Education

ସମ୍ବାଦିକ ଙ୍କ ପତ୍ନୀ ବିୟୋଗ, ଝିଅ ଦେଲେ ମୁଖାଗ୍ନି

ସାମ୍ବାଦିକଙ୍କ ପତ୍ନୀ ବିୟୋଗ, ଝିଅ ଦେଲେ ମୁଖାଗ୍ନୀ

ଉମରକୋଟ,ତ।21/8 ଜଣେ ଉଚ୍ଚ ଶିକ୍ଷିତ ଝିଅ ନିଜ ମାଙ୍କ ମୃତ୍ୟୁ ପରେ ମୁଖାଗ୍ନୀ ଦେଇ ଆଜି ଉମରକୋଟ ସହରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ଉମରକୋଟର ବରିଷ୍ଟ ସାମ୍ବାଦିକ ହରିହର ଶତପଥୀ ଙ୍କ ପତ୍ନୀ କୁନ୍ତଳା କୁମାରୀ ଶତପଥୀ ୫୬ ବର୍ଷ । ଦୀର୍ଘ ବର୍ଷ ଧରି କୁନ୍ତଳ ଶଯ୍ୟାଶାୟୀ ଥିଲେ। ତେବେ ଆଜି ତାଙ୍କର ମୃତ୍ୟୁ ଘଟିଲା। ଯେହେତୁ ହରିହର ଶତପ‌ଥୀ ଙ୍କ ୨ ଝିଅ କୌଣସି ପୁଅ ନ ଥିଲେ । ମୁଖଗ୍ନୀ କିଏ କରିବ ତାହା ସ୍ଵାଭାବିକ ଭାବେ ପରିବାର ରେ ଚିନ୍ତା ସୃଷ୍ଟି ହେଲା । ଏହି ସମୟରେ ହରିହର ଙ୍କ ସାନ ଝିଅ ଲୋପ।ମୁଦ୍ରା ଯିଏ କି ଅବିବାହିତ ଓ ଖଖଗ ପାଠ ପଢୁଚନ୍ତୀ କହିଲେ ମୁ

ଦେବି । ମୋ ମା ଙ୍କୁ ଚିତାଗ୍ନି ଦେବି ମୋର ଏଥିରେ କିଛି ଅସୁବିଧା ନାହିଁ। ବାପା ଙ୍କୁ କହିଲେ ବାପା ମୋ ଭାଇ ନ ଥିଲେ କଣ ହେଲା ମୁଁ ହିଁ ତୁମର ପୁଅ ଆଉ ଝିଅ | ପରିବାର ରେ ସମ୍ମତି ପ୍ରକାଶ ପାଇଲା ଓ ଝିଅ ଆଜି ଶ୍ମଶାନ ରେ ମୂଖାଗ୍ନି ଦେଲେ। ଯାହାକି ଉପସ୍ଥିତ ବ୍ୟକ୍ତି ଙ୍କ ଆଖୁ ରୁ ଲୁହ ବାହାରି ପଡ଼ିଥିଲା। ଶ୍ମଶାନକୁ ମହିଳା ମାନେ ଯାଇଥାନ୍ତି, କିନ୍ତୁ ମୂଖ।ଗ୍ନି ଦେବା ପୂର୍ବରୁ ସ୍ମଶାନ ଛାଡ଼ି ପଳାଇ ଥାଆନ୍ତି। କିନ୍ତୁ ସାହସର ସହ ଲୋପାମୁଦ୍ରା ମୂଖ।ଗ୍ନି ଦେଇ ଶେଷ ବିଦାୟ ଜଣାଇଲେ।

ଆଜି ଲୋପାମୁଦ୍ରା ଏହି ସାହସିକ କାର୍ଯ୍ୟ କରି ଉମରକୋଟରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଆଗକୁ ଯେତେ ସବୁ ମା ଙ୍କ କାର୍ଯ୍ୟ ଯାହା ବି ହେବ ସେ ସବୁ

ମୁଁ ହିଁ କରି ବି ବୋଲି କହିଛନ୍ତି ଲୋପାମୁଦ୍ରା।କୁନ୍ତଳା ଜଣେ ଧର୍ମ ପରାୟଣ ମହିଳା ଭାବେ ସୁପରିଚିତ।

ସେ ଗାୟତ୍ରୀ ପରିବାର ସହ ଜଡ଼ିତ ରହି ଗାଁ ଗାଁ ବୁଲି ହିନ୍ଦୁ ଧର୍ମ ପ୍ରଚାର ପାଇଁ କାର୍ଯ୍ୟ କରୁଥିଲେ । ଉମରକୋଟ ଠାରେ ଗାୟତ୍ରୀ ଧର୍ମ ଆରମ୍ଭ କରିଥିଲେ । ଶକୁନ୍ତଳା ଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ସହର ରେ ଶୋକ ର ଛାୟା ଖେଳି ଯାଇଛି। ଆଜି ପେଣ୍ଡର।ଣି ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଶକୁନ୍ତଳା ଙ୍କ ଶବ ଶ୍ମଶାନ କୁ ଆଣି ଶେଷ କୃତ୍ୟ ସଂପନ୍ନ କରା ଯାଇଥିଲା।

ଶେଷ ଯାତ୍ରା ରେ ସହର ର ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଗାୟତ୍ରୀ ପରିବାର ର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button