Education

ଗୋଟିଏ ପରିବାରର 3 ଦିବ୍ୟାଙ୍ଗ

ଗୋଟିଏ ପରିବାରରେ ୩ ଦିବ୍ୟାଙ୍ଗ

ଦାଦନ ଖଟି ପରିବାର ପୋଷଣ କରୁଛନ୍ତି ବିଧବା ବୋହୂ_

ଡାବୁଗାଁ,21/8: ଗୋଟିଏ କୁମ୍ଭାର ପରିବାରର ୪ ଜଣ ଦିବ୍ୟାଙ୍ଗ ହୋଇଥିବା ବେଳେ ଭତ୍ତାକୁ ଅପେକ୍ଷା କରି ଜଣଙ୍କ ମୃତ୍ୟୁ ଘଟିଛି। ପରିବାର ଚଳାଇବା ବହୁତ କଷ୍ଟକର ହୋଇଥିବା ବେଳେ ବିଧବା ବୋହୂ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପରିବାର ପୋଷଣ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ଅନ୍ତର୍ଗତ ଗିରିଲିଗୁଡ଼ା ଗ୍ରାମରେ |

ଏହି ଗ୍ରାମର ଘାସିରାମ କୁମ୍ଭାର (୬୦) ସ୍ତ୍ରୀ ସରାବତୀ ସହ ଗୋଟିଏ ପୁଅ ଓ ଦୁଇ ଝିଅ ସହ ପରିବାର ଚଳୁଥିଲେ । ବଡ଼ ଝିଅ କମଳାଙ୍କ ଜନ୍ମରୁ ଦୁଇଟି ଗୋଡ଼ କାମ କରୁ ନଥିବାରୁ ସେ ଘରେ ପଡ଼ି ରହିଥିଲେ । ପରବର୍ତ୍ତୀ ସମୟରେ ବଡ଼ ପୁଅ ଲବ, ସାନ ଝିଅ ସାବିତ୍ରୀ ଓ ବାପା ଘାସିରାମ ମଧ୍ୟ ଦିବ୍ୟାଙ୍ଗ ପାଲଟିଗଲେ | ଘାସିରାମ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ନିକଟସ୍ଥ ଚଚରାଗୁଡ଼ା ଓ ଡାବୁଗାଁ ସାପ୍ତାହିକ ହାଟରେ ବିକ୍ରି କରି ପରିବାର ପୋଷଣ କରିଥାନ୍ତି। ୨୦୨୦ ମସିହାରେ ଘାସିରାମ ନିଜ ସ୍ତ୍ରୀ ଓ ପୁଅ ଲବ ସହ ମିଶି କୁମ୍ଭାର କାର୍ଯ୍ୟ କରୁଥିବା ବେଳେ ପୁଅର ହାତଗୋଡ଼ କାମ ନ କରିବାରୁ ସେ ଅସହାୟ ହୋଇ ଘରେ ପଡ଼ି ରହିଥିଲେ। ପୁଅର ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ସେ ବହୁବାର ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଶେଷରେ ଲବ କୁମ୍ଭାର ୨୦୨୨ ମସିହାରେ ମୃତ୍ୟୁବରଣ କରିଥିଲେ । ପୁଅର ମୃତ୍ୟୁ ପରେ ପରିବାର ବୋଝ

ଘାସିରାମ ଉପରେ ପଡ଼ିଥିଲା। ତେବେ ଘାସିରାମ ବୃଦ୍ଧ ଅବସ୍ଥାକୁ ଚାଲିଆସିଥିବାରୁ ସେ ୬ ମାସ ହେଲା କୌଣସି କାର୍ଯ୍ୟ କରିପାରୁ ନାହାଁନ୍ତି। ପରିବାରରେ ୭ ଜଣ ସଦସ୍ୟ ରହିଥିବା ବେଳେ ଚଳିବା କଷ୍ଟକର ହୋଇପଡ଼ିଥିଲା | ବାଧ୍ୟ ହୋଇ ଘାସିରାମଙ୍କ ବିଧବା ବୋହୂ ପଦ୍ମିନୀ କୁମ୍ଭାର ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥିଲେ। ସେଠାରେ ସେ ଯାହା ରୋଜଗାର କରନ୍ତି ପ୍ରତି ୧୫ ଦିନରେ ଥରେ ଗିରିଲିଗୁଡ଼ାରେ ରହୁଥିବା ପରିବାରକୁ ଟଙ୍କା

ପଠାନ୍ତି। ଆଖି ଭଲ ଦେଖାଯାଉ ନଥିବାରୁ ସାନଝିଅ ପାଠପଢ଼ାରେ ଡୋରି ବାନ୍ଧିଥିଲା | ଅପରପକ୍ଷରେ ବୃଦ୍ଧ ଘାସିରାମଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ଖଣ୍ଡିଏ ମିଳିପାରି ନାହିଁ। ସେହିପରି ସାନ ଝିଅ ସାବିତ୍ରୀ (୧୬)କୁ ମଧ୍ୟ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିନାହିଁ। ଏପରି ଅସହାୟ ଗରିବ କୁମ୍ଭାର ପରିବାରକୁ ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି |

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button