Education

ଆଦର୍ଶ ବିଦ୍ୟାଳୟରୈ 15ଶହ ଚ।ର।ରୋପଣ

ଆଦର୍ଶ ବିଦ୍ୟାଳୟରେ ୧୫ଶହ ଚାରାରୋପଣ

ଝରିଗାଁ, 18/8: ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜଳବାୟୁ ପରିବର୍ତ୍ତନ

ରେ ହେବାରେ ଲାଗିଛି। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି। ତେଣୁ ଜଙ୍ଗଲ ସୃଷ୍ଟି ସହ ସୁରକ୍ଷା ଓ ସଚେତନତା ଉପରେ ଗୁରୁତ୍ବ ଦେଇ ଝରିଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟର ବିଭିନ୍ନ ସ୍ଥାନ ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା। ଏଥିରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା, ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ । ପ୍ରାୟ ୨୭ ପ୍ରକାରର ୧୫ ଶହ ଚାରାରୋପଣ କରାଯାଇଥିଲା | ସମସ୍ତେ ଗୋଟିଏ ଗୋଟିଏ ଚାରାରୋପଣ କରିବା ସହ ତାହାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଝରିଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଚଚା ଜୋନ୍ ସଭାପତି ଦିଗାମ୍ବର ସାନ୍ତା, ପୂର୍ବତନ ଝରିଗାଁ ମଣ୍ଡଳ ସଭାପତି ଗଣପତି ସାହୁ, ଆତ୍ମା ସଭାପତି ଚିତ୍ର ପ୍ରସାଦ ତିୱାରୀ, କୃଷକ ନେତା ପ୍ରଫୁଲ୍ଲ ପ୍ରଧାନୀ, ଗିରି ପାଣ୍ଡେ ସମେତ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଚାରାରୋପଣ କରିଥିଲେ । ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ସୃଷ୍ଟି ସହ ଯତ୍ନ ନେବା ପାଇଁ ସଚେତନ କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button