Education

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ,ହତ୍ଯା ସନ୍ଦେହ

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ହତ୍ୟା ସନ୍ଦେହ

ନନ୍ଦପୁର,୧୭/୮

ଓଡ଼ିଶା–ଆନ୍ଧ୍ର ସୀମାନ୍ତ ୧୬ ନଂ ଜାତୀୟ ରାଜପଥ ଅନକାପେଲି ସୁବାବରମ୍ ରାସ୍ତା କଡ଼ରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆନ୍ଧ୍ର ଅନକାପେଲି ଜିଲା ସୁବାବରମ୍ ଜବତ କରିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଶରୀରର ଅର୍ବ ଭାଗ ପୋଡ଼ି ଯାଇଥିବାରୁ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ୧୬ ନଂ ଜାତୀୟ ରାଜପଥରୁ ଅନକାପେଲି ସୁବାବରମ୍ ମଧ୍ଯ ରାସ୍ତା କଡ଼ରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରାଯାଇଥିଲା। ତାଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର କ୍ଷତ ଥୁବା ଓ ତାଙ୍କୁ ହତ୍ୟା କରାଯାଇଥିବା ଆନ୍ଧ୍ର ପୋଲିସ ସନ୍ଦେହ କରୁଛି। ଏ ନେଇ ସୁବାବରମ୍ ଥାନାରେ ନଂ ୧୫୯/୨୫ରେ ଏକ ମାମଲା ରୁଜୁ କରିଛି। ଡିଏସ୍‌ପି

ଓଡ଼ିଶା ପୋଲିସର ସହାୟତା ଲୋଡ଼ିଲା ଆନ୍ଧ୍ର ପୋଲିସ

ବିଷ୍ଣୁ ସ୍ବରୂପ ଓ ଭି.ମୋହନ ରାଓ ତଦନ୍ତ କରୁଛନ୍ତି। ମହିଳାଙ୍କ ପିନ୍ଧିଥିବା ଝୁଣ୍ଟିଆ, କଳାମାଳି, ବ୍ରତ, କାନର, ହେଆର ବେଣ୍ଡ ଆଦି ସାମଗ୍ରୀ ଆଧାରରେ ସେ ଜଣେ ଓଡ଼ିଆ ଏବଂ ସୀମାବର୍ତ୍ତୀ ଅଞ୍ଚଳର ହୋଇଥୁବା ପୋଲିସ ସନ୍ଦେହ କରିଛି । ଏ ନେଇ ଆନ୍ଧ୍ର ପୋଲିସ ମହିଳାଙ୍କ ସମ୍ଭାବ୍ୟ ଫଟୋ ଚିତ୍ର ପ୍ରକାଶ କରି ଚିହ୍ନଟ କରିବାକୁ ଓଡ଼ିଶା ସୀମାନ୍ତ ପାଡୁଆ, ମାଛକୁଣ୍ଡ, ସୁଙ୍କି, ପଟ୍ଟାଙ୍ଗି ଓ ମାଥୁଲି ଆଦି ଥାନା ସମେତ କୋରାପୁଟ ଓ ମାଲକାନଗିରି ଜିଲା ପୋଲିସର ସହାୟତା ଲୋଡ଼ିଛି। ପରିଚୟ ପ୍ରଦାନ‌କାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆନ୍ଧ୍ର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button