Education

ରକ୍ତ ହୀନତ। ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତ।ଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି, 23/8: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ଏକ ତାଲିମ୍ଵା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବି ଡି ଓ ଶରତ ମାଝୀ ଙ୍କ ସଭାପତିତ୍ୱରେ ସମ୍ମାନୀତ ଅତିଥି ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଅଞ୍ଚଳା ସରପଞ୍ଚ ରମେଶ ମାଝୀ, ଜୁନାପାଣି ସରପଞ୍ଚ ଦୟାନିଧୂ ଉତୁକ୍ଷ, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲୁ, ସି ଏଚ ଓ ଇତିଶ୍ରୀ ମହାରଣା ଆକାଂକ୍ଷା ବ୍ଳକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ ପ୍ରମୂଖ ମଞ୍ଚ ରେ ଉପସ୍ଥିତ ଥିବା ବେଳେ ଆଶା ୭୦ ଜଣ, ମହିଳା ସ୍ଵାସ୍ଥ୍ୟ କର୍ମୀ ୪ ଜଣ ଉପସ୍ଥିତ ରହି ଥିଲେ । ଅଧ୍ଯକ୍ଷ ଙ୍କ ସହ ସମସ୍ତ ଅତିଥ୍ ଗଣ ରକ୍ତ ହୀନତା ହେବାର ଲକ୍ଷଣ ଓ ନିରାକରଣ କରିବା ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ଗଢି ତୋଳିବା ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ କ୍ଷ ରକ୍ତ ହୀନତାରେ ଆଖୁ ହଳଦିଆ ହୋଇଯିବା ଓଠ ଫାଟିଯିବା, ଦୁର୍ବଳ ହେବା, ବାନ୍ତି କରିବା, ମୁଣ୍ଡ ବିନ୍ଧିବା ପ୍ରଭୃତି ଲକ୍ଷଣମାନ ପ୍ରକାଶ ପାଇବା କ୍ଷଣି ସ୍ଥାନୀୟ ଡାକ୍ତରଖାନା କୁ ଆଣି ତୁରନ୍ତ ଚିକିତ୍ସା କରାଇବାକୁ ଆଶା ଓ ମହିଳା ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥୁଲା କ୍ଷ ଯେପରି ସ୍ୱାସ୍ଥ୍ୟ ସେବା ରୁ କେହି ବଞ୍ଚିତ ନ ହୁଅନ୍ତି ସେଥ‌ିପ୍ରତି ସମସ୍ତ ଙ୍କ ଦୃଷ୍ଟି ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇ ପାରିଲେ ରକ୍ତ ହୀନତା ଗ୍ରାମ ପଞ୍ଚାୟତ ନିଶ୍ଚୟ କରିପାରିବା, ଏଥରେ ସଂଶୟ ରହିବ ନାହିଁ କ୍ଷ ଉକ୍ତ କାର୍ଯ୍ୟକ୍ରମ କୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button