Education

ଚୋରି ମ।ମଲ। ରେ ରାୟଗଡା ରୁ ଦୁଇ ଗିରଫ

ମୈତ୍ରୀନଗର ଚୋରି ମାମଲା

ରାୟଗଡ଼ାରୁ ୨ ଗିରଫ

ନବରଙ୍ଗପୁର,17/8: ମୈତ୍ରୀନଗର ଚୋରି ମାମଲାରେ ନବରଙ୍ଗପୁର ଟାଉନ୍ ଥାନା ପୁଲିସକୁ ମିଳିଛି ସଫଳତା | ଏହି ମାମଲାରେ ଜଡ଼ିତ ଦୁଇ ଦୁର୍ବୃତ୍ତଙ୍କୁ ଗିରିଫ କରିଛି ପୁଲିସ । ଅଭିଯୁକ୍ତ ଦୁହେଁ ହେଲେ ରାୟଗଡ଼ା ଗୌତମ ନଗର ୫ମ ଲାଇନର ଏମ୍. କିରଣ କୁମାର (୩୦ବର୍ଷ) ଓ ଚେକାଗୁଡ଼ାର ଏନ୍ କନକ ରାଜୁ (୩୦ବର୍ଷ) | ସେମାନଙ୍କ ଠାରୁ ପୁଲିସ ୧୦ ହଜାର ଟଙ୍କା, ଗୋଟିଏ ସୁନା ଚେନ୍, ୩ଟି ସ୍ମାର୍ଟଫୋନ୍, ଗୋଟିଏ ବାଇକ୍ ସହ ଚୋରି ବେଳେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ଏସଡିପିଓ କୃଷ୍ଣଚନ୍ଦ୍ର ଭତରା ଓ ଥାନା ଅଧିକାରୀ ସମ୍ବିତ ବେହେରା କହିଛନ୍ତି।

ଗତ ତିନି ତାରିଖ ମଧ୍ୟରାତ୍ରରେ ରାସ୍ତା ଠାରୁ ମାତ୍ର ୫୦ ମିଟର ଦୂରରେ ରହୁଥିବା କେ ଓମକାର ବ୍ରହ୍ମାଙ୍କ ଘରର ତାଲା ଭାଙ୍ଗି ଚୋରି ହୋଇଥିଲା | ସେ ଦୁଇ ତାରିଖରେ ବିଶାଖାପାଟଣା ଯାଇଥିଲେ। ତିନି ତାରିଖ ଭୋର୍ ସକାଳେ ଘରେ ପହଞ୍ଚି ଦେଖିବା ବେଳକୁ ଘର ସମ୍ମୁଖ ଗେଟର ତାଲା ଭାଙ୍ଗିଥିବା ବେଳେ ଘରେ ଥିବା ୨ଟି

ସୁନା ଅଳଙ୍କାର, ୧୦ ହଜାର ଟଙ୍କା ଜବତ

ଆଲମିରା ଖୋଲା ରହିଛି ଏବଂ ଆସବାବପତ୍ର, ଲୁଗାପଟା ଏଣେତେଣେ ପଡ଼ିଛି। ଏହାସହ ଆଲମାରିରେ ଥିବା ପ୍ରାୟ ଦୁଇ ତୋଳା ଓଜନର ସୁନାଗହଣା ଓ ୧ ଲକ୍ଷ ୪୦ ଟଙ୍କା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପଡ଼ିଶା ଘରର ସିସିଟିଭି ଫୁଟେଜରେ ଦୁଇଜଣ ବ୍ୟକ୍ତି ଚୋରି କରିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ପରେ ପୁଲିସ ସିସିଟିଭି ଫୁଟେଜ୍ ଟଜ୍ ସଂଗ୍ରହ କରି ଏସଆଇ ଗଣେଶ ପଟ୍ଟନାୟ ଟ୍ଟନାୟକ, ସମ୍ବିତ ସାହୁ ତଦନ୍ତ କରିଥିଲେ । ଦୁଇ ଅଭିଯୁକ୍ତ ଚିହ୍ନଟ ହେବା ପରେ ନବରଙ୍ଗପୁର ପୁଲିସ ରାୟଗଡ଼ାରେ ଚଢ଼ଉ କରି ଦୁଇ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ଠାରୁ ସୁନା ଅଳଙ୍କାର ସହ ୧୦ ହଜାର ଟଙ୍କା ଜବତ କରିଛି। ଛି। ଅପରପକ୍ଷରେ ଅପଟ ଘର ମାଲିକମାନେ ଘରେ ତାଲା ପକାଇ ବାହାର ଘରକୁ ଯିବା ବେଳେ ପୁଲିସ କିମ୍ବା ପଡ଼ୋଶୀ କିମ୍ବା କୌଣସି ପରିଚିତ ଲୋକଙ୍କୁ ସୂଚନା ଦେବାକୁ କୁହାଯାଇଛି । ସେହିପରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୁଲିସକୁ ସୂଚନା ଦେବା ପାଇଁ ଏସଡିପିଓ ଅନୁରୋଧ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button