Education

3 ଦିନ ହେଲ। ଆସୁନି ପାନୀୟ ଜଳ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

୩ଦିନ ହେଲା ଆସୁନି ପାନୀୟ ଜଳ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

ବୈପାରିଗୁଡ଼ା,ତ।:21/9 ବୈପାରିଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମା ଓ ଗୁଣ୍ଡାଗୁଡ଼ା ଠାରେ ତିନିଦିନ ହେଲା ଆସୁନି ପିଡବ୍ଲ୍ୟୁଏସ ପାନୀୟ ଜଳ। ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। କାରଣ ମୋଟରରେ ସଂଯୋଗ ଥିବା ବିଦ୍ୟୁତ ତାର କାଟି ଚୋରି ନେଇଥିବା ସୂଚନାରୁ ଜଣା ପଡ଼ିଛି। ଏ ନେଇ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟମଣି ନାୟକ ବୈପାରିଗୁଡ଼ା ଥାନାରେ ଲିଖୁତ ଅଭି ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ ପାଣି ପମ୍ପ ଚାଲୁ କରିବା

ଦାୟିତରେ ଥିବା ଲୋକ ସବୁଦିନ ପରି ପାଣି ପମ୍ପ ସ୍ଥାନରେ ପହଞ୍ଚି ମଟର ଚାଲୁ କରିଥିଲେ । ମଟର ଚାଲୁ କରିବା ପରେ ମଟର ଭିତରୁ ଧୂଆଁ ବାହାରିଥିଲା । ତେବେ ମଟର ଭିତରୁ ଧୂଆଁ ବାହାରି ମଟର ପୋଡ଼ି ଯାଇଥିବାର ଅନୁମାନ କରି ବୈପାରିଗୁଡ଼ା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣେଇଥିଲେ । ପାଣି ମଟର ଖରାପ ହେବା ଖବର ପାଇପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ମଟର ମରାମତି କରିବାର ବ୍ୟବସ୍ଥା ଆରମ୍ଭକରିଥିଲେ । ତେବେ ମଟର ମରାମତି

କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମଟରରେ ସଂଯୋଗ କରିଥିବା ବିଦ୍ୟୁତ ତାର ଚେକ କରିଥିଲେ। ତେବେ ଗୁଣ୍ଠାଗୁଡ଼ା ଏବଂ ପଶ୍ଚିମେଶ୍ଵର ମନ୍ଦିର ପାଖରେ ଥ‌ିବା ଦୁଇଟି ସ୍ଥାନରୁ ତାର କାଟି ଚୋରି ନେଇଥିବା ଜଣା ପଡ଼ିଥିଲା । ଏହାସହ ସୁଯୋଗ ଦେଖୁ ମୋଟର ମଧ୍ୟ ଚୋରୀ କରିବା ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ ବୈପାରିଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଥାନାରେ ଅଭିଯୋଗ କରିଛନ୍ତି । ବୈପାରିଗୁଡ଼ା ସଦର ମହକୁମା ଓ ଗୁଣ୍ଠାଗୁଡ଼ା ଗ୍ରମବସୀଙ୍କ ପାଇଁ ପି ଡବ୍ଲ୍ୟୁ ଏସ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥ‌ିବା ବେଳେ ଗ୍ରାମର ଅଧୂକାଂଶ ଲୋକ ସେହି ପି ଡବ୍ଲ୍ୟୁ ଏସ ପାନୀୟ ଯୋଗାଣ ଜଳ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଗତ ତିନିଦିନ ହେବ ଘରେ ଘରେ ପାଣି ପହଞ୍ଚି ନଥୁବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ତେଣୁ ଯଥାଶୀଘ୍ର ମଟର ମରାମତି କରି ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି । ମୋଟର ତାର ଚୋରି ହୋଇଥ‌ିବା ଅଭିଯୋଗ ପରେ ଘଟଣାକୁ ନେଇ ତଦନ୍ତ ଚଳାଇଛି ପୋଲିସ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button