44କିଲୋ 3ଶହ ଗ୍ରାମ ଗଞ୍ଜେଇ ଜବତ 2ଗିରଫ କୋଟ ଚ।ଲ।ଣ
୪୪ କିଲୋ ୩ସହ ଗ୍ରାମ ଗଞ୍ଜେଇ ଜବତ ୨ ଗିରଫ କୋର୍ଟ ଚାଲାଣ
ମୁନି ଗୁଡ଼ା, 23/8:
ମୁନିଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢାଉ ୪୪ କିଲୋ ୩ଶହ ଗ୍ରାମ ଗଞ୍ଜେଇ ଜବତ ଦୁଇ ଗିର ଫା ରାୟଗଡ଼ା ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡ଼ା ଭାରପ୍ରାପ୍ତ ଅବକାରୀ ଅଧୂକାରୀ ପଙ୍କଜ କୁମାର ନାୟକଙ୍କ ସହ ଏକ ଟିମ ଚଢାଉ କରି ୪୪ କିଲୋ ୩ସହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି। ଚାଲାଣ କାରୀ ଦୁଇଜଣ ବିହାର ରାଜ୍ୟର ହୋଇଥୁବା ବେଳେ ଜଣେ ବିହାର ରାଜ୍ୟ ଭୋଜପୁର ଜିଲ୍ଲା ମୁଫସିଲ ଥାନା ଅନ୍ତଗତ ଆଲିପୁର ଗ୍ରାମର ଶିଶପାଲ ଶର୍ମା ହୋଇଥିବା ବେଳେ ଅନ୍ୟଜଣେ ବିହାର ରାଜ୍ୟ ଭୋଜର୍ପୂ ଜିଲ୍ଲା କୋଇଲାର ଥାନା ବାରକ ଚାନ୍ଦ ଗ୍ରାମର ସେମାନେ ଦୁଇଟି ବସ୍ତାରେ
ଗଞ୍ଜେଇ ଧରି ଫୁଲବାଣୀରୁ ବିହାର ରଜ୍ୟକୁ ଚାଲାଣ କରୁଥିବ ବେଳେ ଅ ବ କାରୀ ବିଭାଗ ହାତ ରେ ଧରାପଡ଼ିଥିବା ଜଣା ପଡ଼ିଛି। ଦୁଇଟି ଗଞ୍ଜେଇ ବସ୍ତା ଧରି ଫୁଲବାଣୀ ରୁ ବସ ଯୋଗେ ମୁନିଗୁଡ଼ା ବସ ଷ୍ଟାଣ୍ଡ ରେ ଓହ୍ଲାଇଥିଲେ ପରେ ବସ ଷ୍ଟାଣ୍ଡରୁ ମୁନିଗୁଡ଼ା ରେଲୱେ ଷ୍ଟେସନ ନିକଟକୁ ଯାଇ ଷ୍ଟେସନ ସମ୍ମୁଖ ମୁନିଗୁଡ଼ା ମୂଖ୍ୟ ରାସ୍ତା ନିକଟରେ ଟ୍ରେନ ଅପେକ୍ଷାରେ ଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ମୁନି ଗୁଡ଼ା ଅବକାରୀ ବିଭାଗ ଚଢାଉ କରି
ଗଂଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଗୋଟିଏ ବସ୍ତାରେ ୨୪ କିଲୋ ଗଞ୍ଜେଇ ଥିବା ବେଳେ ଅନ୍ୟ ବସ୍ତାରେ ୨୦ କିଲୋ ୩ ଶହ ଗ୍ରାମ ଗଞ୍ଜେଇ ଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି। ଏହି ଚଢାଉ ବେ ଳେ ମୁ ନି ଗୁ ଡ଼ା ଭାର ପ୍ରାପ୍ତ ଅବକାରୀ ଅଧିକାରୀ ପଙ୍କଜ କୁମାର ନାୟକଙ୍କ ସହ ଏଏସଆଇ ରଞ୍ଜନ ଖାନ, ଏ ଏସ ଆଇ ସାମନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।