧ୍ୟ ନେଇଯାଇଥିଲେ। ଏ ସମ୍ପର୍କରେ ପରିଚାଳକ ସନ୍ତୋଷ ଦୋକାନ ମାଳିକ ଲୋକନାଥ ଯାଦବଙ୍କୁ ଜଣାଇବା ପରେ ସେ ତେନ୍ତୁଳିଖୁଣ୍ଟି ଥାନା ଅଧୁକାରୀଙ୍କ ଫୋନ୍ କରି ଲୁଟ୍ ସମ୍ପର୍କରେ କହିଥିଲେ। ଆଇଆଇସି ଟୁଡୁ ଘଟଣାସ୍ଥଳରେ ପହଞ୍ଚୁ ସ୍ଥିତି ଅନୁଧ୍ୟାନ କରିବା ସହ ନିଜ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ କରିଥିଲେ। ସିତିଆର୍ ତଥା ଅନ୍ୟାନ୍ୟ ବୈଷୟିକ ଦିଗରେ ତଦନ୍ତ କରିବା ସହ ମୋବାଇଲ ନମ୍ବରର ଲୋକେଶନ ଚିହ୍ନଟ କରି ବଣିଆ ଗ୍ରାମର ବିଜୁ ହରିଜନ ଓ ଗୁପ୍ତ ହରିଜନଙ୍କ ସହ କଥାବାର୍ଭା ହୋଇଥିବା ଜଣାପଡ଼ିଥିଲା । ତଦନ୍ତ ପାଇଁ ବିଜୁଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେ ଅନ୍ୟ ସହଯୋଗୀଙ୍କ ନାମ କହିଥିଲେ ।