Education

9 ଟି ନୂଆ ଏନଏସି ଘୋଷଣ। 31 ରେ

୯ଟି ନୂଆ ଏନ୍‌ଏସି ଘୋଷଣା ୩୧ରେ

ଭୁବନେଶ୍ୱର,23/8: ଆଗାମୀ ସ୍ନାୟତ୍ତ ଶାସନ ଦିବସ ଅବସରରେ ବଡ଼ ଘୋଷଣା କରିବେ ରାଜ୍ୟ ସରକାର। ଆସନ୍ତା ୩୧ରେ ୯ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏଏସି) ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର। ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୧ଟି ଏଏସି ଗଠନ ନେଇ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମେ ୧୨ଟି ଏନ୍‌ଏସି ନେଇ ବିଜ୍ଞପ୍ତି ଜାରି ହୋଇସାରିଛି। ବାକି ଥିବା ୯ଟି ଏଏସି ଘୋଷଣା ନେଇ ସବୁ ପ୍ରସ୍ତୁତି ସରିଛି। ସ୍ନାୟତ୍ତ ଶାସନ ଦିବସରେ ଏ ନେଇ ଘୋଷଣା ହେବ । ମନ୍ତ୍ରୀ ଡା. ମହାପାତ୍ର କହିଛନ୍ତି, ସହରୀକରଣ ଅଭିବୃଦ୍ଧିରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ପଛୁଆ ରହିଛି ନୂଆ ସରକାର ଆସିବା ପରେ ସହରୀକରଣକୁ ଗୁରୁତ୍ବ ଦିଆଯାଉଛି। ଲୋକେ ସହ ବସବାସ କରିବା ସହ ସହରୀ ସୁବିଧା ଚାହାନ୍ତି। ହେଲେ ନୂଆ ଏନ୍ଏସି ଘୋଷଣା ପାଇଁ ଅନେକ ପ୍ରକ୍ରିୟା ସରିଛି। ବିଭିନ୍ନ ସର୍ଭାବଳୀ ପୂରଣ କରିବା ସହ ଜିଲ୍ଲା ଲ୍ଟାପାଳଙ୍କ ରିପୋର୍ଟ, ନଗର ଉନ୍ନୟନ ବିଭାଗର ତର୍ଜମା, ପଞ୍ଚାୟତିରାଜ ବିଭାଗର କ୍ଲି କ୍ଲିୟରାନ୍ସ ଆଦି ପ୍ରକ୍ରିୟା ଦେଇ ଯିବାକୁ ହେବ। ଲୋକଙ୍କ ମତାମତ ଓ ଆପରି ଅଭିଯୋଗ ଗକୁ ବି ଗୁରୁତ୍ୱ ଦିଆଯାଉଛି। ସବୁ ଆବଶ୍ୟକ ସର୍ଭାବଳୀ ପୂରଣ କରିବା ସହ ପ୍ରକ୍ରିୟା ପୂରଣ କରୁଥିଲେ ନୂଆ ଏନ୍ଏସି ମାନ୍ୟତା ମିଳିବ। ସେହିପରି ଯେଉଁ ଏନ୍ଏସି ମ୍ୟୁନିସିପାଲିଟି ହେବାକୁ ଯୋଗ୍ୟ ହେଉଥିବେ, ସେ ଦିଗରେ ବି ପଦକ୍ଷେପ ବିଚାର କରାଯାଉଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button