Education

ସରକାର ଙ୍କ ନୂଆ ନିୟମ ବ୍ଯବସ୍ତ। ଷ୍ଟାଣ୍ଡାର୍ଡ ନ ଥିବ। ପିଲ। ପ।ସ ହେଲ। ପର୍ଯ୍ୟନ୍ତ ସେଇ କ୍ଲାସ ରେ ରହିବ

ସରକାରଙ୍କ ନୂଆ ବ୍ୟବସ୍ଥା, ଷ୍ଟାଣ୍ଡାର୍ଡ ନଥୁବ ପିଲା ପାସ୍ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ

ଭୁବନେଶ୍ଵର,ତ।:23/8 ଏଣିକି ଷ୍ଟାଣ୍ଡାର୍ଡ ନ ଥୁବ।

ପିଲା ପାସ୍‌ ହେଲା ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ପୂର୍ବ ସରକାରରେ ପାସ୍‌ ଫେଲ୍ ବ୍ଯବସ୍ଥା ନଥିଲା ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ ଭିତରେ ପରୀକ୍ଷା ଦେଇ ପାସ୍ କରିବାକୁ ପଡ଼ିବ। ପାସ୍‌ ହେଲା ପରେ ସେ ଉପରସ୍ତ ଶ୍ରେଣୀକୁ ଯିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ବିଗତ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପାସ୍‌ ଫେଲ୍ ନଥିଲା। ଫଳରେ ପିଲା କଣ ଶିଖୁଲେ ତାହା ଜଣା ପଡୁ ନଥିଲା। ମାତ୍ର ଏବେ ସରକାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି । ପାସ୍ ଫେଲ୍ ଲାଗୁପରେ ପିଲାର ଷ୍ଟାଣ୍ଡାର୍ଡ ଜଣାପଡିବ । ଏହା ସହିତ ଶିକ୍ଷକମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ଅପିଲ୍ କରିଛନ୍ତି ଯେ, ସେମାନେ ପାଠପଢାରେ ଅବହେଳା କରନ୍ତୁ ନାହିଁ। ପିଲା ଯେପରି ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସରକାର ଏସବୁ ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କ‌ହିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button