ଖୋଲୁନି ତ।ଲ।, ଦିଆଯ।ଉନି ତ।ଲିମ
ଖୋଲୁନି ତାଲା, ଦିଆଯାଉନି ତାଲିମ
କୋଡ଼ିଙ୍ଗା, 23/8
ବେକାର ଯୁବତୀ ଯୁବକଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି ସହ କର୍ମନିଯୁକ୍ତି ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡିଙ୍ଗା ପଞ୍ଚାୟତରେ କୌଶଳ ବିକାଶ କେନ୍ଦ୍ର ନିର୍ମାଣ କରାଯାଇଥିଲା। ହେଲେ ସେ ଲକ୍ଷ୍ୟ ଏବେ ଦିଗହରା ହୋଇପଡ଼ିଛି। ବର୍ଷ ବର୍ଷ ଧରି ଏଠାରେ ପଡ଼ି ରହିଛି ତାଲା। ନା ଦିଆଯାଉଛି ଦକ୍ଷତା ।ତା ବୃଦ୍ଧି ପାଇଁ କୌଣସି ତାଲିମ ନା ତଦାରଖ ପାଇଁ ଅଛନ୍ତି କର୍ମଚାରୀ। ସନ୍ଧ୍ୟା ହେଲେ । ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଛି। ପଡି ରହୁଛି ମଦ ବୋତଲ ସାଙ୍ଗକୁ ସିଗାରେଟ୍ ଖଣ୍ଡ ଓ ପାନଛେପ।
ଜିଲ୍ଲା ପ୍ରଶାସନର କର୍ମନିଯୁକ୍ତି ବିଭାଗ
ପକ୍ଷରୁ ୨୦୧୬-୧୭ ଆର୍ଥକ ବର୍ଷରେ କୋଡ଼ିଙ୍ଗାଠାରେ କୌଶଳ ବିକାଶ କେନ୍ଦ୍ର ନିର୍ମାଣ କରାଯାଇଥିଲା। ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି କରାଯାଇ କର୍ମନିଯୁକ୍ତି ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ସ୍କିଲ୍ ଡେଭଲପ୍ମେଣ୍ଟ ଯୋଜନାରେ ବିଭିନ୍ନ ପ୍ରକାର କର୍ମଯୋଗାଣ ତାଲିମ କମ୍ପ୍ୟୁଟର, କମ୍ପୁ ସିଲେଇ, ମେକାନିକାଲ, ମୋବାଇଲ ରିପ୍ୟାରିଂ ଭଳି ତାଲିମ ନେଇଥିବା ଯୁବତୀଯୁବକଙ୍କୁ ସାର୍ଟିଫିକେଟ ଦେଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଇ କର୍ମଯୋଗାଣ ଯୋଗାଇବା ଲକ୍ଷ୍ୟ ଥୁଲା। ଏହି କୌଶଳ ବିକାଶ କେନ୍ଦ୍ର ଏବେ ଦିଗହରା ହୋଇପଡ଼ଇଛି। ଯାହାଦ୍ଵାରା ଅଞ୍ଚଳର ଅନେକ ହଜାର ଯୁବତୀଯୁବକ ତାଲିମ ପାଇବାରୁ ବଞ୍ଚୁତହେବା ସହ
ଦିଗହରା ହୋଇପଡ଼ିଛି କୌଶଳ ବିକାଶ କେନ୍ଦ୍ର
ଯୁକ୍ତି ଅଭାବରୁ କେରଳ, ଆନ୍ଧ୍ର, କର୍ମନିଯୁକ୍ତି କର୍ନାଟକ ଟକ ଦାଦନ ଖଟିବାକୁ ଯିବାକୁ ବାଧ୍ଯ ହେଉଛନ୍ତି। ବିଭିନ୍ନ ସମୟରେ ଦାଦନ ଖଟିବାକୁ ଯାଇ ଅନେକ ଯୁବତୀଯୁବକ ମୃତ୍ୟୁମୁଖରେ ପଡି ଅନେକଙ୍କ ପରିବାର ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। କୌଶଳ ବିକାଶ କେନ୍ଦ୍ର ନିର୍ମାଣର ୯ବର୍ଷ ମଧ୍ୟରେ କେବଳ ୬ମାସ ପାଇଁ ସିଲେଇ ଟ୍ରେନିଂ ଦିଆଯାଇ କେନ୍ଦ୍ରରେ ତାଲା ଝୁଲି ରହୁଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନାର ସଫଳ ରୂପାୟନ ହୋଇପାରୁ ନ ଥିବା ବୁଦ୍ଧିଜୀବୀ ମତ ଦେଇଛନ୍ତି । ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଜିଲା ସହକାରୀ କର୍ମ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ ଯୋଗ କରିବାରୁ ଉକ୍ତ କୌଶଳ ବିକାଶ କେନ୍ଦ୍ରରେ ପିଇବା ପାଣି ସମସ୍ୟା ରହୁଛି । ବୋର୍ୱେଲ୍ ଖୋଳାଇବା ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରୋପୋଜାଲ ଦିଆଯାଇଛି। ଅନୁମୋଦନ ପରେ ଖୋଳାଯାଇ ଜଳ ଯୋଗାଣ ପରେ ଯୁବତୀଯୁବକଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।