Education

ଜ।ଲ ରସିଦ ରେ ଅର୍ଥ ଆତ୍ମସାତ ଘଟଣ। ଫରେଷ୍ଟର ପ୍ରଦୀପ ଦାସ ନିଳମ୍ବିତ

ଜାଲ ରସିଦରେ ଅର୍ଥ ଆତ୍ମସାତ ଘଟଣା

ଫରେଷ୍ଟର ପ୍ରଦୀପ ଦାଶ ନିଲମ୍ବିତ

ନବରଙ୍ଗପୁର, ତା 23/8 ଆଦିବାସୀ ପରିବାରଙ୍କୁ ଜ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ବାହାନାରେ ଜାଲ ରସି ରସିଦରେ ଲକ୍ଷାଧିକ ଲ ଟଙ୍କା ହଡପ ଅଭିଯୋଗରେ ମୋହରା ସେକ୍ସନର ତତ୍କାଳୀନ ଫରେଷ୍ଟର ପ୍ରଦୀପ ଦାଶ ନିଲମ୍ବିତ ହୋଇଛନ୍ତି।

ଏ ସଂକ୍ରାନ୍ତରେ ଗତ ଜୁଲାଇ ୧୭ତାରିଖରେ ପ୍ରଥମେ ‘ପ୍ରଗତିବାଦୀ’ରେ ଖବର ପ୍ରକାଶିତ ହୋଇଥିଲା। ଅଭିଯୋଗର ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା ଏବଂ ଜିଲ୍ଲା ବନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ବନଖଣ୍ଡ ଅକାରାଙ୍କ ପତ୍ର ସଂଖ୍ୟା ଖ୍ୟା ୧୯୦ ତା ୨୦. ୮. ୨୦୨୫ରେ ଅଭିଯୁକ୍ତ ଫରେଷ୍ଟର ପ୍ରଦୀପ ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ, ନବ ବରଙ୍ଗପୁର ଜିଲ୍ଲା ଝରିଗାଁ ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ମୋହରା ରା ସେକ୍ସନରେ କାର୍ଯ୍ୟରତ ତତ୍କା ତତ୍କାଳୀନ ଫରେଷ୍ଟର ପ୍ରଦୀପ ପ ଦାଶ ଚନ୍ଦାହାଣ୍ଡି ବ୍ଳକ ଦଳବେଡ଼ା ପଞ୍ଚାୟତର କାଦୋପାଣି ଗ୍ରାମ ଗ୍ରାମର ୧୭ଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଠକିନେବା ସହ ଜାଲ ରସିଦ ଦେଇ ଚଞ୍ଚକତା କରିଥିଲେ।

19 ହିତାକାରୀମାନେ ସମୟରେ ଠକାମୀର ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟରେ

ଫରେଷ୍ଟର ପ୍ରଦୀପ ଦାଶ

ବନ ବିଭାଗ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ

ପହଞ୍ଚି ଉକ୍ତ ରସିଦ ନକଲି ଜାଣିବା ପରେ ବନପାଳଙ୍କ ଜରିଆରେ ଜିଲ୍ଲା ବନ ସୁରକ୍ଷା ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ଦେଇଥ ।

ସ୍ଥାନୀୟ ଆଦିବାସୀ ମୂ ମୂଳ ନିବାସୀ ସଂଗଠନ ସଭାପତି ଗୌରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କରିଥିବା କରି ଅଭିଯୋଗ ଆଧାରରେ ଡିଏଫଓ ଶୁଭେନ୍ଦୁ ବେହେରା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସିଏଫ ସୁବାସ ଚନ୍ଦ୍ର ଖୁଣ୍ଟିଆ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ଜାଲିଆତି ଓ ଅର୍ଥ ହଡ଼ପ ଅଭିଯୋଗରେ ଡିଏଫଓ ଶ୍ରୀ ବେହେରା ଅଭିଯୁକ୍ତ ଫରେଷ୍ଟର ପ୍ରଶାନ୍ତ ଦାଶଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଫରେଷ୍ଟ ରେଞ୍ଜରେ କାର୍ଯ୍ୟରତ ଅଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button