ଶୋଭନୀୟ ଗ।ଅଁ। ରାସ୍ତା, 4 କି.ମି ଶବ ବୋହି ଚ।ଲିଲେ ପରିବାର ଲୋକ
ଶୋଚନୀୟ ଗାଁ ରାସ୍ତା , ୪ କିଲୋମିଟର ଶବ ବୋହି ଚ।ଲିଲେ ପରିବାର ଲୋକେ
ନବରଙ୍ଗପୁର, 19/8:
ଗତବର୍ଷ ରାଜ୍ୟରେ ସରକାର ବଦଳିଛି । ବିଜେପି କ୍ଷମତାକୁ ଆସିବାକୁ ୧୪ ମାସ ପୂରିଛି । କିନ୍ତୁ ଯେଉଁ ଶ୍ଳୋଗାନ ଦେଇ ଦଳ କ୍ଷମତାକୁ ଆସିଲା, ତାହାର ସମାଧାନ ହୋଇପାରି ନାହିଁ । ପୂର୍ବରୁ ଯାହା ଥୁଲା, ଏବେ ମଧ୍ୟ ସମାନ ଅବସ୍ଥାର ଚିତ୍ର ଦେଖୁବାକୁ ମିଳୁଛି । ଗାଁକୁ ମହାପ୍ରୟାଣ ଗାଡ଼ି ପହଞ୍ଚି ପାରୁ ନାହିଁ । ତେଣୁ ଦୀର୍ଘ ୪ କିଲୋମିଟର ଶବକୁ ଖଟିଆରେ ବୋହି ଗାଁକୁ ନେଉଛରି ପରିବାରବର୍ଗ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖାଲିଆ ପଞ୍ଚାୟତ କାମପାଣି ଗାଁରେ।
କାମପାଣି ଗ୍ରାମର ଟଙ୍କଧର ଗୌଡ଼ଙ୍କ ୧୫ ବର୍ଷର ଝିଅ ଉଷାରାଣୀ ଗୌଡ଼ ଗତକାଲି ଅସୁସୁ ଅନୁଭବ କରିଥିଲେ । ଉଷାଙ୍କୁ ପରିବାରବର୍ଗ
ପ୍ରଥମେ ଝରିଗାଁ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତି କରିଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସଂକଟାପନ୍ନ ହେବାରୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ
କେନ୍ଦ୍ରକୁ ନେଇ ଭର୍ତି କରାଇଥିଲେ। ଚିକିସାଧୀନ ଅବସ୍ଥାରେ ଉଷାଙ୍କର ଆଜି ମୃତ୍ୟୁ ଘଟିଥିଲା।
ଶବକୁ ପରିବାରବର୍ଗ ମହାପ୍ରୟାଣ
ଗାଡ଼ି ସାହାଯ୍ୟରେ ଉମରକୋଟରୁ ଚନ୍ଦାହାଣ୍ଡି ବ୍ଲକର ଡମପାଣି ଗାଁକୁ ଆଣୁଥିଲେ । ଗାଁ ଠାରୁ ୪ କିଲୋମିଟର ଦୂର ମୁଣ୍ଡିଗୁଡ଼ା ନିକଟରୁ ରାସ୍ତା ଅତି
ଶୋଚନୀୟ ଥିବା ଯୋଗୁଁ ଆଉ ଶବ୍ଦ ବାହକ ଗାଡ଼ିଟି ଆଗକୁ ଯାଇ ପାରିନଥିଲା । ଶେଷରେ ପରିବାର ବର୍ଗ ଶବ୍ଦକୁ ଏକ ଖଟିଆ ସାହଯ୍ୟରେ ଦୀର୍ଘ ୪ କିଲୋମିଟର ବୋହି ନେଇଥିବା ଦୃଶ୍ୟ ଦେଖୁବାକୁ ମିଳିଛି।
ଏହି ଗାଁଟି ଚନ୍ଦାହାଣ୍ଡି ଓଝରିଗାଁ ବ୍ଲକର ସୀମାନ୍ତରେ ଏବଂ ଦୁର୍ଗମ ଅଚଳରେ ରହିଛି । ବହୁ ଦିନ ଧରି ଗ୍ରାମବାସୀମାନେ ଦାବି କରି ଆସୁଥିଲେ ହେଁ ପ୍ରଶାସନ ଏହି ଗାଁକୁ ରାସ୍ତା ଗ୍ରାମବାସୀମାନେ ଅଭି ଯୋଗ କରିଛନ୍ତି । ବର୍ଷା ମାସ ଆସିକା ମାତ୍ରକେ ଏହି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆରମ୍ଭ ହେଉଥିବା ଗ୍ରାମବାସୀ କହିଛନ୍ତି । ଏହା ଦିନକର ନୁହେଁ ପ୍ରତି ଦିନର ଘଟଣା ବୋଲି ଗ୍ରାମବାସୀମାନେ କହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।