DistrictMalkangiriOdishaPolitics

ଆଦିବାସୀ ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି, ୨୨/୮: ମାଲକାନଗିରି ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘର ୧୫ ଗୋଟି ଅନୁସୂଚିତ ଜନଜାତି ମିଳିତ ହୋଇ ଜ଼ିଲ୍ଲାର ବିଭିନ୍ନ ସମସ୍ୟା ନେଇ ୧୪ ଗୋଟି ଦାବି ଜ଼ିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ପ୍ରଦାନ କରିଛନ୍ତି।ଏହି ଦାବିଗୁଡିକ ଗୁଡ଼ିକ ହେଲା ଆଦିବାସୀ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, ସାମାଜିକ ,ଆର୍ଥିକ, ସଂସ୍କୃତିକ କ୍ଷେତ୍ରରେ ଉନ୍ନତି ଆଣିବା। ତନ୍ମଧ୍ୟରୁ ଆଦିବାସୀମାନଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ,ଗୋଷ୍ଠୀଗତ ପଟ୍ଟା ପ୍ରଦାନ, ଜ଼ିଲ୍ଲାରେ ଚାଷୀମାନେ ୟୁରିଆ ସାର ପାଇବାରୁ ବଞ୍ଚିତ ହୋଇଛନ୍ତି।

ତୁରନ୍ତ ସାର ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନ୍ତ।ବେଆଇନ ଅନୁପ୍ରବେଶକାରୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମାଲକାନଗିରି ଜ଼ିଲ୍ଲା ଏକ ପଞ୍ଚମ ଅନୁସୂଚି ଅଞ୍ଚଳ ହେତୁ କେବଳ ଆଦିବାସୀ ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଉ । ବିକାଶ ନାମରେ ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇ ଥଇଥାନ କରାଯାଉ। ରେଳ ପଥ ନିମନ୍ତେ ଜମି ଅଧିଗ୍ରହଣ କରାଯାଉଥିବା ବେଳେ ଜମି ହରାଉଥିବା ଜମି ମାଲିକମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯାଉ । ସ୍କୁଲ ଓ କଲେଜଗୁଡିକରେ ଆଦିବାସୀ ନାବାଳିକାମାନଙ୍କୁ ଅନ୍ୟାୟ, ଅତ୍ୟାଚାର କରାଯାଉଥିବା ବେଳେ ଏହାର ତଦନ୍ତ କରି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।

ସ୍ୱାସ୍ଥ୍ୟ ସମସ୍ୟା, ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ଯ, ଯଥା :-ମହୁଲ, ଟୋଲା, କେନ୍ଦୁପତ୍ର ଆଦିର ଉଚିତ ମୂଲ୍ୟ ପ୍ରଦାନ କରାଯାଉ । ବେଆଇନ ବାଲିଘାଟରୁ ବାଲି ଚୋରା ଚାଲାଣ,ବେଆଇନ ପଥର କୁଆରି ସ୍ଥାପନ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ଏଭଳି ଅନେକ ସମସ୍ୟା ମାଲକାନଗିରି ଜ଼ିଲ୍ଲା ରେ ଦୃଷ୍ଟି ଗୋଚର ହୋଇଛି ଯାହାକି ଜ଼ିଲ୍ଲା ପ୍ରଶାସନ, ସହ ରାଜନୈତିକ ନେତୃବୃନ୍ଦ ଦୃଷ୍ଟି ଦେବା ଆବଶ୍ୟ ରହିଛି ବୋଲି ଜ଼ିଲ୍ଲା ଆଦିବସୀଙ୍କ ସଂଘ ଦାବି କରିଛି।

ଏହି ଅବସରରେ ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସଭାପତି ବନ୍ଧୁ ମୁଦୁଲି, ଡିଡ଼ାଇ ସମାଜ ସଭାପତି ବଂଶୀଧର ମୁଦୁଲି, ବଣ୍ଡା ସମାଜ ସଭାପତି ମୁକୁନ୍ଦ ମାଝୀ, ଗାଦବା ସମାଜ ସଭାପତି ଭୀଷ୍ମ ଖିଲ, କନ୍ଧ ସମାଜ ସମ୍ପାଦକ ହରି ଗୋଲରୀ, ଭୂମିଆ ସମାଜ ସଭାପତି ସମାରୁ ନାୟକ, ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ ସମ୍ପାଦକ ଦେବେନ୍ଦ୍ର ଖିଲ,ସାନ୍ତାଳ ସମାଜ ସଭାପତି ବବୁଲୁ ମୁର୍ମୁ, ଦୁରୁଆ ସମାଜ ସଭାପତି ଗୁପ୍ତ ଦୁରୁଆ, କୋୟା ସମାଜ ସମ୍ପାଦକ ଏରା ପଡିଆମୀ, ଜ଼ିଲ୍ଲା ଆଦିବାସୀ ସମାଜ ମହାସଂଘ କୋଷାଧକ୍ଷ ବୁଦ୍ରା କାର୍ତ୍ତାମୀ ଓ ଆଦିବାସୀ ସମାଜ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button