Education

ହିତ।କ।ରୀ ଙ୍କୁ ବର୍ଗୀକରଣ ଛାଟ

ହିତାକାରୀଙ୍କୁ ବର୍ଗୀକରଣ ଛାଟ

୨,୩୧୩ ଆବାସ ଗୃହ ଅଧପନ୍ତରିଆ

ପାପଡାହାଣ୍ଡି, ତା୨୦/୮

ସରକାର ଗରିବ ବାସହୀନ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗରିବ ପରିବାରକୁ ଘର ଯୋଗାଇ ଦେଉଛନ୍ତି ସତ୍ କିନ୍ତୁ ଗ୍ରାମାଞ୍ଚଳରେ ଅନେକ ହିତାଧୀକାରୀ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରି ନପାରି ଅଧାପନ୍ତରିଆ ଭାବେ ଛାଡି ଦେଇଛନ୍ତି । ଏଣୁ ଅନେକ ଅସମ୍ପୂର୍ଣ ଏବଂ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ବିଳମ୍ବରେ ରହିଥିବା ଘରକୁ ସମ୍ପୂର୍ଣ କରିବା ପାଇଁ ସରକାର ଓ ଜିଲ୍ଲା ଗୃହ ବିଭାଗ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ବର୍ଗୀକରଣ ଭିଭିରେ ଛାଟ ପ୍ରଦାନ ପାଇଁ ନିଷ୍ପରି ନେଇଛନ୍ତି। ସରକାର ୩ ଭାଗରେ ବର୍ଗୀକରଣ କରି ପଦକ୍ଷେପ ନେବା ପାଇଁ ନବରଙ୍ଗପୁର ଜିଲ୍ଲା ପରିଷଦଙ୍କ ପତ୍ର ସଂଖ୍ୟା ୪୭ ୪/୨୦୨୫ ଓ ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୩୯୬୯ ମାଧ୍ଯମରେ ଜିଲ୍ଲାର ୧ ବ୍ଲକର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ-ବର୍ଗ ଅନୁଯାୟୀ ବିଳମ୍ବ ହୋଇଥିବା ଘରଗୁଡ଼ିକ

ସମ୍ପୂର୍ଣ୍ଣ କରେଇବା, ବର୍ଗ-ଖ ବିଳମ୍ବିତ ଘରଗୁଡ଼ିକ ସମ୍ପୂର୍ଣ ହୋଇପାରିବ ନାହିଁ କିନ୍ତୁ ଟଙ୍କା ଆଦାୟ କରାଯାଇପାରିବ, ବର୍ଗ-ଗ ବିଳମ୍ବିତ ଘରଗୁଡ଼ିକ ସମ୍ପୂର୍ଣ ହୋଇପାରିବ ନାହିଁ କି କିସ୍ତି ଟଙ୍କା ଆଦାୟ କରାଯାଇପାରିବ ନାହିଁ | ଏହିପରି ୩ ଗୋଟି କଠୋର ନିଷ୍ପଭି ସରକାର ତଥା ଜିଲ୍ଲା ଗ୍ରାମୀଣ ବାସଗୃହ ବିଭାଗ ନେଇଛନ୍ତି। ପାପଡାହାଣ୍ଡି ବ୍ଲକର ୨୩ ଗୋଟି

ପଞ୍ଚାୟତରେ ୨୦୧୬ ରୁ ୨୦୨୫ ମଧ୍ୟରେ ସର୍ବମୋଟ ୨୩୧୩ ଗୋଟି ଆବାସ ଘର ଅସମ୍ପୂର୍ଣ ହୋଇ ପଡ଼ିରହିଛି । ଚନ୍ଦ୍ରପୁର ୫୮, ଚେରଚେଟା ୧୦୫, ଡେଙ୍ଗାଗୁଡା ୯୪, ଡଙ୍ଗରା ୬୯, ଗାଦବାକତ୍ରା ୬୫, ଘାଟଗୁଡା ୨୬, ହାତୀବେଡା ୪୫, ଜଟାବାଲ ୨୮୯, କଣ୍ଟାମାଳ ୩୯, ଖୁଟୁବାଇ ୫୮, ମୈଦଲପୁର ୨୭୧, ମାଝୀଗୁଡା ୮୨, ମାନିଗାଁ ୧୫୪, ମୋକିଆ

୧୮୦, ନାକଟିଗୁଡା ୩୭, ନୂଆକୋଟ ୬୬, ପାପଡାହାଣ୍ଡି ୧୨୦, ପାତ୍ରି ୧୧୧, ପଣ୍ଡିକୋଟ ୮୪, ସାନବାର୍ଲି ୬୯, ସେମଲା ୪୭, ସିରିଶୀ ୧୬୭ ଓ ତୁମ୍ବର୍ଲା ୭୭ ଅସମ୍ପୂର୍ଣ୍ଣ ତଥା ଅଧାପନ୍ତରିଆ ଭାବେ ରହିଥ‌ିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏସବୁ ଘରଗୁଡ଼ିକୁ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ଘର ସାରିବାକୁ ବିଭାଗୀୟ ଅଧୂକାରୀ ଓ ପିଇଓ ଘରକୁ ଘର ବୁଲି ଡାକାବାଜି ଯନ୍ତ୍ର ସାହାଯ୍ୟରେ ଘର ନିର୍ମାଣ କାର୍ଯ୍ୟ ସାରିବାକୁ ବିଭିନ୍ନ ପଞ୍ଚାୟରେ ପ୍ରଚାର କରୁଛନ୍ତି । ଘର ସମ୍ପୂର୍ଣ୍ଣ କରିବା ପାଇଁ ସଚେତନ କରାଯାଉଛି ସତ କିନ୍ତୁ ବର୍ଷା ଚାଲିଥିବା ହେତୁ ନା ଘର କାମ ଆଗେଉଛି ନା ଘର କାମ ପାଇଁ ମିସ୍ତ୍ରୀ ଶ୍ରମିକ ମିଳୁଛନ୍ତି । ବାଲି ଇଟା ମିଳିବା ବି କଷ୍ଟ ହୋଇପଡ଼ିଛି । ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ଏପରି ପଦକ୍ଷେପ ସ୍ବାଗତଯୋଗ୍ୟ, କିନ୍ତୁ ବର୍ଷା ଦିନରେ ଏପରି ନିଷ୍ପଭି ହେତୁ ହାସ୍ୟାସ୍ପଦ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button