DistrictKoraputOdisha

କୋରାପୁଟ ଇଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଲମତାପୁଟ, ୧୮/୦୮: ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜ଼ିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଜ଼ିଲ୍ଲା ପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଙ୍କ ସହ ବ୍ଲକ ର କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ!ମୋଟ ଚାଳିଶ ଗୋଟି ଅଭିଯୋଗ ଶୁଣାଣି ହୋଈ ଥିଲା ସେଥିମଧ୍ୟରୁ ଚବିଶି ଗୋଟି ସାମୁହିକ ହୋଇଥିବା ବେଳେ ଷୋହଳ ଗୋଟି ବ୍ୟାକ୍ରିଗତ ଅଭିଯୋଗ ରହିଥିଲା!

ଅଭିଯୋଗ ଗୁଡିକ ରୁ୍ର ନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜ଼ିଲ୍ଲାପାଳ ପରାମର୍ଶ ଦେଇଥିଲେ!!ନୂତନ ଭାବରେ ଚାରିଜଣ ଭିନକ୍ଷମା ମାନଙ୍କୁ ମଧୁବାବୁ ପେନଶନ ଯୋଜନା ରେ ଭତ୍ତା ପ୍ରଦାନ କରିଥିଲେ ସେମାନେ ହେଲେ ଦୁଶେଷ ଖେମୁଣ୍ଡୁ!ଗୌରୀ ଖେମୁଣ୍ଡୁ!ସହଦେଵ ବଡ଼ନାୟକ!ରଘୁ ଖିଲ ଲମତାପୁଟ ରେ ଦୀର୍ଘ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତ ବ୍ୟସ୍ତ ହୋଇପଡିଛି!

ବର୍ଷା କମିଲା ପରେ ମହାମାରୀ କୁ ଆଖିରେ ରଖି ସତର୍କତା ଅବଲମ୍ବନ କରିବାକୁ ସ୍ଵାସ୍ତ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ!ଏହା ପରେ ଜ଼ିଲ୍ଲାପାଳ ନୂତନ ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର!ସିନ୍ଧିପୁଟଠାରେ ନିର୍ମାଣ ହେଉଥିବା ଵ୍ରୀଜ଼ କାମ ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ଶେଷରେ ଡୁଡୁମା ଅଂଚଳ ପରିଦର୍ଶନ କରିଥିଲେ! ଜ଼ିଲ୍ଲାପାଳ ଙ୍କ ସହ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଜୟନ୍ତ ମେହେର! ବ୍ଲକ ଅଧକ୍ଷ ଶ୍ରୀ ତାପସ କୁମାର ଚାଲାଣ! ସି ଡ଼ି ଏମ ଓ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର!ଜ଼ିଲ୍ଲା ଆରକ୍ଷୀ ଅଧକ୍ଷକ ଶୀ ରୋହିତ ବର୍ମା! ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button