Nation

ସେମିଳିଗୁଡ଼ାରେ ୭୯ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳନ

ସେମିଳିଗୁଡ଼ା, ୧୫/୦୮: କୋରାପୁଟ ଜିଲ୍ଲା, ସେମିଳିଗୁଡ଼ା: ଶହୀଦ ସ୍ୱାଧୀନତା ସଂଗ୍ରାମୀ ଓ ଦେଶର ସୀମାରକ୍ଷାରେ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ସେମିଳିଗୁଡ଼ା ସହରର ବିଭିନ୍ନ ଅନୁଷ୍ଠାନରେ ୭୯ତମ ସ୍ୱାଧୀନତା ଦିବସ ପାଳନ ହେଲା।

ତହସିଲଦାର ଅଫିସ ସମ୍ମୁଖରେ ସୁଭାଷ ଚନ୍ଦ୍ର ବୋସ, ଡଃ ବାବାସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀ ଓ କୋରାପୁଟର ବୀର ସହୀଦ ଲକ୍ଷ୍ମଣ ନାୟକଙ୍କ ମୂର୍ତି ଉଦ୍ଧଘାଟିତ କରି ପୁଷ୍ପାଞ୍ଜଳି ଓ ଅନୁଷ୍ଠାନ ଆୟୋଜିତ ହେଲା। ଅନୁଷ୍ଠାନରେ ପଟାଙ୍ଗି ବିଧାୟକ ତଥା ବିଧାୟକ ଦଳନେତା ରାମଚନ୍ଦ୍ର କାଡାମ, ସେମିଳିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସିମ୍ନ କୁମାର ପ୍ରଧାନ, ତହସିଲଦାର ଦେବବ୍ରତ କରାତି, ଅଡିସିନାଲ୍ ତହସିଲଦାର ଦେବୀ ପ୍ରସାଦ ନାୟକ ସହ ସମସ୍ତ ଷ୍ଟାଫ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଘରଡିଅ ପଟା ବିତରଣ କରାଗଲା।

ବିଧାୟକ ସେମିଳିଗୁଡ଼ା ତହସିଲ ପକ୍ଷରୁ ମହାପୁରୁଷମାନଙ୍କ ନୂତନ ପ୍ରତିମା ବସାଇବା ଉଦ୍ୟମକୁ ପ୍ରଶଂସା କଲେ।ତାପରେ ସେମିଳିଗୁଡ଼ା ବ୍ଲକ ପକ୍ଷରୁ ମିନି ଷ୍ଟାଡିୟମ ଠାରେ ପତାକା ଉତ୍ତୋଳନ କାର୍ୟକ୍ରମରେ ବିଧାୟକ ମୁଖ୍ୟ ଅତିଥି ଥିଲେ। ଏହାସହିତ, ସେମିଳିଗୁଡ଼ା ସହୀଦ ଲକ୍ଷ୍ମଣ ନାୟକ୍ କଳାସି ସଂଘ ପ୍ରଥମଥର ପାଇଁ ଅଫିସ ସମ୍ମୁଖରେ ସ୍ୱାଧୀନତା ଦିବସ ପାଳନ କରିଲେ,ସଭାପତି ଡମ୍ବରୁ କାଡାମ୍ ଙ୍କ ନେତୃତ୍ୱରେ ସୂତ୍ରବାକ୍ୟ ମହାପୁରୁଷମାନଙ୍କ ତ୍ୟାଗ ବଳିଦାନକୁ ସ୍ମରଣ

କରି ସମୃଦ୍ଧ ଭାରତ ଗଠନ ଦିଗରେ ତ୍ରିରଙ୍ଗାର ସାନ୍ ସଦା ଗଗନଚୁମ୍ବି ହେଉ ଅନୁଷ୍ଠାନରେ ଏହି ସଂକଳ୍ପ ପୁନର୍ଦ୍ଧ୍ୱନିତ ହେଲା ଏଥି ମଧ୍ୟରୁ ଦେଓମାଳି ଅଟ ଆସିସନ୍ ପକ୍ଷରୁ ସେମିଳିଗୁଡ଼ା ବସଣ୍ଡାଡରେ ରହିଥିବା ଆମ୍ବେଦକର ଙ୍କ ମୃତ୍ତିରେ ପୁଷ୍ପମାଳ ଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିରେ ବିଭିନ୍ନ ସଂଘଠନର ଲୋକେ ସାମିଲ୍ ହୋଇଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button