Education

ରାଇଘର ବ୍ଲକ ରେ ୟୁରିଆ ସାର ଅଭ।ବ

ରାଇଘର ବ୍ଲକରେ ୟୁରିଆ ସାର ଅଭାବ

ରାଇଘର,ତା23/8

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ୟୁରିଆ ସାର କଳା ବଜାରୀ ହେଉଥିବା ସହ ଚାଷୀଙ୍କୁ ଚଢ଼ା ଦରରେ ବିକ୍ରି ହେଉଛି। ଅଭିଯୋଗ ପରେ ମଧ୍ୟ କୃଷି ବିଭାଗ ପକ୍ଷରୁ ଚଢଉ ଜୋରଦାର ହେଉଥିଲେ ମଧ୍ୟ ଅସାଧୁ ବ୍ୟବସାୟୀଙ୍କୁ ଧରିବାରେ ବିଭାଗ ବିଫଳ ହୋଇଛି। ଏହାକୁ ଦୃଷ୍ଟିରେ ରଖ୍ ଗୁରୁବାର କୃଷି ଅଧିକାରୀ ରଶ୍ମୀ ରଞ୍ଜନ ସାହୁ ଲ୍ୟାମ୍ପସ ଜରିଆରେ ପୋଲିସ ପ୍ରଶାସନ ଉପସ୍ଥିତିରେ ସାର ବଣ୍ଟନ କରିଛନ୍ତି । ଶହ ଶହ ଚାଷୀ ଲମ୍ବା ଲାଇନ ଯୋଗେ ଠିଆ ହୋଇଥିବା ବେଳେ ସାର ଅଭାବ ଚିତ୍ର ସାମ୍ନାକୁ ଆସିଛି ।

ବର୍ତ୍ତମାନ ରାଇଘର ବ୍ଲକରେ ୟୁରିଆ ସାର ଅଭାବ ଦେଖାଦେଇଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ପ୍ୟାକେଟ ପିଛା ଚଢ଼ା ଦରରେ ବିକ୍ରି କରୁଛନ୍ତି । ଚାଷୀଙ୍କୁ ସାର ସହ ଉଡିତ ଦରରେ ଯୋଗାଇ ଦେବା ନିମନ୍ତେ ଗତ ୧ ତାରିଖ ଦିନ ଜିଲ୍ଲା କଂଗ୍ରେସ କିଷାନ ମୋର୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଦୁଇ ଦୁଇ ଥର • ଜିଲ୍ଲାସ୍ତରୀୟ ଟିମ୍ ତଦନ୍ତ ପାଇଁ ଆସିବା ସମୟରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରୁଥିବା ଯୋଗୁଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବ୍ଲକରେ ୨୬ ଗୋଟି

ଲ୍ୟାମ୍ପସ ଆଗରେ ଚାଷୀଙ୍କ ଭିଡ଼

ପୋଲିସ ଉପ‌ସ୍ଥି ତିରେ ବଣ୍ଟନ

ପଞ୍ଚାୟତର ଅଧ‌ିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି I ଏଠାରେ ମୁଖ୍ୟତଃ ଧାନ ଓ ମକା ଚାଷ କରାଯାଇଥାଏ । ପ୍ରତି ବର୍ଷ ସାର

ପାଇଁ ହାହାକାର ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଉପୁଜିଛି। ୟୁରିଆ ପ୍ୟାକେଟ ପିଛା ସରକାରୀ ଦର ୨୭୦

ବୁଦଳରେ ୧ ହଜାରରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ବିକ୍ରି ଚାଲିଛି । ସରକାରୀ ସ୍ତରରେ ଏତେ ଷ୍ଟକ୍ ସାର ଆସିବା ସତ୍ତ୍ୱେ ଅଭାବ ଦେଖାଇ ଚାଷୀଙ୍କୁ ଶୋଷଣ କରୁଛନ୍ତି କିଛି ବ୍ୟବସାୟୀ। ହୋଲସେଲର ଡିଲର୍‌ ମାନେ ସରକାରୀ ଦରରେ ବିକ୍ରି କରୁନାହାନ୍ତି। ବ୍ଳକରେ ବର୍ତମାନ୍ ସୁଦ୍ଧା ସାଢ଼େ ୫ ହଜାର ମେଟ୍ରିକ ଟନ ୟୁରିଆ ସାର ଆସିଥିବା ବେଳେ ଚାଷୀଙ୍କୁ

ନମିଳିବା ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ ମାସ ୪ ତାରିଖ ଦିନ ସମସ୍ତ ବ୍ୟବସାୟୀମାନଙ୍କ ଷ୍ଟକ୍ ଯାଞ୍ଚ କାଗଜ ପତ୍ର ତଦନ୍ତ ପାଇଁ ଟିମ୍ ଆସିଥିବା ବେଳେ ତଦନ୍ତକାରୀ ଟିମ୍ ରାଇଘର ବ୍ଲକରେ ପହଞ୍ଚିବା ପୂର୍ବରୁ ସମସ୍ତ ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା I ପରେ ଅଗଷ୍ଟ ମାସ ୨ ତାରିଖ ଦିନ ଜିଲ୍ଲା ସ୍ତରୀୟ ଏକ ଟିମ୍ ତଦନ୍ତ ପାଇଁ ଆସିବା ସମଯରେ ପୁଣି ବଡ଼ ବଡ଼ ହୋଲସେଲର ଦୋକାନ ବନ୍ଦ କରି ଦେଇଥିବା ଯୋଗୁଁ ତଦନ୍ତ ହୋଇପାରିନଥିଲା । ଗ୍ରାମାଞ୍ଚଳର ୮ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ୨୩ ଗୋଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ହୋଲସେଲର ମାନେ ରିଟେଲର୍‌ ମାନଙ୍କୁ ସଠିକ ଦରରେ ନ ଦେବା ଯୋଗୁଁ ସାର ଚଢା ଦରରେ ବିକ୍ରି ଚାଲିଛି I ବର୍ତମାନ ସମୟରେ ଚାଷୀ ସାର ପାଇଁ ହାହାକାର ହେଲେଣି ରାଜ୍ୟ ସରକାର ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି । ଏ ବିଷୟରେ କୃଷି ଅଧିକାରୀ ରଶ୍ମୀ ରଞ୍ଜନ ସାହୁଙ୍କୁ ପଚାରିବାରୁ ଲ୍ୟାମ୍ପସ ପାଖରେ ଯାହା ସାର ଅଛି ତାହା ବଣ୍ଟନ ଆରମ୍ଭହୋଇଛି କିନ୍ତୁ ସମସ୍ତ ଚାଷୀଙ୍କୁ ମିଳିବା ଅସମ୍ଭବ । ପ୍ରବଳ ଗହଳି ଯୋଗୁଁ ପୋଲିସ ପ୍ରଶାସନ ସହାୟତା ନିଆଯାଇଛି, ବ୍ଲକରେ ଏତେ ପରିମାଣ ସାର ଆସିବା ପରେ ମଧ୍ୟ ଅଭାବ ଚିତ୍ରର ସ୍ବତନ୍ତ୍ର ତଦନ୍ତ କରାଯିବ ବୋଲି କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button