ଆଉ ଏକ ଲଘୁଚାପ 21 ଯାଏ ପ୍ରବଳ ବର୍ଷା
ଆଉ ଏକ ଲଘୁଚାପ, ୨୧ ଯାଏ ପ୍ରବଳ ବର୍ଷା
ଭୁବନେଶ୍ବର,୧୬/୮ ରାଜ୍ୟରେ
ଆଉ ଏକ ଲଘୁଚାପ
୨୧ ଯାଏ ପ୍ରବଳ ବର୍ଷା
ବର୍ଷା ନେଇ ୟେଲୋ ୱାନିଂ ରହିଛି।
ଲଘୁଚାପଜନିତ ମୌସୁମୀ ବର୍ଷା ହେଉଛି। ତେବେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ଧା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୭ତାରିଖରେ ବିଭିନ୍ନ ଜିଲାକୁ ବର୍ଷା ପାଇଁ ୟେଲୋ ଓ୍ବାର୍ଡିଂ ଜାରି କରାଯାଇଥିବାବେଳେ ୧୮ରୁ ୨୦ … ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଅରେଞ୍ଜ ଓ୍ବାନିଂ ଦିଆଯାଇଛି। ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସହିତ ଗଭୀର ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।ରବିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହେବ। ଏଥିସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଥିବାବେଳେ ବଜ୍ରପାତ ପାଇଁ ସତର୍କ ସୂଚନା ଦିଆଯାଇଛି। ୧୮ରୁ ବର୍ଷା ବଢ଼ିବା ସମ୍ଭାବନା ଥିବାବେଳେ କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଓ୍ବାନିଂ ରହିଛି। ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।