ନିଟ୍ ଆଦର୍ଶ ବିଦ୍ୟାଳୟ, ଛାତ୍ର ଙ୍କ ସଫଳତ।
ନିଟ୍ରେ ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ସଫଳତା
ତେନ୍ତୁଳିଖୁଣ୍ଟି, 18/7
ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚାଲଗୁମ୍ମା ଗ୍ରାମ ପଞ୍ଚାୟତ ଅଞ୍ଚଳଗୁଡ଼ା ଗ୍ରାମର ଶିବମ ନାୟକ ୨୬ ନଂ ଗ୍ୟାଙ୍କରେ ରହି ସଫଳତା ପାଇଛନ୍ତି। ଡାକ୍ତରୀ ପଢ଼ିବା ପାଇଁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ସିଟ ମିଳିଛି । ଶିବମ୍ଙ୍କ ବାପା ପବିତ୍ର ନାୟକ ଜଣେ ଶିକ୍ଷକ ଏବଂ ମା’ ଗୃହିଣୀ ଶିବମ୍ଙ୍କ ପ୍ରାରମ୍ଭିକ ଶିକ୍ଷା ଅଞ୍ଚଳଗୁଳା ଶିଶୁ ମନ୍ଦିରରୁ ଆରମ୍ଭ
ହୋଇଥିବାବେଳେ ଷଷ୍ଠରୁ ମାଟ୍ରିକ ଯାଏଁ ଲଜଡି଼ପାଲା ଆଦର୍ଶ ବିଦ୍ୟାଳୟରେ ପାଠପଢ଼ିଥିଲେ। ଭୁବେନେଶ୍ବର ଆଇକନିକ ଆଦର୍ଶ ବିଦ୍ୟାଳୟରେ ସେ ଦ୍ବାଦଶ ପଢିଥିଲେ। ସେଠାରେ ହିଁ କୋଟିଂ ନେଇ ନିଟ୍ ପରୀକ୍ଷାରେ ସଫଳତା ପାଇଛନ୍ତି । ଶିବମ୍ଙ୍କ ସଫଳତା ତେନ୍ତୁଳିଖୁଣ୍ଟି ବ୍ଲକ ଲକଡିପାଲାସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଯୋଗାଇବ ବୋଲି ବିଦ୍ୟାଳୟ ଅଧ୍ଯକ୍ଷ ଅବିନାଶ ସାହୁ କହିଛନ୍ତି।