ଏନ.ଏ. ସି ଏବଂ ସାବିତ୍ରୀ କଲେଜ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଭଞ୍ଜନଗର,୧୩/୮: ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ସହ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା,କନିଷ୍ଠ ଯନ୍ତ୍ରୀ ଇଂ.ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିଲେ।
ଏଥିସହ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ଶୋଭାଯାତ୍ରାରେ ସାମିଲ କରିବା ସହ ଆଖପାଖ ପରିବେଶ ସଫା ରଖିବା ସହ ଗଣତନ୍ତ୍ର ରାଷ୍ଟ୍ର ପ୍ରତି ରହିଥିବା ନିଜର କର୍ତ୍ତବ୍ୟ ସଂର୍ପକରେ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଏହି ଅବସରରେ କର୍ମଚାରୀ ମାନେ ସହରର ପ୍ରମୁଖ ସ୍ଥାନରେ ସଫେଇ କରିଥିଲେ।
ଏଥିସହ ସମସ୍ତଙ୍କ ଘର ଓ ମୁଖ୍ୟ ରାସ୍ତାରେ ତ୍ରିରଙ୍ଗା ପତକା ଲଗାଯାଇଥିବା ଦେଖିବାକୁ ମିଳିଛି। ସେହିପରି ସାବିତ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏବଂ କର୍ମଚାରୀ ମାନେ ମଧ୍ୟ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।ଜାତି,ଧର୍ମ,ବର୍ଣ୍ଣ ନିର୍ବଶେଷରେ ଆମେ ସମସ୍ତେ ସମାନ ଓ ବିଭିନ୍ନତା ମଧ୍ୟରେ ଏକତାର ପରିଚୟ ପ୍ରତିଟି ଭାରତୀୟଙ୍କ ବୋଲି ଅତିଥି ମାନେ କହିଥିଲେ।
ଏହାକୁ ଅଧ୍ୟକ୍ଷ ଡ଼.ସୁଶାନ୍ତ କୁମାର ମଲ୍ଲିକ ଶୁଭାରମ୍ଭ କରିଥିଲେ। ଏହା ଖାଲସି ସାହି ଦେଇ ମେନରୋଡ ବସଷ୍ଟାଣ୍ଡ ହନୁମାନ ମନ୍ଦିର ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ କଲେଜରେ ପହଞ୍ଚିଥିଲା।ଏଥିରେ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ।