Education

134 ବିଦ୍ୟାଳୟ ରେ ଆସ ସ୍କୁଲ ଯିବ। କାର୍ଯ୍ୟକ୍ରମ

୧୩୪ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି, 17/8: ତେନ୍ତୁଳିଖୁଣ୍ଟି ବ୍ଲକର ୧୩୪ଟି ପ୍ରାଥମିକ,

ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରେ ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ ଦାନୀଗୁଡ଼ା, ପୂଜାରୀଗୁଡ଼ା ଓ କୁକୁଡ଼ାବାଇ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ନେଇ ବୈଠକ ହୋଇଥିଲା | ଡ୍ରପ୍ ଆଉଟ୍ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ପାଠପଢ଼ା ପ୍ରତି ଆକୃଷ୍ଟ କରିବା ନେଇ ଆଲୋଚନା ହୋଇଥିଲା । ସେହିପରି ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ନଗର ପରିକ୍ରମା କରି କାର୍ଯ୍ୟକ୍ରମ ସଂପର୍କରେ ସଚେତନ କରାଯାଇଥିଲା। ସେହିପରି ସହକାରୀ ଶିକ୍ଷାଧିକାରୀ ମୋହନ ମଧୁସୂଦନ ବାଗ କହ୍ନେଇମୁଣ୍ଡା ଓ ତେନ୍ତୁଳିଖୁଣ୍ଟି ନୋଡାଲ୍ ବାପୁଜୀ ଉଚ୍ଚବିଦ୍ୟାଳୟ ଗସ୍ତ କରିଥିଲେ । ୧୨ ଜଣ ସିଆରସିସି ମଧ୍ୟ ୧୩୪ଟି ବିଦ୍ୟାଳୟ ପରିଦର୍ଶନ କରି ଡ୍ରପ୍ ଆଉଟ୍ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ନେଇ ଆଲୋଚନା କରିଥିଲେ। ବ୍ଳକରେ ୯୩୪ ୪ ଡ୍ରପ୍ ଆଉଟ୍ ପିଲାଙ୍କୁ ଦାର କରାଯାଇଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ ଅଦ୍ୟାବଧି ଜଣ ନୂଆ ଆଉଟ୍ ପିଲାଙ୍କ ନାମ ଲେଖା ହୋଇଥିବା ସୂଚନା ମିଳିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button