ପଟ୍ଟ। ଅପେକ୍ଷା ରେ ଦଶ ହଜାର ହିତାଧିକାରୀ
ପଟ୍ଟା ଅପେକ୍ଷାରେ ୧୦ହଜାର ହିତାଧିକାରୀ
ନବରଙ୍ଗପୁର, 14/8
ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକରେ ଥିବା ୧୮୯ ପଞ୍ଚାୟତରେ ରାଜ୍ୟର ସର୍ବାଧିକ ଜଙ୍ଗଲ ଜମିପଟ୍ଟା ବଣ୍ଟାଯାଇଥିବା ସରକାରୀ ରେକର୍ଡ କହୁଛି ତେବେ ୨୦ ବର୍ଷ ପରେ ମଧ୍ୟ ଆହୁରି ୧୦ ହଜାର ହିତାଧକାରୀ ପଟ୍ଟା ପାଇନାହାନ୍ତି ।
ଗତ ୨୦୦୫ ମସିହାରୁ ଜଙ୍ଗଲ ଜମିପଟ୍ଟା ବିତରଣ କରିବା ଆରମ୍ଭ କରିଥିଲେ ସରକାର। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ଗତ ୧ ତାରିଖ ପର୍ଯ୍ୟନ୍ତ ୪୪୫୬୪ ଜଣ ହିତାଧିକାରୀ ଏକ ଲକ୍ଷ ଏକର ଜମିର ଅଧିକାର ପାଇଛନ୍ତି। ୩୧୮୬୨ ଜଣ ହିତାଧିକାରୀ ४९१०१.१४ এ৯৯ ରାଜସ୍ବ ଜଙ୍ଗଲ ଜମିପଟ୍ଟା ପାଇଛନ୍ତି। ସେହିପରି ୧୨୮୮୨ ଜଣ ହିତାଧିକାରୀଙ୍କୁ ବନ ବିଭାଗର ସଂରକ୍ଷିତ ଓ
ଅନ୍ୟ ଜଙ୍ଗଲର ୪୭୮୯୮.୦୬ ଏକର ଜମିପଟ୍ଟା ବିତରଣ କରାଯାଇଥିବା ସୂଚନା ମିଳିଛି| ସର୍ବାଧିକ ରାଇଘର, ଉମରକୋଟ, ଝରିଗାଁ, ଡାବୁଗାଁ ଓ ପାପଡ଼ାହାଣ୍ଡି ବ୍ଳକରେ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଇଛି | ଏହାବାଦେ ଝରିଗାଁ ବ୍ଲକର ୨୦୩ ଜଣ ହିତାଧିକାରୀ, ଡାବୁଗାଁ ବ୍ଲକର ୧୨ ଓ ପାପଡ଼ାହାଣ୍ଡି ବ୍ଲକର ୮ ଜଣ ଏଭଳି ୨୫୩ ଜଣ ହିତାଧିକାରୀଙ୍କୁ ୯୭୦.୨୬ ଏକର ରାଜସ୍ବ ଜଙ୍ଗଲ ଜମିପଟ୍ଟା ଦେବା ପାଇଁ ଡିଏଲସି ଅନୁମୋଦନ କରିଥିବା ବେଳେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଏହାକୁ ବିତରଣ କରିବେ ବୋଲି ସୂଚନା ମିଳିଛି। ଝରିଗାଁ ବ୍ଳକର ଭୀକ୍ଷା, କେନ୍ଦୁଗୁଡ଼ା, କୋଇଗା, ଚିଙ୍ଗୁଡିଗୁଡ଼ା, ବିଜାପୁର (ମଝିସାହି), ଜବାହାଣ୍ଡି, କଦଭଟା, ନିରୁଣ୍ଡି, ପରସଲା, ପୁରୁଲା ଏବଂ ବଇଁଶୀବନ୍ଧା, ହଳଦୀଗୁଡ଼ା ଗାଁକୁ ୧୧୭୮.୮୪ ଏକର ରାଜସ୍ବ
ଜଙ୍ଗଲ ଜମିପଟ୍ଟା ୧୧ଟି ଗୋଷ୍ଠୀକୁ ବଣ୍ଟନ ହେବା ତେବେ ଦୀର୍ଘ ୨୦ ବର୍ଷ ହେଲା ଜଙ୍ଗଲ ଜମିପଟ୍ଟା ବିତରଣ କାହିଁକି ସରୁନି ବୋଲି ଗତ କିଛିଦିନ ତଳେ ନବରଙ୍ଗପୁର ଗସ୍ତରେ ଆସିଥିବା ରାଜସ୍ବ ବୋର୍ଡର ଯୁଗ୍ମ ସଚିବ ଜିଲ୍ଲାପ୍ରଶାସନକୁ ପ୍ରଶ୍ନ କରିଥିଲେ। ପ୍ରକୃତ ଯୋଗ୍ୟ ହିତାଧିକାରୀ ଯେଭଳି ଜଙ୍ଗଲ ଜମିପଟ୍ଟା ପାଇବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଥିଲା। ଅପରପକ୍ଷରେ ବାହାର ରାଜ୍ୟର ବିଭିନ୍ନ ମକା କମ୍ପାନି ଓ ନୀଳଗିରି ଗଛ କମ୍ପାନିର ଦଲାଲମାନେ ବନବାସୀଙ୍କୁ ମକା ଚାଷ ଓ ନୀଳଗିରି ଗଛ ନାଁରେ ବାଟବଣା କରୁଛନ୍ତି। ତେବେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଯାଞ୍ଚ କରିବା ସହ ଜମିପଟ୍ଟା ବିତରଣ ପ୍ରକ୍ରିୟା ବନ୍ଦ ନ ହେଲେ ଜଙ୍ଗଲ ନଷ୍ଟ ହୋଇଯିବ ବୋଲି କହିଛନ୍ତି ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା |