Education

ଝରିଗାଁ ରେ ଜନ୍ମାଷ୍ଟମୀ ପାଳିତ

ଝରିଗାଁରେ ଜନ୍ମାଷ୍ଟମୀ ପାଳିତ

ନବରଙ୍ଗପୁର, ୧୬/୦୮/୨୫ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହୋଇ ଯାଇଛି।ସ୍ଥାନୀୟ ସ୍ବରାଜ ବିଦ୍ଯାପୀଠ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥୂବା ବେଳେ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜେଇ ହେ ହୋଇ ନଗର ପରିକ୍ରମା କରିଥିଲେ।ଅବିଭାବକ ମାନେ ନିଜ ନିଜ ଘରେ ପୂଜାର୍ଚ୍ଚନା କରିଥିଲେ।ସେହି ସେହିପରି ଝରିଗାଁ ବସଷ୍ଟାଣ୍ଡ ଠାରେ ରାଧାକୃଷ୍ଣଙ୍କ ନୃତ୍ୟ ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଭର୍ମିଳା ସାହୁ,ପୁଷ୍ପାଞ୍ଜଳି ବେହେରା,ସସ୍ମିତା ସାନ୍ନା,ବାସନ୍ତୀ ଉଲ୍ଲାକା, ସୁମିତ୍ରା ସାନ୍ମା, ଗାୟତ୍ରୀ ପୂଜାରୀ,ଅନିତା ଜେନା ପ୍ରମୁଖ ଉପସ୍ଥିତ ଥୂଲେ।

ସେହିପରି ଝରିଗାଁ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଥିଲା।ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସେହିପରି ସନ୍ଧ୍ୟା ସମୟରେ ଦହି ହାଣ୍ଡି ଭଙ୍ଗାର ଆୟୋଜନ ହୋଇଥିଲା।ଏଥୁରେ ତିନି ଦଳ ଭାଗ ନେଇଥିବା ବେଳେ ବାଞ୍ଜିଆମ୍ବା ଦଳ ଦହି ହାଣ୍ଡି ଭାଙ୍ଗିବାରେ ସଫଳ ହୋଇଥିଲେ।ଦହି ହାଣ୍ଡି ଭଙ୍ଗା ଦେଖୁବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button