ମାଲକାନଗିରି ଏୟାର ଷ୍ଟ୍ରିପ ପାଚେରୀ ଭୁଶୁଡ଼ିଲା

ମାଲକାନଗିରି,୧୮/୮ : ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଅଧିକାଂଶ ନଦୀ ନାଳ ବିପଦ ସଂକେତ ଦେଇ ପ୍ରବାହିତ ହେଉଥିଲା ବେଳେ ବିଭିନ୍ନ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଠାରୁ ୫ କିମି ଦୂରରେ ଅବସ୍ଥିତ ଏୟାର ଷ୍ଟ୍ରିପ ର ପାଚେରି ପୁନଶ୍ଚ ଭୁଶୁଡ଼ି ପଡ଼ିଛି। ଏୟାର ଷ୍ଟ୍ରିପରେ ପ୍ରବଳ ବର୍ଷା ଯୋଗୁଁ ପାଚରିକୁ ଜଳ ସ୍ରୋତ ଠେଲି ଦେଇଛି। ଫଳରେ ୬୦ ମିଟର ପର୍ଯ୍ୟନ୍ତ ପାଚେରି କାନ୍ଥ
ଧରାଶାୟୀ ହୋଇ ଯାଇଛି।ଗତ ବର୍ଷ ମଧ୍ୟ ବର୍ଷା ଋତୁରେ ଏୟାର ଷ୍ଟ୍ରିପର କାନ୍ଥ ପ୍ରାୟ ୧୦୦ ମିଟର ଭୁଶୁଡ଼ି ଯାଇ ଥିଲା। ୨୦୨୩ ମସିହାରେ କାଳ ବୈଶାଖୀ ପବନ ଯୋଗୁଁ ଏହା ଏୟାର ଷ୍ଟ୍ରିପର କାନ୍ଥ ଭୁଶୁଡ଼ି ୨ ଜଣ ମୃତ୍ୟୁବରଣ କରି ଥିଲା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ୩ ଥର ଏହି ପାଚେରି ଭୁଶୁଡ଼ି ପଡ଼ିଛି। ଏୟାର ଷ୍ଟ୍ରିପର କାର୍ଯ୍ୟ ଆରମ୍ଭ ନିମ୍ନମାନର ବୋଲି ସର୍ବସାଧାରଣରେ ଅଭିଯୋଗ ହୋଇ ଆସିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସଚିବ ସ୍ତର
ପର୍ଯ୍ୟନ୍ତ ନିରବ। ଏଣୁ ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ରେ ସଂପୃକ୍ତ
ଥିବା ବେଳେ ମାଲକାନଗିରି ପୂର୍ତ୍ତ ଓ ଗୃହନିର୍ମାଣ ର ଯନ୍ତ୍ରୀମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଜେଡି ସରକାର ଅମଳରେ ଏହି ଏୟାର ଷ୍ଟ୍ରିପର କାର୍ଯ୍ୟ
ଗତ ୨୦୦୬ ନଭେମ୍ବର ୧୧ ତାରିଖରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୫କିମି ଦୂର ଗୌଡଗୁଡ଼ା ପଞ୍ଚାୟତ ଅଧିନରେ ଥିବା ବାଟପାଲି ମୌଜା କଟେଲିଗୁଡ଼ା ଗାଁ ନିକଟରେ ଏୟାରଷ୍ଟ୍ରିପ୍ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୭୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି, ହେଲେ ଏପର୍ଯ୍ୟନ୍ତ ଏୟାଷ୍ଟ୍ରିପ୍ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ କି ନିୟମିତ ଭାବେ ବିମାନ ଚଳାଚଳ କରୁନାହିଁ । ଏହି ବିମାନ ବନ୍ଦରଟି କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ସାମିଲ ହୋଇ ନଥିବାରୁ ଘରୋଇ ବିମାନ ଉଡ଼ାଣ କିମ୍ବା ନିୟମିତ ଉଡ଼ାଣ ନେଇ କୌଣସି ନିର୍ଦ୍ଦେଶ ମିଳିନାହିଁ । ଏହି ବିମାନ ବନ୍ଦର ନିର୍ମାଣ ପାଇଁ ଗାଁ ଉଠିଗଲା ଲୋକଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଲା । ହେଲେ ମାଲକାନଗିରିବାସୀଙ୍କ ଉଡ଼ାଜାହାଜରେ ବସିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।
ଏ ସମ୍ପର୍କରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଆର କେ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ ପ୍ରାୟ ସରିବାକୁ ବସିଲାଣି । ପରୀକ୍ଷାମୂଳକ ଭାବେ ପ୍ଲେନ୍ ଉଡ଼ିସାରିଛି, ଏୟାରଷ୍ଟ୍ରିପ୍ ନିର୍ମାଣ କାମ ପ୍ରାୟ ୯୫ ଭାଗ ସରିଯାଇଛି । ଉଡ଼ାଜାହାଜ ବିମାନ ବନ୍ଦରଠାରୁ ମୁଖ୍ୟ ରାଜ୍ୟ ରାଜପଥକୁ ୮୫୦ମିଟର ୪ ଲାଇନ୍ ପିଚୁ ରାସ୍ତା ନିର୍ମାଣ କାମ ମଧ୍ୟ ଶେଷ ହୋଇଛି । କେବଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଲେ ବିମାନ ଚଲାଚଳ ଆରମ୍ଭ ହେବ । ମାଲକାନଗିରି ବିମାନ ବନ୍ଦରରୁ ନନ୍ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବାର ରହିଛି ଓ ଆରସିଏସ୍ ଉଡ଼ାଣ ଯୋଜନାରେ ସାମିଲ ଏହି ବିମାନ ବନ୍ଦରରେ ୧୬୦୦ ମିଟର୍ ରନୱେ ଥିବାରୁ ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ ।