Education

ଉମରକୋଟ କୁ ଯାତାୟାତ ବ।ଧ। ପ୍ରାପ୍ତ

 

 

ଉମରକୋଟକୁ ଯାତାୟାତ ବାଧାପ୍ରାପ୍ତ

 

ନବରଙ୍ଗପୁର, ତ।:15/8

 

ନବରଙ୍ଗପୁରରୁ ଉମରକୋଟ ରାଜ୍ୟ ରାଜପଥ ରାସ୍ତା ଶୋଚନୀୟ ହୋଇପଡ଼ିଛି। ତେଣୁ ପୂର୍ତ ବିଭାଗ ଡିଭିଜନ୍ ଅଧିନରେ ଥିବା ରାସ୍ତାର ପ୍ରଶସ୍ତୀକରଣ କାମ ଜାରି ରହିଛି। ଏହି ରାସ୍ତାରେ ଧୋଡା଼ ନିକଟରେ ନାଙ୍ଗି ନଦୀ ଓ ଜଟାବାଲ ନିକଟର ପେଟଫୁଲା ନାଳ ଉପରେ ଉଚ୍ଚା ପୋଲ ନିର୍ମାଣ କାମ ଚାଲୁ ରହିଛି। ତେଣୁ ଅସରାଏ ବର୍ଷା ହେବା ମାତ୍ରକେ ଅସ୍ଥାୟୀ ପୋଲରେ ଲୋକେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଛି। ଏପରିକି ପୋଲ ଉପର ଦେଇ ପାଣି ଯିବା ସହ କାଦୁଅ ପଚପଚ ଯୋଗୁଁ ଭାରୀଯାନ ଅଟକି ରହୁଛି ।

 

ଉମରକୋଟକୁ ଯିବା ଆସିବା କରୁଥିବା ଯାନବାହନ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା | ଗତ ମାସର ଲଗାଣ ବର୍ଷାରେ ଏହୁ ଦୁଇ ଅସ୍ଥାୟୀ ପୋଲ ଭାସିଯାଇଥିଲା । ତେଣୁ ଦୁଇ ସପ୍ତାହ ହେବ ରାଜ୍ୟ ରାଜପଥ ନଂ୪୦ରେ ଯାତାୟାତ ହୋଇପଡ଼ିଛି। ଭାରୀଯାନ, ଟ୍ରକ୍ ଚଳାଚଳ ବନ୍ଦ ରହିଥିବା ବେଳେ ବସ୍ ଓ ଅନ୍ୟ ଛୋଟ ଯାନବାହନ ଗୁଡିକ ୩ କିଲୋମିଟର ସ୍ଥାନରେ ୨୦ କିଲୋମିଟର ବୁଲି ଯିବା ଆସିବା କରୁଛନ୍ତି।

 

 

 

ପରେ ମରାମତି କରାଯାଇଥିଲା | ଜଟାବାଲ ଫେଟପୁଲା ନାଳ ଉପରେ ୬ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ହାଇଲେଭେଲ ବ୍ରିଜ୍ ନିର୍ମାଣ କରାଯାଉଛି। ୮୦ ମିଟର ଲମ୍ବ ଓ ୧୨ ମିଟର ଓସାରର

 

 

 

 

 

ଏହି ପୋଲ କାମ ଜାରି ରହିଛି। ସମ୍ପ୍ରତି ଅସରାଏ ବର୍ଷା ହେ ହେବା ମାତ୍ରକେ ଜିଲ୍ଲା ସଦର ମହକୁ ମହକୁମା ସହ ୭ଟି ବ୍ଲକ ବାସିନ୍ଦାଙ୍କ  ସମେତ ରାୟପୁର ଯାଉଥିବା ଲୋକେ ନାହିଁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦେବାକୁ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button