Education

ଉପମୁଖ୍ୟମନ୍ତ୍ରୀଙ୍କ ରାଣୀପୁର। ଝରିଆଲ ପରିଦର୍ଶନ 88 କୋଟି ଟଙ୍କାର ଅନୁଦାନ ଘୋଷଣ।

ଉପମୁଖ୍ୟମନ୍ତ୍ରୀଙ୍କ ରାଣୀପୁର ଝରିଆଲ ପରିଦର୍ଶନ

 

୮୮ କୋଟି ଟଙ୍କାର ଅନୁଦାନ ଘୋଷଣା

 

ସିନ୍ଧେକେଲା, 14/8: ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ସୋମ‌ବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନରେ ଆସିଥିଲେ। ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପରେ ସୋମେଶ୍ବର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀଙ୍କ ସହ ପୀଠର ସୁବିଧା ଅସୁବିଧା ବିଷୟରେ ଆଲୋଚନା

 

କରିଥିଲେ। ବୁକ୍ ପ୍ରଶାସନ ତରଫରୁ ଆୟୋଜିତ ବୈଠକରେ ପ୍ରସ୍ତୁତ ହୋଇଥିବା ତିପିଆର୍ ବିଷୟରେ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପୀଠର ବିକାଶ କାର୍ଯ୍ୟ ପାଇଁ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କାର ପ୍ରଥମ ପର୍ଯ୍ୟାୟରେ ଅନୁଦାନ ଘୋଷଣା କରିଥିଲେ । ମନ୍ଦିର ଟ୍ରଷ୍ଟ କମିଟି ଆବାହକ ଅନିଲ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

 

ପରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ

 

ଉପମୁଖ୍ୟମନ୍ତ୍ରୀଙ୍କୁ ପୀଠକୁ ପହଞ୍ଚି ବିକାଶର ଡିପିଆର୍ ଦେଖାଇଥିବାରୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ କମିଟି ସଭାପତି ମାଣିକଚନ୍ଧ ଜୈନ, ସମ୍ପାଦକ କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, ଝରିଆଲ ସରପଞ୍ଚ ଭରଦ୍ବାଜ ଗହୀର, ସମିତି ସଭ୍ୟ ରାଜୁ ହାତୀ, ଗୋପୀନାଥ ସାହୁ, ରଶ୍ମିରଞ୍ଜନ ପୁଟେଲ, ନିତ୍ୟାନନ୍ଦ ପୃଷେଠ, ରମା ସାହୁ, ଜ୍ୟୋତି ସାହୁ, ନବଘନ ଇରାସଗ୍ରିଆ, ଯୁବରାଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

ରାନିପୁର-ଝରିଆଲ୍  ୮୮ କୋଟି

 

ଝରିଆଲ୍  ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନ ରେ ଆସିକରି ପୀଠର ବିକାଶ୍ ଲାଗି ୮୭ କୋଟି  ମହେଲା ପର୍ଯ୍ୟାୟରେ ଅନୁଦାନ୍ ଘୋଷଣା କରିଛନ୍ ।

 

 

 

ରାନିପୁର-ଝରିଆଲ୍ ର ଚଉଷଠି ଯୋଗିନୀ ପୀଠର୍‌ ଉନ୍ନତି ଲାଗି ୮୮ କୋଟି ଅନୁଦାନ ଘୋଷଣା

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button