Education

ସାର ପାଇ ଟେକାପଥର ଫୋପ।ଡିଲେ ଚାଷୀ

ସାର ପାଇଁ ଟେକାପଥର ଫୋପାଡ଼ିଲେ ଚାଷୀ

କୋଷାଗୁମୁଡ଼ା, ୧୬/୮

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍‌ରେ ସାର ଅଭାବ ଲାଗି ରହିଛି ଶନିବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ସାର ପାଇଁ ଠେଲାପେଲା ହେବା ବେଳେ ୨ ମହିଳା ଅସୁସ୍ଥ ହେଲେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏଥିସହ ଧାଡ଼ିରେ ଥ‌ିବା ଚାଷୀମାନେ ବିରକ୍ତି ହୋଇ କାର୍ଯ୍ୟାଳୟ ପରିସରକୁ ଟେକାପଥର ଫୋପାଡ଼ିଥିଲେ। ଅତିରିକ୍ତ ଏସ୍‌ପି ଆଦିତ୍ୟ ସେନ, ପାପଡ଼ାହାଣ୍ଡି ଏସ୍‌ଡିପିଓ ସତ୍ୟଜିତ କଣ୍ଡାକେଲ, କୋଡ଼ିଙ୍ଗା ଅତିରିକ୍ତ ତହସିଲଦାର ଅଶୋକ ମୁଦୁଲି, କୋଡ଼ିଙ୍ଗା ଥାନାଧିକାରୀ ଯୁଗଳ ଶବର, କୋଷାଗୁମୁଡ଼ା ଥାନାଧିକାରୀ ଉମେଶ ନାୟକ ଓ ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ସାର ବଣ୍ଟନ କରାଯାଇଥିଲା।

ସୂଚନାନୁଯାୟୀ, ଚାଷୀମାନେ ସାର ପାଇଁ ଶନିବାର ସକାଳେ ଲ୍ୟାମ୍‌ସ ଆଗରେ ଲମ୍ବା ଧାଡ଼ି ବାନ୍ଧି ଠିଆହୋଇ ରହିଥିଲେ। ପୋଲିସ ଆସିବା ପରେ ପୂର୍ବାହ୍ନ ୧୦ଟା ୩୦ରେ ସାର ଦେବା ଆରମ୍ଭ ହୋଇଥିଲା।

ସାର ପାଇଁ ଲ୍ୟାମ୍‌ସ ଆଗରେ ଚାଷୀଙ୍କ ଭିଡ଼।

ଗୋଟିଏ ବସ୍ତା ସାର ପାଇଁ ଚାଷୀ ଦିନ ତମାମ ଲମ୍ବା ଧାଡ଼ିରେ ଠିଆହୋଇ ରହିଥିଲେ। ଜଣଙ୍କ ଆଧାର କାର୍ଡରେ ୨ ବସ୍ତା ସାର ଦେଉଛନ୍ତି । ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ ପୂର୍ବରୁ ଲ୍ୟାମ୍ପସରେ ସାର ଥିଲା ସେସବୁ ବଡ଼ବଡ଼ିଆ ଲୋକଙ୍କୁ ଦେଇଛନ୍ତି । ଏବେ ଅଳ୍ପ ସାର ଥିବାରୁ ତାହାକୁ

ଗୋଟିଏ କିମ୍ବା ୨ଟି ବସ୍ତା ଦେଇ ଚାଷୀଙ୍କ ମଧ୍ୟରେ ବଣ୍ଟାଯାଉଛି। ଛୋଟ ଚାଷୀଙ୍କୁ ସାର ମିଳୁନାହିଁ । କୋଷାଗୁମୁଡ଼ା ଲ୍ୟାମ୍‌ସକୁ ୨୨୧୫ ପ୍ୟାକେଟ ସାର ଆସିଥିଲା। କିନ୍ତୁ ଶନିବାର ସବୁ ସାର ଶେଷ ହୋଇଗଲା ବୋଲି ସମବାୟ ସମିତି ପରିଚାଳକ ପ୍ରଣବ ମହାନ୍ତି କହିଛନ୍ତି । ସାର ଦେବା ସମୟରେ

ଚାଷୀମାନେ ବିରକ୍ତହୋଇ କାର୍ଯ୍ୟାଳୟ ପରିସରକୁ ଟେକା ପଥର ଫୋପାଡ଼ିଥିଲେ। ଶନିବାର ଯେଉଁମାନେ ସାର ପାଇ ନ ଥିଲେ ସେମାନଙ୍କୁ ଟୋକେନ ଯାଇଛି। ସୋମବାର କିମ୍ବା ମଙ୍ଗଳବାର ସାର ଆସିଲେ ଟୋକେନ ଦେଖାଇଲେ ସେମାନଙ୍କୁ ସାର ଦିଆଯିବ ବୋଲି ସୂଚନା ମିଳିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button