DistrictMalkangiri

ଦୈନିକ ପରିବା ବଜାରର ପରିସ୍ରାଗାରେ ତାଲା

ମାଲକାନଗିରି,୨୦/୮: ମାଲକାନଗିରି ସଦର ମହକୁମା ସ୍ଥିତ ଦୈନିକ ପରିବା ବଜାରରେ ଏକ ପରିସ୍ରାଗାର ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପୌରପରିଷଦ ଦ୍ବାରା ନିର୍ମାଣ କରା ଯାଇଥିଲା ବେଳେ ଏହାକୁ ଖୋଲା ନଯାଇ ତାଲା ପକାଇ ରଖା ଯାଇଛି। ଫଳରେ ପରିବାର ବଜାରରୁ ଆସୁଥିବା ଲୋକମାନେ ପରିସ୍ରା କରିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଥିବା ଜଣାପଡିଛି।

ତେବେ କେଉଁ ଉଦ୍ଦେଶ୍ୟରେ ଏହି ପରିସ୍ରାଗାରରେ ଦୀର୍ଘ ଦିନ ହେଲା ତାଲା ପକାଇ କିଏ ରଖିଛି ତଦନ୍ତ ସାପେକ୍ଷ। ଯଦି ପରିସ୍ରାଗାର ନିର୍ମାଣ କରାଯାଇଛି, ଏହାର ବ୍ୟବହାର ଯଦି କରା ନଯାଏ, ତେବେ ନିର୍ମାଣ କରି ଅର୍ଥ ବ୍ୟୟ କରିବାର ସୁଫଳ କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି କୌଣସି ଲୋକଙ୍କୁ ଅତ୍ୟଧିକ ପରିସ୍ରା ଲାଗେ, ତେବେ ପରିସ୍ରାଗାର ସମ୍ମୁଖରେ ପରିସ୍ରା କରିବାକୁ ବାଧ୍ୟ ହୋଇ ଥାଏ।

ଏହା ଏକ ଲଜ୍ଜା ଜନକ ବିଷୟ,କାରଣ ସମ୍ମୁଖରେ ଜିଲ୍ଲା ଡାକଘର କାର୍ଯ୍ୟାଳୟ ଥିବାରୁ ସେଠାରେ କର୍ମଚାରୀମାନେ କାର୍ଯ୍ୟରତ ଥାନ୍ତି, ଯାହାକି ପରିସ୍ରା କଲେ ସର୍ବତ୍ର ଦୃଶ୍ୟମାନ
ହୋଇଥାଏ। ଅନ୍ୟ ପକ୍ଷରେ ଉକ୍ତ ଅଞ୍ଚଳଟି ପରିସ୍ରାର ଦୁର୍ଗନ୍ଧ ନାକ ଫାଟି ପଡୁଥିଲା ବେଳେ କୌଣସି ପ୍ରକାର ବିଶୋଧନର ବ୍ୟବସ୍ଥା ନାହିଁ। ଫଳରେ ବାଧ୍ୟ ବାଧକତାରେ ପରିସ୍ରା କରୁଥିବା ଲୋକଙ୍କୁ ବିଶେଷ କରି ପରିସ୍ରା ସଂକ୍ରମଣ ବ୍ୟାଧିରେ ଆକ୍ରାନ୍ତ ହୋଇଥାଏ।

ତେଣୁ ଏଦିଗରେ ପୌରପରିଷଦ ନିର୍ବାହୀ ଅଧିକାରୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି। କେବଳ ଏମିତି ନୁହେଁ ପୂର୍ବତନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ଙ୍କ ସମୟରେ ପୌରପରିଷଦ ମଧ୍ୟରେ ସର୍ବସାଧାରଣଙ୍କ ପରିସ୍ରା ନିମନ୍ତେ ପରିସ୍ରାଗାର ନିର୍ମାଣ କରିଥିଲେ ମଧ୍ୟ ଏଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ତେଣୁ ପୌରପରିଷଦକୁ ସ୍ବଛତା ରଖିବା ମୁଖ୍ୟ କାର୍ଯ୍ୟ କାର୍ଯ୍ୟନିର୍ବାହ ଅଧିକାରୀଙ୍କ ହୋଇଥିଲା ବେଳେ ଏଥି ପ୍ରତି ଅଣ ଦେଖା କରାଯାଉଥିବା ଅଭିଯୋଗ ହୋଇଛି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button