Education

ଶିଶୁଙ୍କୁ ସୁରକ୍ଷା ସହ ଶିକ୍ଷା ସମ୍ମାନ ଦିଆଯିବ। ଆବଶ୍ୟକ

ଶିଶୁଙ୍କୁ ସୁରକ୍ଷା ସହ ଶିକ୍ଷା ସମ୍ମାନ ଦିଆଯିବା ଆବଶ୍ୟକ

ଜିଲ୍ଲା ପ୍ରଶାସନଙ୍କ ଅଧ୍ଯକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ବୟ ସଭା

ବୈଠକରେ ଜିଲ୍ଲାପାଳ ଓ ଅନ୍ୟମାନେ।

ନବରଙ୍ଗପୁର, 23/8

ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ସଭା ମିଶନ ଶକ୍ତି କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ହୋଇଛି । ଜିଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିଥିଲେ । ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଶିଶୁମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଆଇନ, ୨୦୧୨

(ପୋକ୍‌ସୋ), କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ ଏବଂ ବାଲ୍ୟ ବିବାହ ନିଷେଧ ଆଇନ ସଫଳ ପ୍ରୟୋଗ ନେଇ ଆଲୋଚନା କରାଯାଇଛି।

ବାଲ୍ୟ ବିବାହ, ଶିଶୁ ଶ୍ରମ, ଯୌନ ଅପମାନ, ବିଦ୍ୟାଳୟ ଛାଡ଼ିଦେବା ଓ ଅସୁରକ୍ଷିତ ପ୍ରବାସ ସମସ୍ତେ ଶିଶୁଙ୍କ ମୂଳ ଅଧିକାରର ଉଲ୍ଲଙ୍ଘନ କରିଥାଏ। କୌଣସି ଶିଶୁଙ୍କୁ ଏପରି ପରିସ୍ଥିତିରେ ଯିବାକୁ

ଦେବୁନାହିଁ। ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା, ଶିକ୍ଷା ଓ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ଜିଲାପାଳ କହିଥିଲେ। ଶିଶୁ ସୁରକ୍ଷା କୌଣସି ଗୋଟିଏ ବିଭାଗର କାମ ନୁହେଁ| ପ୍ରତ୍ୟେକ ଅଧିକାରୀ, ସମୁଦାୟ ନେତା, ଶିକ୍ଷକ ଓ ଅଭିଭାବକଙ୍କର ଏହା କର୍ଭବ୍ୟ। ତୃଣମୂଳରୁ ଏହା ଆରମ୍ଭ ହେବା ଉଚିତ୍‌ ସମସ୍ତଙ୍କ ମିଳିତ ଉଦ୍ୟମରେ ଭୟ ଓ ଶୋଷଣମୁକ୍ତ ପରିବେଶ ଶିଶୁଙ୍କ ପାଇଁ ଗଢ଼ିହେବ ବୋଲି

ଅଜୟ ସେ କହିଥିଲେ। ଆଇନ ଦିଗ ଉପରେ ମିଶ୍ର, ସି.ଏଚ.ଶାନ୍ତକରମ ଶିଶୁ ମାନକ ମନସ୍ତତ୍ଵ ସମ୍ପର୍କରେ ମତ ରଖୁଥିଲେ। ଆଙ୍ଗନ ଟ୍ରଷ୍ଟର ପ୍ରଭାସିନୀ ପଟ୍ଟନାୟକ, ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ କହିଥିଲେ। ସଭାରେ ବିଭିନ୍ନ ଅଧୁକାରୀମାନେ ଆଇନର ପ୍ରମୁଖ ଦିଗ ଉପରେ ଆଲୋଚନା କରିଥିଲେ। ସିଡିପିଓ ମାନେ କ୍ଷେତ୍ରସ୍ତରର ସମସ୍ୟା ଏବଂ ସର୍ବୋତମ ଅଭ୍ୟାସ କଣ ସବୁ ରହିଛି ତାହା କହିଥିଲେ। ଏହି ସଭାରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ଏଡିଏମ୍ଓ ମଳୟ ମିଶ୍ର, ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଜିଲା ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ କମିଟି ସଦସ୍ୟ, ଅତିରିକ୍ତ ମଙ୍ଗଳ ଅଧିକାରୀ, ଚାଇଲ୍ଡ ହେଲ୍ପ ଲାଇନ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ସଖ୍ ସେଣ୍ଟର କର୍ମକର୍ତା, ଡିସିପିୟୁରୁ ପ୍ରୋବେସନ ଅଫିସର କିଶୋର ମାର୍ଥା, ସମରେନ୍ଦ୍ର ପରିଡ଼ା, କିଷାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button