Education

ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ 73 କି.ମି ଡ୍ରେନ୍ ସରିଲ। ସର୍ଭେ ଡିପିଆର ପ୍ରକିୟା ଆରମ୍ଭ

ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ ୭୩ କିମି ଡ୍ରେନ୍

ସରିଲା ସର୍ଭେ, ଡିପିଆର ପ୍ରକ୍ରିୟା ଆରମ୍ଭ

ନବରଙ୍ଗପୁର, ,୧୭/୮: ବର୍ଷ ବର୍ଷ ଧରି ସହରର ଡ୍ରେନ୍ ବ୍ଯବସ୍ଥା ସୁଧୁରିପାରୁନି। ତେଣୁ ବର୍ଷା ହେଲେ ଅଧା ସହର ଜଳମଗ୍ନ ହୋଇପଡ଼ୁଛି। ନବରଙ୍ଗପୁର ସହରର ମୁଖ୍ୟ ଡ୍ରେନ୍ ସହ ଏହ ଅନ୍ୟ ନାଳ ଗୁଡ଼ିକରୁ ଦୂଷିତ ଜଳ ନିଷ୍କାସନ ସନ ପାଇଁ ୪୭ଟି ଆଉଟଲେଟ୍‌ ଓ ୭୩ କିମି ନାଳ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ତେବେ ଡିପିଆର ପ୍ରସ୍ତୁତି ଜାରି ରହିଥିବା ସୂଚନା ମିଳିଛି।

ନବରଙ୍ଗପୁର ପୌରସଂସ୍ଥା ଗଠନ ହୋଇ ୭୧ ବର୍ଷ ବିତିଲାଣି ଆଜି ପର୍ଯ୍ୟନ୍ତ ଡ୍ରେନେଜ୍ ବ୍ୟବସ୍ଥା ଲାଗି ଦୀର୍ଘ ମିଆଦି ଯୋଜନା ପ୍ରତି କେହି ଗୁରୁତ୍ଵ ଦେଇନାହାନ୍ତି। ୧୭ଟି ୱାର୍ଡକୁ ନେଇ ଗଠିତ ପୌରପାଳିକାର ବିଭିନ୍ନ ସାହି ଓ ଗଳିକନ୍ଦିକୁ ମିଶାଇ ଭାଗ ଭାଗ ହୋଇ ଡ୍ରେନେଜ୍ ବ୍ୟବସ୍ଥା ରହିଛି। ତେବେ ବର୍ଷା ଜଳ କିମ୍ବା ଦୂଷିତ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନାହିଁ। ମନଇଚ୍ଛା ତିଆରି ହୋଇଥିବା କେତେକ ନାଳ ମାଟିବାଲିରେ ପୋତି ହୋଇଗଲାଣି। ଆଉ କେଉଁଠି ନାଳ ପାଣି ରାସ୍ତା ଉପରେ ବୋହୁଛି । ଏଭଳିକି ମଦର ଡ୍ରେନ୍‌ର ପାଣି ଅଟକି ରହୁଛି। କିଛି ଅଞ୍ଚଳରେ ଆଦୌ ଡ୍ରେନ୍ ନାହିଁ। ସହର ସମେତ ଗ୍ରାମାଞ୍ଚଳରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ

ରହିଛି। ଜିଲ୍ଲାପାଳ ଅଫିସ, ଏସପି ଅଫିସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଏକାଧିକ ସରକାରୀ କାର୍ଯ୍ୟାଳୟ ନନ୍ଦାହାଣ୍ଡି ବ୍ଲକ ତଥା ପଡ଼ାଲଗୁଡ଼ା ପଞ୍ଚାୟତରେ ରହିଥିବାରୁ ଏହାର ସଫାସୁତୁରା ବ୍ଲକ ପ୍ରଶାସନ କରିବା କଥା ସେହିଭଳି ଏହିସବୁ ଅଞ୍ଚଳରେ ଗଢ଼ି ଉଠିଥିବା ଜନବସତି, ବ୍ୟବସାୟିକ ଅନୁଷ୍ଠାନ, ହୋଟେଲ ଗୁଡ଼ିକ ପୌରପାଳିକାକୁ କୌଣସି ହୋଲଡିଂ ଟିକସ ଦେଉନାହାନ୍ତି। ଗ୍ରାମାଞ୍ଚଳରେ ରହି ମଧ୍ୟ ପୌରପାଳିକାର ଷ୍ଟ୍ରିଟ୍‌ଲାଇଟ୍ ସେବା ଓ ପରିମଳ ସେବାର ଫାଇଦା ଉଠାଉଛନ୍ତି। ପୌରପାଳିକା ଅଞ୍ଚଳ ବଢିଥିଲେ ମଧ୍ୟ ବାସ୍ତବରେ କାଗଜପତ୍ରରେ ଗ୍ରାମାଞ୍ଚଳରେ ରହିଯାଇଛି। ତେଣୁ ଦୂଷିତ ଜଳ ନିଷ୍କାସନ ପାଇଁ ମଦର ଡ୍ରେନ୍ ସହ ଅନ୍ୟ ସବୁ ନାଳ ଗୁଡ଼ିକରୁ ପାଣି ଯିବା ପାଇଁ ୪୭ଟି ଆଉଟଲେଟ୍‌ ଓ ୭୩ କିମି ନାଳ ନିର୍ମାଣ ପାଇଁ ସର୍ଭେ ସରିବା ସହ ଡିପିଆର ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଏହାପରେ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ କୁନୁ ନାୟକ। ଡିପିଆର ଯିବା ପରେ ସେ ନିଜେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ସଚିବଙ୍କ ସହ କଥା ହୋଇ ଏହାର ଅନୁମୋଦନ ଦିଗରେ ପ୍ରୟାସ କରିବେ ବୋଲି କହିଛନ୍ତି ବିଧାୟକ ଶ୍ରୀ ମାଝୀ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button