ଦାଦନ ରୋକିବ।କୁ ଗୁରୁତ୍ତ୍ବ
ସମନ୍ବୟ ବୈଠକ
ଦାଦନ ରୋକିବାକୁ ଗୁରୁତ୍ବ
ନବରଙ୍ଗପୁର,ତା23/8
ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ. ମହେଶ୍ବର ସ୍ଵାଇଁଙ୍କ ଅଧ୍ଯକ୍ଷତାରେ ଜିଲ୍ଲାରେ ଶ୍ରମିକଙ୍କ ସଙ୍କଟ କାଳୀନ ପ୍ରବାସ ହ୍ରାସ କରିବା ନିମନ୍ତେ ଏକ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ସଭା ପରିଚାଳନା କରିଥିଲେ । ବୈଠକରେ ଦାଦନ ରୋକିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଜିଲ୍ଲାର ଅନେକ ଲୋକ ତେଲେଙ୍ଗାନା, ତାମିଲନାଡୁ, କର୍ଣାଟକ, କେରଳ ଆଦି ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ କାମ କରୁଛନ୍ତି ଏବଂ କାର୍ଯ୍ୟସ୍ଥଳରେ ଠିକାଦାରମାନଙ୍କ ଦ୍ଵାରା ଶୋଷଣର ଶିକାର ହେବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୂନ ହେବା, ରୋଗ, ଓ ଦୁର୍ଘଟଣାର ଶିକାର, ଅକାଳ ମୃତ୍ୟୁ, କମ୍ ମଜୁରୀ ପାଇ ଶୋଷିତ ଓ ପ୍ରତାରିତ ହେଉଛନ୍ତି। ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ଭ ଆଇନ
୧୯୭୯ରେ ବିଭିନ୍ନ ବ୍ୟବସ୍ଥା, ଶ୍ରମିକ ଠିକାଦାର ଲାଇସେନ୍ସ ଉପରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଶ୍ରମିକଙ୍କୁ ଲାଇସେନ୍ସ ଠିକାଦାର ଏକ ପରିଚୟପତ୍ର ଦେବେ ଯେଉଁଥ୍ରେ ଶ୍ରମିକର ନିଜର ନାମ, ମୋବାଇଲ ନମ୍ବର, ସମ୍ପୂର୍ଣ୍ଣ ଠିକଣା, କାର୍ଯ୍ୟସ୍ଥଳର ସମ୍ପୂର୍ଣ ବିବରଣୀ, ନିଯୁକ୍ତି ତାରିଖ, କେତେ ଦିନ ପାଇଁ ଯିବେ, କେବେ ଫେରିବେ ଏହି ସବୁ ତଥ୍ୟ ରହିବ। ମହିଳା ଓ ପୁରୁଷଙ୍କ ସମାନ କାମ ପାଇଁ ସମାନ ମଜୁରୀ ରହିବ ତଥା ଉପଯୁକ୍ତ ବାସଗୃହ, ଶୌଚାଳୟ ପାନୀୟ ଜଳ ଯୋଗାଇବା ନିଶ୍ଚିତ କାରାଯିବ।
ଜିଲ୍ଲା ପରିଷଦ, ନବରଙ୍ଗପୁର
ଶୋଷଣର ଶିକାର ହେଲେ ନିଜ ଜିଲ୍ଲାର ଶ୍ରମ ଅଧିକାରୀ କିମ୍ବା କର୍ମସ୍ଥଳୀ ରାଜ୍ୟର ଶ୍ରମ ଅଧିକାରୀଙ୍କୁ ଜଣାଇବା, ଶ୍ରମିକଙ୍କ ଆକସ୍ମିକ ଦୁର୍ଘଟଣା, ଅସୁସ୍ଥତା ସମୟରେ ସଙ୍ଗେ ସଙ୍ଗେ ଚିକିତ୍ସା ବ୍ୟବସ୍ଥା, ଠିକାଦାରଙ୍କ ଦ୍ବାରା ଯାତାୟତ ଓ ଖାଇବା ଖର୍ଚ୍ଚ ବହନ ଉପରେ ବିଶେଷ ଆଲୋଚନା ହୋଇ ଯେଭଳି ଏହି ବିଷୟ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ପହଞ୍ଚିପାରିବ ତା ଉପରେ ଆଲୋଚନା ହୋଇଥିଲା । ଏଥିପାଇଁ ନିଶୁଳ୍କ ଶ୍ରମିକ ସହାୟତା ନମ୍ବର ୧୫୫୩୬୮( ରାଜ୍ୟ ଭିତରେ) ଏବଂ ରାଜ୍ୟ ବାହାରେ ସହାୟତା
Rasmita Panda, IAS
ନମ୍ବର ୧୮୦୦୩୪୫୬୭୦୩ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଯିବ। ଏହାର ନିରାକରଣ ନିମିତ୍ତ ସାରା ଜିଲ୍ଲାରେ ସଚେତନତା ରଥ, ପୋଷ୍ଟର, ବ୍ୟାନର, ଲିଫଲେଟ, ଶ୍ରମ କାନ୍ଥ, ଗ୍ରାମପଞ୍ଚାୟତ ସ୍ତରରେ ମାଇକ ଯୋଗେ ପ୍ରଚାର ଉପରେ ଗୁରୁତ୍ବ ଦେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ଡ ସ୍ବାଇଁ ଜିଲ୍ଲା ଶ୍ରମଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତରେ ପିଇଓ ମାନେ ଶ୍ରମ ରେଜିଷ୍ଟର ପ୍ରସ୍ତୁତ କରି ବ୍ଳକରୁ କେତେ ଶ୍ରମିକ ଦାଦନ ଯାଉଛନ୍ତି ତା’ର ସମସ୍ତ
ତଥ୍ୟ ଲିପିବଦ୍ଧ କରିବାକୁ ଏବଂ ଏଥିପାଇଁ ସହ ଶ୍ରମ ଅଧିକାରୀ ମାନେ ବ୍ଲକକୁ ଯାଇ ତଦାରଖ କରିବେ ଏବଂ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଜିଲ୍ଲା ଶ୍ରମ ଅଧୂକାରୀ ପୋଲିସ ସହାୟତାରେ ଦୂର ରାଜ୍ୟକୁ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବସରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ରିପୋର୍ଟ ପ୍ରତି ମାସରେ ଦେବାକୁ କହିଥିଲେ I ଜିଲ୍ଲାରେ ଅନେକ ନିର୍ମାଣ, ବ୍ୟବସାୟିକ, ଶିଳ୍ପ ଅନୁଷ୍ଠାନ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ଲଗାଯାଇଥିବା ଅଭିଯୋଗ ଆସୁଛି । ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଡିଆଇପିଆରଓ, ଅତିରିକ୍ତ କୃଷି ଅଧିକାରୀ, ନିର୍ବାହୀ ଅଧିକାରୀ ପୌରପାଳିକା ଓ ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।