Education

ଏନସିଆରଟି ପୁସ୍ତକକୁ ନେଇ କଂଗ୍ରେସ -ବିଜେପି ମୁହ।ମୁହି

ଏନ୍‌ସିଇଆର୍‌ଟି ପୁସ୍ତକକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ପୁସ୍ତକରେ ଦେଶ ବିଭାଜନ ପାଇଁ ଜିନ୍ନା, ମାଉଣ୍ଟବ୍ୟାଟେନ ଓ କଂଗ୍ରେସକୁ ଦାୟୀ

ନୂଆଦିଲ୍ଲୀ,୧୬/୮ : ଏନ୍‌ସିଇଆରଟି ପୁସ୍ତକରେ ମହମ୍ମଦ ଅଳ୍ପୀ ଜିଲ୍ଲା, କଂଗ୍ରେସ ଏବଂ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କୁ ଭାରତ-ପାକିସ୍ତାନ ବିଭାଜନର ଦୋଷୀ ବିବେଚନା କରାଯିବାକୁ ନେଇ ବିବାଦ ଉପୁଜିଛି। ଏହାକୁ ନେଇ କଂଗ୍ରେସ ଆପରି ଉଠାଇଛି । ବଳର ନେତା ପନ ଖେଡ଼ା କହିଛତି, ହିନ୍ଦୁ ମହାସଭା ଓ ମୁସ୍‌ଲିମ୍ ଲିଗ୍‌ର ଯୁଗକଚଦୀ ଯୋଗୁ ଦେଶ ବିଭାଳନ ହୋଇଥିଲା। ଇତିହାସର ସବୁଠୁ ବଡ଼ ଖଳନାୟକ ହେଉଛି ଆର୍‌ଏସ୍ଏସ୍ । ସେମାନେ ଯାହା କରିଛତି, ସେଥିପାଇଁ ସେମାନଙ୍କୁ ଆଗାମୀ ପିଢ଼ିମାନେ କ୍ଷମା କରିବେ ନାହିଁ ।

ସମ୍ବାଦିକ ସମ୍ମିଳନୀରେ ପଥୁନ ଖେଡ଼ା କହିଛତି, ଏହି ପୁସ୍ତକକୁ ପୋଡ଼ିବେଢା ଉଚିତ । କାରଣ ଏଥିରେ ସତ କଥା ଦର୍ଶାଯାଇ ନାହିଁ । ବିଜେପି ବାରମ୍ବାର ସଂସ୍ଥାଗୁଡ଼ିକରେ ହସ୍ତକ୍ଷେପ କରି ଇତିହାସ ବିଗଡ଼ିବାକୁ ଲାଗିଛି । ଆମେ ଏହାକୁ ଆଦୌ ବରଦାସ୍ତ କରିବୁ ନାହିଁ । ଏହାର ଜବାବ ଦେବୁ। ବିଭାଜନଉ ବିଚାର ସର୍ବପ୍ରଥମେ ୧୯୩୮ରେ ହିନ୍ଦୁ ମହାସଭା ପ୍ରସାର

କରିଥିଲା । ଏହାକୁ ୧୯୪୦ରେ ଜିଲ୍ଲା ଦୋହରାଇଥିଲେ।

ଏହାର ଜବାବରେ ବିଜେପି ମୁଖପାତ୍ର ଶହଜାଦ ପୁନାଓ୍ବାଲା କହିଛନ୍ତି, ଏହା ସତ ଯେ ସେ ସମୟରେ ମୁସ୍‌ଲିମ୍ ଲିଗ୍, ନେହରୁଙ୍କ ନେତୃତ୍ୱାଧୀନ କଂଗ୍ରେସ ଓ ମାଉଣ୍ଟବ୍ୟାଟେନ୍‌ କ୍ଷମତାରେ ଥିଲେ । ସେମାନେ ଚାହିଁଥିଲେ ବିରାଜନକୁ ରୋକିପାରିଥାନ୍ତେ। ସେ ସମୟରେ ଲୋର ଓ ତୃଷ୍ଟିକରଣ ରାଜନୀତିରେ ଯେଉଁ ଭୁଲ ନିଷ୍ପରି ନିଆଯାଇଥିଲା, ଆଳି ତାହାର ମୂଲ୍ୟ

ଜିନ୍ନାଙ୍କ ବିଷାକ୍ତ ଚିନ୍ତାଧାରା କଂଗ୍ରେସରେ ପ୍ରତିଫଳିତ : ବିଜେପି

ହିନ୍ଦୁ ମହାସଭା-ମୁସ୍‌ଲିମ୍ ଲିଗ୍‌କୁ ଦାୟୀ କଲା କଂଗ୍ରେସ

ଦେଶ ଦେଉଛି । ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛତି, ଜିଲ୍ଲା ଓ ରାହୁଲଙ୍କ ଚିନ୍ତାଧାରା ଗୋଟିଏ ବୋଲି କହିଲେ ଭୁଲ ହେବନାହିଁ I କିନ୍ନାଙ୍କ ବିଷାକ୍ତ ଭାବନା, ତୁଷ୍ଟିକରଣ ଓ ସାମ୍ପ୍ରଦାୟିକତା ବିଷାଧାରା ଆଜି ଚକଲି ଗନ୍ଧୀ ବା ରାହୁଲ ଗାନ୍ଧୀ ଓ କଂଗ୍ରେସ ବଳରେ ଦେଖିବାକୁ ମିଳୁଛି।

ଏନ୍‌ସିଇଆରଟି ମତ୍ସ୍ୟଲରେ କୁହାଯାଇଛି ଯେ ୧୯୪୭ ଅଗଷ୍ଟ ୧୫ରେ ଭାରତ ବିଭାଜନ

ହୋଇଥିଲା। କିନ୍ତୁ ଏହା କୌଣସି ଜଣେ ବ୍ୟକ୍ତିଙ୍କ ଦ୍ବାରା ହୋଇ ନ ଥିଲା। ବିଭାଜନ ଲାଗି ୩ଟି ତତ୍ତ୍ୱ ଦାୟୀ । ପ୍ରଥମତଃ କିନ୍ତୁ, ଯେ ଏଥିପାଇଁ ପ୍ରଥମେ ଦାବି କରିଥିଲେ। ଦ୍ଵିତୀୟତଃ କଂଗ୍ରେସ ଏହାକୁ ସ୍ବୀକାର କରିଥିଲା। ସେହିଭଳି ତୃତୀୟ ତତ୍ତ୍ଵ ହେଉଛତି ମାଇଣ୍ଟବ୍ୟାଟେନ, ଯେ ଏହାକୁ କାର୍ଯ୍ୟକାରୀ କରିଥିଲେ । ମଡ୍ୟୁଲରେ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୁଲାଇ ୧୯୪୭

ଭାଷଣର କିଛି ଅଂଶ ଯୋଡ଼ାଯାଇଛି । ସେଥିରେ ସେ କହିଥିଲେ, ଆମକୁ ବିଭାଜନକୁ ସ୍ବୀକାର କରିବାକୁ ହେବ, ନଚେତ୍ ବାରମ୍ବାର ସଂଘର୍ଷ ଓ ଅରାଜକତାର ସମ୍ମୁଖୀନ ହେବାକୁ ପଡ଼ିବ।

ମତ୍ସ୍ୟଲ ମୁତାବଳ, ୧୯୪୭ ଓ ୧୯୫୦ ମଧ୍ୟରେ ବିଭାଜନ ଭାରତର ଏକତାକୁ ଭାଙ୍ଗିଥିଲା, ଶତ୍ରୁତାପୂର୍ଣ ସୀମା ବନାଇଥିଲା, ସାମୁଡିକ କତ୍ୟା ଓ ବିସ୍ଥାପନର କାରଣ ସାଳିଥିଲା । ସାମ୍ପ୍ରଦାୟିକ ଅବିଶ୍ବାସକୁ ଘନୀଭୂତ କରିଥିଲା । ପଞ୍ଜାବ ଓ ବେଙ୍ଗଲର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଦେବା ସହ ଜମ୍ମୁ-କାଶ୍ମୀରର ସାମାଜିକ, ଆର୍ଥିକ ଓ ଜନସାଂଖ୍ୟକ କ୍ଷତି ଘଟାଇଥିଲା। ଉଲ୍ଲେଖଯୋଗ୍ୟ, ଏନ୍‌ ସିଇଆର୍‌ଟିର ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରକୃତ ପାଠ୍ୟକ୍ରମର ଅଂଶବିଶେଷ ନୁହେଁ । ସଫ୍ଟମେଣ୍ଟାରି ମ୍ୟାଟେରିଆଲ ଭାବେ କୌଣସି ସ୍ବତନ୍ତ୍ର ବିଷୟ ବାବଦରେ ପିଲାଙ୍କୁ ବୁଝାଇବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଥାଏ। ସଦ୍ୟ ‘ଅପରେସନ ସିନ୍ଦୂର’କୁ ବି ସ୍ବତନ୍ତ୍ର ମତ୍ସ୍ୟଲ୍‌ରେ ସ୍ଥାନିତ କରାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button