Entertainment

କବି କେଶବ ଚନ୍ଦ୍ର ନାୟକ ରଚିତ ଭଜନ ଗୀତ ମୁକ୍ତିଲାଭ

ମାଲକାନଗିରି,୧୫/୮: ଆଜି ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ରଚିତ ଭଜନ ସଂକଳନ ଦାରୁବ୍ରହ୍ମ ପୁସ୍ତର ଭଜନ ” କି ସୁନ୍ଦର ସେ ଅଧର ମୋହନ ବଂଶୀ,ଅନା ରୂପସୀ” ମୁକ୍ତିଲାଭ କରିଛି।ଏହି ଭଜନ କୁ କଣ୍ଠଦାନ କରିଛନ୍ତି ଶ୍ରୀମତୀ ବନଜା ମିଶ୍ର (ଭୁବନେଶ୍ୱର) ଏବଂ ସଂଗୀତ ସଂଯୋଜନା କରିଛନ୍ତି ଅଶୋକ କୁମାର ସାହୁ (ଭୁବନେଶ୍ୱର)। ଏହା ବ୍ୟତିତ ଏହି ଭଜନକୁ ପ୍ରଯୋଜକ ଭାବରେ ସୁଶାନ୍ତ କୁମାର ନାୟକ ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଭଜନଟି ରାଜା ଏଣ୍ଟରଟେନ ଷ୍ଟୁଡିଓରେ ରେକର୍ଡ କରାଯାଇଛି।

କବି କେଶବ ଚନ୍ଦ୍ର ନାୟକଙ୍କ ରଚିତ ଭଜନ “ଆଜି ତ ବାହୁଡା ଯାତ ଲୋ ମିତଣୀ” ଗତ ଜୁନ୍ ୨୭ ତାରିଖ ପବିତ୍ର ରଥଯାତ୍ରା ଉପଲକ୍ଷେ ମୁକ୍ତିଲାଭ କରିଥିଲା। ସେହି ଭଜନକୁ ମଧ୍ୟ କଣ୍ଠଦାନ କରିଥିଲେ ଶ୍ରୀମତୀ ବନଜା ମିଶ୍ର। ବର୍ତ୍ତମାନ କବି କେଶବ ଚନ୍ଦ୍ର ନାୟକଙ୍କ ଭଜନ ସଂକଳନରୁ ୨ ଟି ଭଜନ ରେକର୍ଡ କରାଯାଇଥିବା ବେଳେ ଆଗକୁ ଅଉ ୪ ଗୋଟି ଭଜନ ମୁକ୍ତିଲାଭ କରିବ। ଶ୍ରୀ ନାୟକଙ୍କ ରଚିତ ଦାରୁ ବ୍ରହ୍ମ ଭଜନ ସଂକଳନରେ ୫୨ ଗୋଟି ଭକ୍ତି ଗୀତ ରହିଛି। ସେହି ପରି କବି କେଶବ ଚନ୍ଦ୍ର ନାୟକଙ୍କ ଅନ୍ୟତମ ଭଜନ ସଂକଳନ ପୁସ୍ତକ “ଦାରୁ ଦେବତା” ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ୬୧ ଗୋଟି ଭଜନ ସ୍ଥାନିତ ହୋଇଅଛି। ଏହି ଭଜନ ସଂକଳନରୁ ମଧ୍ୟ ଆଗାମୀ ଦିନରେ ଭଜନ ରେକର୍ଡ ହୋଇ ୟୁଟ୍ୟୁବରେ ପ୍ରସାରଣ ହେବାକୁ ଯାଉଛି।

କବି କେଶବ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଜଗତରେ ଜଣେ ଅମ୍ଳାନ ଜ୍ଯୋତିଷ୍କ।ସେ ଏକା ଧାରରେ ଜଣେ ଦକ୍ଷ ସାମ୍ବାଦିକ, କବି, ଗାଳ୍ପିକ, ସ୍ତମ୍ଭକାର, ପ୍ରାବନ୍ଧିକ, ନାଟ୍ୟକାର ଏବଂ ଔପନ୍ୟାସିକ ଅଟନ୍ତି। ତାଙ୍କର କବିତା, ଗଳ୍ପ ଓ ପ୍ରବନ୍ଧ ଓଡ଼ିଆ ବହୁ ପତ୍ର ପତ୍ରିକାରେ ପ୍ରକାଶିତ। ଶ୍ରୀ ନାୟକଙ୍କ ଦ୍ବାରା ରଚିତ ୮ ଗୋଟି ପୁସ୍ତକ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇଛି। ସେ ମାଲକାନଗିରି ଜିଲ୍ଲ ଭଳି ଏକ ଉପାନ୍ତ ଉପେକ୍ଷିତ ଏବଂ ଓଡ଼ିଆ ଭାଷାର ପ୍ରସାର ପ୍ରଚାର ଦିଗେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ଦୀର୍ଘ ୩୫ ବର୍ଷ ହେଲା ସାହିତ୍ୟ ସାଧନାରେ ଜଡ଼ିତ। ଉତ୍କଳ ସାହିତ୍ୟ ସଂସଦରର ସେ ସଭାପତି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କରୁ ତିନି ଶହରୁ ଉର୍ଦ୍ଧ୍ବ ସମ୍ମାନରେ ଅଳଙ୍କୃତ। ଆଜି ତାଙ୍କ ଭଜନ ମୁକ୍ତିଲାଭ କଲା ପରେ ବହୁ ପ୍ରଶଂସିତ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button