Education

ରାଜ୍ୟ ର ଅଧ। ଯୋଜନ। ବନ୍ଦ କରି 30 ହଜ।ର କୋଟି ଟଙ୍କାର ରଙ୍ଗ ମାରିବ ବିଜେପି ସରକ।ର

ରାଜ୍ୟର ଅଧା ଯୋଜନା ବନ୍ଦ କରି ୩୦ ହଜାର କୋଟି ଟଙ୍କାର ରଙ୍ଗ ମାରିବ

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା କଂଗ୍ରେସ

ଗେରୁଆ ରଙ୍ଗ ପାଇଁ ବ୍ୟୟ ୩୦ ହଜାର କୋଟି

ଭୁବନେଶ୍ବର,23/8: ରାଜ୍ୟର ସମସ୍ତ ସରକାରୀ କୋଠାବାଡ଼ି ରଙ୍ଗ ପରିବର୍ଜନ କରିବାକୁ ନିଷ୍ପରି ହୋଇଛି। ଏହି ରଙ୍ଗ କାର୍ଯ୍ୟକ୍ରମ ପାଇଁ ସରକାର ଅତ୍ୟନ୍ତ ଜରୁରୀ ମନ୍ତ୍ରୀସ୍ତରୀୟ ମିଟିଙ୍ଗ ବସାଇ ୩୦ ହଜାର କୋଟି ଟଙ୍କା ଖର୍କର ବରାଦ କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ ଏହି ରଙ୍ଗ ବଦଳା ବଦଖର୍ଜକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନା କରି ଦଳ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ

ସରକାରୀ କୋଠା ବାଡ଼ର ରଙ୍ଗ ବଦଳାଇ ରେରୁଆରଙ୍ଗରେ ପରିବର୍ଷିତ କରିବା ପାଇଁ ନିଷ୍ପତି ହୋଇଛି ବୋଲି

ଜଣାପଡିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସରକାରଙ୍କ ଉପରେ ମୋଟ ଋଣର ପରିମାଣ ୧,୩୪,୯୧୪ ଟଙ୍କା ହୋଇଥିବା ବେଳେ ମୁଣ୍ଡପିଛା ଗଣର ଭାର ୨୦,୧୭୭ଟଙ୍କା ଅଛି | ପୂର୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ

ପ୍ରକାଶ ଯେ ରଙ୍ଗ କାମପାଇଁ ମୋଟ ୩୦ହଳାରକୋଟିଟଙ୍କା ସରକାର ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଯେଉଁ ଦଳ ପୂର୍ବ ସରକାରର ରଙ୍ଗ ମରା କାର୍ଯ୍ୟକ୍ରମକୁ ନେଇ ବିଧାନସଭାରେ ଗର୍ଜନ କରୁଥିଲା, ସେଇ ଦଳ

ଶାସନକୁ ଆସିଲା ପରେ ସ୍ମର ପରିବର୍ତନ କିଭଳି ହୋଇଗଲା ବୋଲି ସେ ପ୍ରଶ୍ନ କରିଛନ୍ତି | ଆଗକୁ ପଞ୍ଚାୟତ ନିର୍ବାଚନା ତେଣୁ ନୂତନ ରଙ୍ଗ କାର୍ଯ୍ୟକ୍ରମ କରି ୬-୭ହଜାର କୋଟି ଟଙ୍କା ସରକାର ପିସି ମାଧ୍ୟମରେ ନିର୍ବାଚନ ଖର୍ଜ ସଂଗ୍ରହ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମହାନ୍ତି ଆଶଙ୍କା

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପାଣ୍ଠି ଯୋଗାଡ଼

ପ୍ରକାଶ କରିଛନ୍ତି । ମୁଖପାତ୍ର କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ସରକାର ପୂର୍ବରୁ ବସ ଭଙ୍ଗକୁ ଗେଡ଼ୁଆରେ ପରିବର୍ତ୍ତନ ପାଇଁ ୧୦୦ କୋଟି ଟଙ୍କା ଖର୍ଚ କରିଛନ୍ତି। ଓମଫେଡ୍‌ କ୍ଷୀର ପ୍ୟାକେଟର ରଙ୍ଗ ମଧ୍ୟ ବଦଳାଇ ଦିଆଯାଉଛି। ବର୍ତମାନ ୩୦ ହଜାର କୋଟିର ରଙ୍ଗ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ପ୍ରଦେଶ କଂଗ୍ରେସ ଏହାର ଦୃଢ ବିରୋଧ କରୁଛି ବୋଲି ମତ ପ୍ରକାଶ କରିଛନ୍ତି ।

BjP ଦଳ ହଟାଅ ଆଉ ରାଜ୍ୟକୁ ବଞ୍ଚାଅ ରାଜ୍ୟର ଅଧା ଯୋଜନା ବନ୍ଦ କରିଛନ୍ତ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button