ଅଙ୍ଗୀ ନଦୀରେ ଭ।ସି ଗଲେ ଯୁବକ
ଅଙ୍ଗୀ ନଦୀରେ ଭାସିଗଲେ ଯୁବକ
ଡାବୁଗାଁ,20/8: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନସ୍ଥ ଦରଗୁଲା ଗ୍ରାମ ନିକଟସ୍ଥ ଅଙ୍ଗୀନଦୀରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଡାବୁଗାଁ ଥାନା ଅଧୀନସ୍ଥ କେରଣ୍ଡି ଗ୍ରାମର ଦୟମନ ଭତରା (୨୯) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଦୟମନ ଭତରା ସକାଳ ୧୦ଟାରେ ସାଇକେଲ ଯୋଗେ କୌଣସି କାମରେ ନିଜ ଶଶୁର ଘର ନିକଟସ୍ଥ ଗିର୍ଲା ଗ୍ରାମକୁ ଯାଇଥିଲେ । ସେଠାରେ କାର୍ଯ୍ୟ ସରିବା ପରେ ସନ୍ଧ୍ୟାରେ ପୁଣି ନିଜ ଗାଁ ଅଭିମୁଖେ ବାହାରିଥିଲେ। ତେବେ ଦରଗୁଲା ଗ୍ରାମ ନିକଟସ୍ଥ ଅଙ୍ଗୀନଦୀ ପାର ହରାଇ ହେବା ସମୟରେ ଭାରସାମ୍ୟ ହର ଦୟମନ ଭାସି ଯାଇଥିଲେ। ମଙ୍ଗଳବ ଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅଙ୍ଗୀ ନଦୀରେ ଦୟମନଙ୍କ ମୃତଦେହ ଭାସୁଥିବା ଦରଚ୍ ଦରଗୁଲା ଗ୍ରାମର କିଛି ଜଣ ଦେଖିବାକୁ ପାଇ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିବ ଧୃତହେଦ ଲୋକଙ୍କୁ ପରେ ମୃତ ଦୟମନ ଭିତରାଙ୍କ ସମ୍ପର୍କୀୟ ଦାଦା ଧନପତି ଭତରା ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପରେ ପୁଲିସ ନଦୀରୁ ମୃତ ଜବତ କରିଥିଲା । ବୁଧବାର ଦିନ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକର ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ମୃତ ଦୟମନଙ୍କ ୩ଟି ସନ୍ତାନ ଥିବା ବେଳେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି ।