ହର ଘର ତ୍ରିରଙ୍ଗା ପଦଯାତ୍ରାରେ ଗଣଶିକ୍ଷ। ମନ୍ତ୍ରୀ ଙ୍କ ଯୋଗ ଦ।ନ
ହର ଘର ତ୍ରିରଙ୍ଗା ପଦଯାତ୍ରାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଯୋଗଦାନ
ରାଇଘର :- 15/8 ଆଜାଦୀ କା ଅମୃତ ମହୋତ୍ସବ‘ର ଅଂଶରୂପେ ଆୟୋଜିତ ‘ ହର ଘର ତ୍ରିରଙ୍ଗା – ଘରଘର ତ୍ରିରଙ୍ଗା‘ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦାନ କରି, ଦେଶପ୍ରେମ ଓ ଜାତୀୟ ଏକତାର ଉତ୍ସାହକୁ ଅଧୂକ ପ୍ରବଳ କରିଦେଲେ।ପଦଯାତ୍ରାର ଆରମ୍ଭ ହେଲା ଜଗନ୍ନାଥ ମନ୍ଦି ର ପ୍ରାଙ୍ଗଣରୁ। ରାଇଘର ସହର ଦେଇ ଦେଶ ଭକ୍ତ ମ ୟ ସ୍ଲୋଗାନ ଓ ତ୍ରିରଙ୍ଗା ପତାକାର ଉଜ୍ଜ୍ଵଳ ପ୍ରଦର୍ଶନ ସହିତ, ଏହି ବିଶାଳ ରାଲି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଲା।ସେଠାରେ ମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଫୁଲମାଳା ଅର୍ପଣ କରି, ତାଙ୍କର ଅହିଂସା, ସତ୍ୟ ଓ ସ୍ୱାଧୀନତାର ପଥକୁ ସ୍ମରଣ କରିବା ସହ, ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲେ।ପରବର୍ତ୍ତୀ ସଭାରେ, କଲେଜର ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ କରି, ଦେଶ ପାଇଁ ଜୀବନ ନିବେଦନ କରି ଥିବା ସ୍ଵାଧୀନତା ସେନାନୀ ଓ ମହାପୁରୁଷମାନଙ୍କ ଜୀବନ, ତ୍ୟାଗ ଓ ସଂଘର୍ଷ ସମ୍ବନ୍ଧୀୟ ପ୍ରେରଣାଦାୟକ ଉଦ୍ବୋଧନ ଦିଆଗଲା। ମନ୍ତ୍ରୀ ତାଙ୍କର ଅଭିଭାଷଣରେ ଯୁବ ପିଢ଼ିକୁ ଦେଶ ପ୍ରତି ସଚେତନ, ଦାୟୀତ୍ଵଶୀଳ ଓ ସକ୍ରିୟ ନାଗରିକ ହେବାକୁ ଆହ୍ବାନ କଲେ। ସଭାରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଟିପିନ ବ୍ୟବସ୍ଥା ରହିଥିଲା, ଯାହାକି ମନ୍ତ୍ରୀ ସ୍ଵୟଂ ପ୍ରତ୍ୟେକଙ୍କୁ ନିଜ ହାତରେ ପରିବେଶନ କରି, ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଏକ ସ୍ନେହପୂର୍ଣ ଓ ସତିଗମ ଭ୍ରମ ଦେଇଦେଲେ । ଏହି ପଦଯାତ୍ରା ଓ ସଭା, ନାଗରିକମାନଙ୍କ ମନରେ
ତ୍ରିରଙ୍ଗା ପଦଯାତ୍ରା
ରାଇଘର ମଣ୍ଡଳ
ଦେଶପ୍ରେମର ଅଗ୍ନିଳ ଅଧୂକ ପ୍ରଜ୍ଵଳିତ କରି, “ହର ଘର ତ୍ରିରଙ୍ଗା” ଅଭିୟାନକୁ ଏକ ନୂଆ ଉଚ୍ଚତାକୁ ପହଞ୍ଚାଇଲା।ବୋଲି ଅବିଭାଷଣ ଦେଇଥିଲେ ।