ଜିଲ୍ଲା ରେ ଲଗ।ଯିବ ସ।ଢେ17 ଲକ୍ଷ ଗଛ
ଜିଲ୍ଲାରେ ଲଗାଯିବ ସାଢ଼େ ୧୭ ଲକ୍ଷ ଗଛ
ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ତ୍ରିରଙ୍ଗାଯାତ୍ରା, ସମୀକ୍ଷା ବୈଠକ
ନବରଙ୍ଗପୁର, ତ।:16/8
ଜଙ୍ଗଲ, ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ୨ ଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଆସି ପହଞ୍ଚୁଛନ୍ତି। ଗୁରୁବାର ନବରଙ୍ଗପୁରରେ ପହଞ୍ଚୁବା ପରେ ସେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ବିଭିନ୍ନ ବିଭାଗ ଅଧିକାରୀଙ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ବିଧାୟକ ଯୋଗଦେଇଥିଲେ।
ସୂଚନାନୁଯାୟୀ, ଗୁରୁବାର ମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚୁବା ପରେ ଜିଲ୍ଲାପ୍ରଶାସନ ଓ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ମନ୍ତ୍ରୀ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ହୋଇଥୁବା ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବାଇକ୍ ଚଳାଇ ଥିବାବେଳେ ମନ୍ତ୍ରୀ ହାତରେ ତ୍ରିରଙ୍ଗା ଧରି ବାଇକ୍ରେ
ବୈଠକରେ (ବାମରୁ) ଜିଲ୍ଲପାଳ ମହେଶ୍ବର ସ୍ବାଇଁ, ଜଙ୍ଗଲ, ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଓ ପୌରାଧ୍ୟକ୍ଷ କୁନୁ ନାୟକ।
ବସି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ମହେଶ୍ବର ସ୍ବାଇଁଙ୍କ ସହ ଜିଲ୍ଲାସ୍ତରୀୟ ଅଧୁକାରୀ କର୍ମଚାରୀ, ଜିଲା ଭାଜପା ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।
ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ସମାପ୍ତ ପରେ ମନ୍ତ୍ରୀ ସର୍କିଟ ହାଉସଠାରେ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଜଙ୍ଗଲ, ପରିବେଶ ବିଭାଗ ଓ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ନବରଙ୍ଗପୁରରେ
ଜଙ୍ଗଲ ପରିମାଣ ୪୬.୫ ପ୍ରତିଶତ ରହିଥିବା ନେଇ ଖୁସିବ୍ୟକ୍ତ କରିଥିଲେ। ଏକ୍ ପେଡ୍ ମାଆ କେ ନାମ୍ ପେ କାର୍ଯ୍ୟକ୍ରମ ଜରିଆରେ ଜିଲାରେ ସାଢେ ୧୭ ଲକ୍ଷ ଗଛ ଲଗାଯିବ ବୋଲି ସୂଚନା ଦେଇଥିଲେ। ଜିଲାର ମକାଚାଷ ପାଇଁ ବେଆଇନଭାବେ ଜଙ୍ଗଲ କାଟୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ୧ ଲକ୍ଷ ୩୨ ହଜାର ଶ୍ରମକାର୍ଡଧାରୀ ରହିଥିବା ବେଳେ ଏହାକୁ ବଢ଼ାଇବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ସହାୟତା
ରାଶି ପ୍ରଦାନ କରିବାରେ ନବରଙ୍ଗପୁର ଜିଲ୍ଳାର ଅନ୍ୟ ଜିଲ୍ଳାର ଅପେକ୍ଷା କମ୍ ଥିବାରୁ ମନ୍ତ୍ରୀ ନିରାଶ ଥିବା କହିଥିଲେ। ଏଥିସହ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟକରି ବିଭିନ୍ନ ଯୋଜନାରେ ସାମିଲକରିବାକୁ ଜିଲ୍ଲା ଶ୍ରମ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ପାଇଁ, ଡିଏଫ୍ଓ ଶୁଭେନ୍ଦୁ ପ୍ରସାଦ ବେହେରା, ପୌରାଧ୍ଯକ୍ଷ କୁନୁ ନାୟକ, ଜିଲ୍ଲାରେ ଶ୍ରମ ଅଧିକାରୀ ଛୋଟରାୟ ଟୁଡ଼ୁଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।