Education

103 ମିନିଟ ଧରି ଭାରତ ର ପ୍ରଧାନମନ୍ତ୍ରୀ ଦେଲେ ଭାଷଣ ଲାଲକିଲ୍ଲା ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ଲମ୍ବା ବିକ୍ତବ୍ୟ

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ଲମ୍ବା ବିକ୍ତବ୍ୟ, ୧୦୩ ମିନିଟ୍ ଧରି ପ୍ରଧାନମନ୍ତ୍ରୀ ଦେଲେ ଭାଷଣ

 

 

 

 

 

 

 

 

 

 

 

August 15, 2025

 

 

 

୧୦୩ ମିନିଟ ଲମ୍ବା ଭାଷଣ

 

 

 

ନୂଆଦିଲ୍ଲୀ ୧୫/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧୂତ କରିଛନ୍ତି। ସେହି ସମୟରେ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରିଥିବାର ଦେଖୁବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଆନୁଷ୍ଠାନିକ ଭାବରେ ସଂଘର ବିଷୟରେ ଉଲ୍ଲେଖ ପ୍ରଥମ ଥର ପାଇଁ ଆଜି କରିଛନ୍ତି।

 

ସ୍ବାଧୀନତା ଦିବସ ଅବସରରେ ସେ କହିଛନ୍ତି ଯେ ଆରଏସଏସ ୧୦୦ ବର୍ଷ ଧରି ଅତ୍ୟନ୍ତ ଗର୍ବର ସହିତ ଦେଶ ସେବା କରିଛି। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏଥର ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେ ଲାଲକିଲ୍ଲାର ପ୍ରାଚୀରରୁ ସବୁଠାରୁ ଲମ୍ବା ଭାଷଣ ଦେଇଥୂଳେ ପ୍ରଧାନମନ୍ତ୍ରୀ ୧୦୩ ମିନିଟ ପାଇଁ ଦେଶକୁସମ୍ବୋଧୂତ କରି ଚାଲିଥିଲେ।

 

 

 

ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ୨୦୨୪ ମସିହାରେ ସବୁଠାରୁ ଲମ୍ବା ଭାଷଣ ଦେଇଥିଲେ। ସେ ୯୮ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ସେହି ସମୟରେ, ସେ ୨୦୨୩ ମସିହାରେ ୯୦ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ୨୦୨୨ ମସିହାରେ ୮୨ ମିନିଟ୍ ଏବଂ ୨୦୨୧ ମସିହାରେ ୮୮ ମିନିଟ୍ ପାଇଁ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠାରୁ ଛୋଟ ଭାଷଣ ୫୬ ମିନିଟ୍ ଥୁଲା, ଯାହା ୨୦୧୭ ମସିହାରେ ଦିଆଯାଇଥିଲା। ସେ ୨୦୧୪ ମସିହାରେ ଦେଶକୁ ୬୬ ମିନିଟ୍ ପାଇଁ ସମ୍ବୋଧୂତ କରିଥିଲେ।

 

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ‘ଆଜି ମୁଁ ଗର୍ବର ସହିତ ଉଲ୍ଲେଖ କରିବାକୁ ଚାହୁଁଛି ଯେ ୧୦୦ ବର୍ଷ ପୂର୍ବେ ଏକ ସଂଗଠନରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବିଷୟରେ

 

ମୋଦୀ କହିଥିଲେ ଯେ ଆରଏସଏସର ୧୦୦

 

ବର୍ଷର ସମର୍ପଣର ଇତିହାସ ରହିଛି। ଆଜିର

 

ଲାଲକିଲ୍ଲାର ପ୍ରାଚୀରରୁ, “ମୁଁ ଏହି ୧୦୦

 

ବର୍ଷର ଜାତୀୟ ସେବାରେ ଯୋଗଦାନ

 

ଦେଇଥିବା ସମସ୍ତ ସ୍ବେଚ୍ଛାସେବକଙ୍କୁ ସମ୍ମାନର

 

ସହିତ ସ୍ମରଣ କରୁଛି, ଏବଂ ଦେଶ ଗର୍ବିତ ଯେ

 

ଆରଏସଏସର ୧୦୦ ବର୍ଷର ମହାନ ସମର୍ପିତ

 

ଯାତ୍ରା ଆମକୁ ପ୍ରେରଣା ଦେଇ ଚାଲିବ” ବୋଲି

 

ମୋଦୀ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button