Education

ବିଷ୍ନୁ ଗୁଡା ଡେମ ପାଣି ଜମିରେ ମ।ଡୁନି

ବିଷ୍ଣୁଗୁଡ଼ା ଡ୍ୟାମ ପାଣି ଜମିରେ ମାଡ଼ୁନି

 

ରାୟଗଡ଼ା,ତ।:16/8

 

ଜମିକୁ ପାଣି ମିଳିବ, ଭଲ ଫସଲ ହବ ବୋଲି ଭାବି ଡ୍ୟାମ ନିର୍ମାଣ ପାଇଁ ନିଜ ଜମି ଦେଇଦେଲେ। ହେଲେ ପାଣି ମିଳିଲା ନାହିଁ I ଡ୍ୟାମର ପାଣି ତଳିଆ ଅଥଂଳରେ ରହୁଥ‌ିବା ଗାଁକୁ ଯାଉଥିବାବେଳେ ଡ୍ୟାମ ପାଇଁ ଜମି ଦେଇଥିବା ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଫଳରେ ଲୋକେ ଚାଷ କରି ନପାରି ଦାଦନ ଖଟିବାକୁ ବାହାରକୁ ଚାଲିଯାଉଛନ୍ତି । ଇଏ ହଉଛି ରାୟଗଡ଼ା ବ୍ଳକର ବିଷ୍ଣୁଗୁଡ଼ା ଡ୍ୟାମ । ଟେଟଲିଗୁଜାରେ ନିର୍ମିତ ଏହି ଡ୍ୟାମରେ ପାଣି ଅଛି କିନ୍ତୁ ଡ୍ୟାମ ନିକଟରେ ଥିବା ଚାଷ ଜମିକୁ ପାଣି ମାଡ଼ୁନି । ଦୀପ ତଳ ଅନ୍ଧାର ପରି ଟେଟାଲିଗୁଡାର ଚାଷଜମି ସବୁ ପଡ଼ିଆ ପଡ଼ିଛି । ଚାଷ ଜମିରେ ଗାଈ ବଳଦ ଚରୁଛନ୍ତି । ଏପଟେ  ଡ୍ୟାମ ପାଣି ମିଳୁ ନଥୁବାବେଳେ ଚାଷ ପାଇଁ ଚାଷୀ ବର୍ଷା ଉପରେ ନିର୍ଭର କରୁଛନ୍ତି । ବର୍ଷା ହେଲେ ଚାଷ ହଉଛି, ବର୍ଷା ନହେଲେ ଚାଷ ବନ୍ଦ । ପେଟପାଟଣା ପାଇଁ ବାଧ୍ୟ ହୋଇ ନିଜ ପରିବାର ପ୍ରତିପୋଷଣ କରିବାକୁ ଦାଦନ ଖଟିବାକୁ ବାଧ ହଉଛନ୍ତି ଚାଷୀ । ଚାଷୀଙ୍କ ଏହି ଅସୁବିଧା ଏବେକାର ନୁହେଁ । ଦୀର୍ଘ ୨୪ ବର୍ଷର ଏହି ଅସୁବିଧା

 

ଭୋଗୁଛନ୍ତି ଟେଟାଲିଗୁଡାର ଚାଷୀ । ଡ୍ୟାମ ଟି ତ୍ରୁଟିପୂର୍ଣ ନିର୍ମାଣ ଯୋଗୁଁ ଏହିଭଳି ପରିସ୍ଥିତି

 

ଉପୁଜିଥ‌ିବା କୁହାଯାଇଛି । ବିକଳ୍ପ ବ୍ୟବସ୍ଥା ନିମନ୍ତେ ବାରମ୍ବାର ଜିଲ୍ଲା ପ୍ରଶାସନ, ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରା କରି କରି ଦୀର୍ଘ ୨୪ ବର୍ଷ ବିତିଗଲା । ହେଲେ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଅଧୁକାଂଶ ଚାଷ ଜମି ପଡିଆ ପଢିବାବେଳେ

 

ଆଉ କିଛି ଚାଷୀ କପା ଓ ମାଣ୍ଡିଆ ଚାଷ କରୁଛନ୍ତି । ଧାନ ଚାଷ ପାଇଁ ଅଂଟା ଭିଡ଼ିବା ଚାଷୀ ତଳି ପକାଇ ବର୍ଷାକୁ ଚାହିଁ ରହିଛି । ଟେଟଲିଗୁଡ଼ାଇ ଅଧାରୁ ଅଧ‌ିକ ଚାଷୀ ଚାଷ ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ ହଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

 

ବିଷ୍ଣୁଗୁଡା ଗ୍ରାମଠାରୁ ମାତ୍ର ୨ କିଲୋମିଟର ଦୂର ଟେଟାଲିଗୁଡା ଗ୍ରାମ ନିକଟରେ ନିର୍ମାଣ ହୋଇଛି ବିଷ୍ଣୁଗୁଡା ଡ୍ୟାମ । ସ୍ଥାନୀୟ ବିଷ୍ଣୁଗୁଡାରେ ଜମି ନମିଳିବାରୁ ଡେଟାଲିଗୁଜା ଗ୍ରାମରେ ଏହି ଦ୍ୟାମ ନିର୍ମାଣ କରାଯାଇଛି । ଗତ ୨୦୦୧ ଆର୍ଥିକ ବର୍ଷରେ ୩ କୋଟି

 

୨୦ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥୁଲା ଏହି ବିଷ୍ଣୁଗୁଡା ଡ୍ୟାମ । ୬୦୦ ହେକ୍ଟର ଚାଷ ଜମିକୁ ଜଳ ଯୋଗାଇବାକୁ ଯୋଜନା ହୋଇଥିଲା । ବଡ଼ାଗୁଡ଼ା ସମେତ ବେହେରାଗୁଡା, ଜଗନ୍ନାଥପୁର, ପୂଜାରିଗୁଡା, ବିଷ୍ଣୁଗୁଡା, ଦେଙ୍ଗାଲିଗୁଡା, ପିତାମହଲ, ଜଗନ୍ନାଥପୁର,

 

ମାଣିକଝୋଲା, ଦୀଶାରିଗୁଡା, ହଳାରିଡଙ୍ଗ, କାମରାଗୁଜା ଚାଷୀଙ୍କ ଲାଗି ନିର୍ମାଣ ହୋଇଥିବା ଏହି ଡ୍ୟାମ ଆଜି ବି ନିର୍ମାଣାଧୀନ ଅବସ୍ଥାରେ ରହିଛି । ଗତ ୨୪ ବର୍ଷ ମଧ୍ୟରେ ନିର୍ମାଣାଧୀନ ଡ୍ୟାମର ମରାମତି ପାଇଁ ୧ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ ରହିଛି। ବିଷ୍ଣୁଗୁଡା, ପିତାମହଲ, ଦୀଶାରୀଗୁଡା, ଦେହେରାଗୁଡା ଓ ଜଗନ୍ନାଥପୁର ଗାଁକୁ ପାଣି ଏହି ଡ୍ୟାମରୁ ମାଡ଼ୁଥିବାବେଳେ ଅନ୍ୟ ଗାଁର ଚାଷୀ ଏହି ତ୍ୟାମରୁ ପାଣି ନପାଇ ଦାଦନ ଖଟୁଛତି ବୋଲି ନବୀନ ତାଳିଙ୍ଗି, ଚାଷୀ, ଟେଟଲିଗୁଡାଇ ଚାଷୀ ନବୀନ ତାଜିଙ୍ଗି ଓ ଶ୍ରୀନିବାସ ତାଡିଙ୍ଗି ଅଭିଯୋଗ କରିଛନ୍ତି । ଡ୍ୟାମ ନିର୍ମାଣ ଓ ମରାମତି ପାଇଁ ବର୍ତମାନ ସୁଦ୍ଧା ୫ କୋଟି ଟଙ୍କା ବ୍ୟୟ ହୋଇ ସାରିଥିଲେ ମଧ୍ୟ ୨୪ ବର୍ଷ ପରେ ବି ସମ୍ପୂର୍ଣ ଜଳସେଚନର ସୁବିଧା ହୋଇପାରିନି। ସେତେବେଳେ ୫ କୋଟି ବ୍ୟୟ ମାନେ ଆଜିର ଦିନରେ ୫୦ କୋଟି ଟଙ୍କା ହେବ ।

 

ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁଦର୍ଶନ କୁମାରଙ୍କୁ ପଚାରିବାରୁ ଡ୍ୟାମ ଉପର ମୁଣ୍ଡରେ ଥିବା ଜମି ଗୁଡିକୁ ପାଣି ଯିବା ସମଜ ନୁହଁ । ସେମାନଙ୍କ ଜମି ଜଳସେଚନ କେବଳ ଉଠା ଜଳସେଚନ ଦ୍ୱାରା ସମନ ହୋଇପାରିବ ବୋଲି କହିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button