
ସେମିଲିଗୁଡ଼ା, ୨୦/୦୮: ଗତ କିଛି ମାସ ମଧ୍ୟରେ ଆମ ରାଜ୍ୟରେ ଆତ୍ମହତ୍ୟା ଜନିତ ଏକ ରୁ ଏକାଧିକ ହୃଦୟ ବିଦାରକ ଘଟଣା ଆମ ସାମ୍ନାକୁ ଆସିଛି।ବିଭିନ୍ନ କାରଣରୁ ଛାତ୍ରୀ ମୃତ୍ୟୁକୁ ବରଣ କରିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ହଠାତ୍ କାହିଁକି ଏ ଟ୍ରେଣ୍ଡ ବଢୁଛି।ଏହା ଓଡ଼ିଶାବାସୀ ଏବଂ ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ।ସାମାଜିକ ଗଣ ମାଧ୍ୟମ ଲୋକଙ୍କୁ ସଚେତନ କରାଇବା ପାଇଁ ଅନେକଗୁଡ଼ିଏ ପଦକ୍ଷେପ ନେଉଥିବାର ଦେଖାଯାଇଛି।କିନ୍ତୁ ଏହି ସାମାଜିକ ଗଣ ମାଧ୍ୟମ ର କେତେ ଗୁଡିଏ ପଦକ୍ଷେପ ମଧ୍ୟ ଅଜାଣତରେ ଅନେକଗୁଡ଼ିଏ ନିରୀହ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।ଯାହାକୁ ମନୋ -ବିଜ୍ଞାନ ଭାଷାରେ କପି କ୍ୟାଟ୍ ସୁଇସାଇଡ କୁହାଯାଏ।ଯାହା ନିରୀହ ଛାତ୍ର ଛାତ୍ରୀମାନେ ଅନୁକରଣ କରିଥାନ୍ତି ଏବଂ ଆତ୍ମହତ୍ୟା ଭଳି ଜଘନ୍ୟ ଅପରାଧ କରିବାକୁ ବାଧ୍ୟ ହେଇଥାନ୍ତି , ଗଣମାଧ୍ୟମ ମଧ୍ୟ ପରୋକ୍ଷରେ ଅସୁରକ୍ଷିତ ମସ୍ତିଷ୍କ ଉପରେ ତାର ପ୍ରଭାବ ପକାଇଥାଏ। ସାମାଜିକ ଗଣ ମାଧ୍ୟମ ଯେତିକି ଅଧିକ ଆତ୍ମହତ୍ୟା ଜନିତ ଘଟଣା ଗୁଡ଼ିକର ପ୍ରଚାର ପ୍ରସାର କରନ୍ତି ଚପଳମତି ଛାତ୍ର ଛାତ୍ରୀ ଙ୍କ ଅସୁରକ୍ଷିତ ମସ୍ତିଷ୍କ ଉପରେ ତାର ପ୍ରଭାବ ସେତିକି ମାତ୍ରାରେ ପଡ଼ିଥାଏ ଏବଂ ଏହା ପଛରେ ନ୍ୟୁରୋ ସାଇନସ୍ ବା ତନ୍ତ୍ରିକା ବିଜ୍ଞାନ କାମ କରିଥାଏ।ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ, ଆତ୍ମହତ୍ୟା ଜନିତ ଖବରଗୁଡ଼ିକର ଅଧିକରୁ ଅଧିକ ପ୍ରଚାର ପ୍ରସାର କପିକ୍ୟାଟ ସୁଇସାଇଡକୁ ପ୍ରୋତ୍ସାହନ ଦେଇଥାଏ। “ମେଣ୍ଟାଲ ହେଲଥ ଫାଷ୍ଟଏଡ୍ ଫର୍ ସୁଇସାଇଡିଆଲ ଥଟସ,”ଭାରତ ର ଜଣେ ସ୍ଵୀକତିପ୍ରାପ୍ତ କାଉନସିଲର ହୋଇଥିବାରୁ ମୋର ନିଜସ୍ୱ ମତରେ କିଛି ଦିନ ପାଇଁ ସାମାଜିକ ଗଣ ମାଧ୍ୟମ ଏପରି ସମ୍ବାଦ ଗୁଡ଼ିକୁ ବିଶଦ ଭାବେ ବର୍ଣ୍ଣନା ନ କରି ଅତି ସଂକ୍ଷେପରେ ଜଣାଇବା ଭଲ ହେବ କିମ୍ୱା ଏହାର ନିରାକରଣ ପାଇଁ କିଛି ପଦକ୍ଷେପ ନେବା ଠିକ୍ ହେବ ଫଳରେ ସମାଜରୁ ଏହିପରି ଲଗାତାର ଲାଗି ରହିଥିବା କପି କ୍ୟାଟ୍ ବ୍ୟବହାର ଦ୍ଵାରା ଦେଖାଦେଉଥିବା ଦୁଃଖଦ ଘଟଣା ଗୁଡ଼ିକର କିଛି ମାତ୍ରାରେ ରୋକାଯାଇ ପାରିବ କିମ୍ବା ଏହିଭଳି ଆତ୍ମଦାହ ଭଳି ଘଟଣା ଗୁଡ଼ିକୁ ଏଡାଇ ଦିଆଯାଇପାରିବ।
ଯଦି ଆପଣ ଏବଂ ଆପଣଙ୍କର କେହି ସମ୍ପର୍କୀୟଙ୍କ ପାଖରେ ଆତ୍ମହତ୍ୟାର କୌଣସିଭି ଲକ୍ଷଣ ଦେଖାଦିଏ ତୁରନ୍ତ କୌଣସି ସ୍ୱୀକୃତି ପ୍ରାପ୍ତ ମାନସିକ ସ୍ୱାସ୍ଥ୍ୟ କାଉନସେଲରଙ୍କୁ ଦେଖାକରିଵା ଉଚିତ I ଯଦି ଆପଣଙ୍କୁ ତୁରନ୍ତ ମାନସିକ ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟାର ସମାଧାନର ଆବଶ୍ୟକତା ହୁଏ ତେବେ ଆପଣ ମୋତେ ବ୍ୟକ୍ତିଗତ ଭାବରେ ସମ୍ପର୍କ କରିପାରିବେ I ଆମେ ନିଜେ ସୁରକ୍ଷିତ ରହିବା, ଏବଂ ସମସ୍ତଙ୍କୁ ସୁରକ୍ଷା ଦେବା ଯଦି ଆବଶ୍ୟକ ପଡେ କାଉନସେଲର ଙ୍କର ପରାମର୍ଶ ନେବା I
ଡ଼ ସୁକାନ୍ତ କୁମାର ପ୍ରଧାନ
ଡେମୋନଷ୍ଟ୍ରେଟର ମନୋବିଜ୍ଞାନ ବିଭାଗ I
ସେମିଲିଗୁଡା କଲେଜ, ସେମିଲିଗୁଡା