Education

ଏନ୍ଏସି ତ।ଲିକ। ରେ ଚିତ୍ରଡ। ଅଥଁଳରେ ଖୁସି ର ମ।ହଲ

ଏନଏସି ତାଲିକାରେ ଚିତ୍ରଡ଼ା

ଅଞ୍ଚଳରେ ଖୁସିର ମାହୋଲ

ମୋରଡା,୧୭/୮

ରାଜ୍ୟରେ ନୂତନ ଭାବେ ୧୨ଟି ଏନ୍‌ଏସି ଗଠନ ନେଇ ସରକାର ଶନିବାର ଡ୍ରାଫ୍ଟ ନୋଟିସ୍ ଜାରି କରିଛନ୍ତି। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ମୟୂରଭଞ୍ଜ ଜିଲାରେ ବେତନଟି, ବାଙ୍ଗିରିପୋଷି ଏବଂ ମୋରଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୋରଡା ବ୍ଲକ୍‌ର ମୁଖ୍ୟାଳୟ ଚିତ୍ରଡ଼ାକୁ ଉକ୍ତ ତାଲିକାରେ ସାମିଲ କରାଯାଇଛି।

ଉକ୍ତ ତାଲିକାରେ ଚିତ୍ରଡ଼ାକୁ ସାମିଲ କରାଯି ରାଯିବାର ଘୋଷଣା ପରେ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି। ଶନିବାର ଭାଜପା କର୍ମୀ ଏବଂ ଅଞ୍ଚଳବାସୀ ସ୍ଥାନୀୟ ଶୀର୍ଷାପାଳଛକରେ ବାଣ ଫୁଟାଇ ପରସ୍ପରକୁ ମିଠାଇ ଖୁଆଇ ଆନନ୍ଦର ଉତ୍ସବ ମନାଇଥିଲେ। ଏ ନେଇ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରକୁ ଧନ୍ୟବାଦ ଜଣାଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button