Education

ନିମ୍ନ ମ।ନ ରାସ୍ତା କ।ମକୁ ନେଇ ଗ୍ରାମବାସୀ ମ।ନେ ତଦନ୍ତ ପ।ଇ ଦ।ବି କଲେ

ନିମ୍ନମାନ ରାସ୍ତା କାମକୁ ନେଇ ଗ୍ରାମବାସୀ ଅସନ୍ତୋଷ । ଭିଜିଲାନ୍ସ ତ ତଦନ୍ତ ଦାବି କଲେ ଗ୍ରାମବାସୀ

 

ରାଇଘର ,15/8 ଓଡ଼ିଶା ସରକାର ଯେଉଁଠି ଗ୍ରାମ ଉନ୍ନତିକୁ ଆଗରେ ରଖ୍ ବିଭିନ୍ନ ବିକାଶ ମୂଳକ କାମ କରୁଥିବା ବେଳେ ଏଠି ଠିକାଦାର ଓ ଯନ୍ତ୍ରୀ ସରକାରଙ୍କ ବିକଶିତ ଗାଁ, ବିକଶିତ ଭାରତ‘ ନାରାକୁ ଭୁଲ ସାବ୍ୟସ୍ତ କରୁଛନ୍ତି।ତେବେ ନବରଙ୍ଗପୁର ଜିଲ୍ଲାର

 

ଛତିଶଗଡ ସୀମାନ୍ତ ମୋହଣ୍ଡର ଛତିଶଗଡ ବୋଡ଼ର ଓ ମୁଣ୍ଡିବେଡା ପଂଚାୟତ ଅଧୀନ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାମ ବାଗବେଡା ଠାରୁ ଛତିଶଗଡ ବୋଡ଼ର ପର୍ଯ୍ୟନ୍ତ ନିର୍ମିତ ହେଉଥିବା ଏହି ରାସ୍ତାର କାମ କେବଳ ଦୁଇ ରୁ ତିନି ମାସ ହେବାକୁ ଯାଉଥିବାବେଳେ ମଧ୍ୟ ପିଚୁ ଉଠିଯାଉଛି।

 

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି କାମ ବେପରୱା ଭାବରେ କରାଯାଇଛି। କାମ ଚାଲିଥିବା ସମୟରେ ଡ଼ଷ୍ଟ ବିଛାଇବା, ଫିନିସିଂ, ପିଚୁ ତଥା ଓସାର ଅନୁଯାୟୀ ମାନଦଣ୍ଡ ରକ୍ଷା କରାଯାଇନଥିବା ଅଭିଯୋଗ ମିଳିଛି।ଠେକାଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକା ଏହି ରାସ୍ତା କାମ ଚାଲିଛି ତେବେ ମୋହଣ୍ଡ କାମ କୁ ‘ଫୋକସ ପ୍ଲସ‘ ଦ୍ବାରା ପ୍ରସାରଣ କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହା ଦ୍ଵାରା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉଠୁଛି ଏପରି ଅନିୟମ ରାସ୍ତା କାମ ଯଦି ଗ୍ରାମ ଉନ୍ନୟନ ବିଭାଗ ଅନୁମୋଦନରେ ଚାଲିଛି, ତେବେ ଏହି ବିଭାଗର ଦାୟିତ୍ଵ ଓ ନିୟନ୍ତ୍ରଣ କେଉଁଠି ? ସୂଚନା ଫଳକ ନାହିଁ, ମୋହଣ୍ଡ ଠାରୁ ଛତିଶଗଡ ବୋଡ଼ର ପର୍ଯ୍ୟନ୍ତ ଯାଉଥିବା ଏହି ରାସ୍ତାରେ କୌଣସି ତଥ୍ୟ ଫଳକ ବି ଲଗାଯାଇନାହିଁ । ଯାହା ଫଳରେ ଗ୍ରାମବାସୀ ଜାଣି ପାରୁ ନାହାନ୍ତି । ଅର୍ଥ ବ୍ୟୟ ହେଉଛି, କେଉଁ ଏଜେନ୍ଟ ନିର୍ମାଣ କାମ କରୁଛି, ତାହା କିଛି ଜଣାପଡୁନି।ତେବେ ଏହି ରାସ୍ତା କାମ କୁ ସରପଞ୍ଚ ପ୍ରତି ନିଧ୍ ଓ କଂଗ୍ରେସ ନେତା ସନରଜ ଗଣ୍ଡ ମଧ୍ଯ ବି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, “ ଗ୍ରାମ ଉ ଉନତି ନାମରେ ଲାଖ ଲାଖ ଟଙ୍କା ଖ ଖର୍ଚ ହେଉଛି, କିନ୍ତୁ ଲାଭ ମିଳୁଛି କେବଳ ଠେକାଦାର ଓ ଯନ୍ତ୍ରୀଙ୍କ ପକେଟକୁ ଯାଉଛି ତେବେ ବେ ସରପଞ୍ଚ ପ୍ରତିନିଧୂ ଙ୍କ କହିବା ଅନୁ ସାରେ ରେ ଯଦି ତଦନ୍ତ କରାଯିବ, ତେବେ ଠେକାଦାର-ଯନ୍ତ୍ରୀ ଗଠଜୋଡ଼ ଜଣାପଡିବ ଡିବ କହିଥିଲେ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button