ମକାପୁଟ ସେବାଶ୍ରମ କଡରେ ଆବଜନ। ଗଦ।
ମକାପୁଟ ସେବାଶ୍ରମ କଡ଼ରେ ଆବର୍ଜନା ଗଦା
ଦୁର୍ଗନ୍ଧମୟ ପରିବେଶରେ ପାଠପଢ଼ା
ଜୟପୁର, 14/8: ଜୟପୁର ମକାପୁଟ ଡମିଂୟାର୍ଡକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜୟପୁର ସହରର ଆବର୍ଜନା ଡମ୍ଫୟାର୍ଡ ପାଇଁ ୫୦ ମିଟର ଦୂରରେ ଥିବା ମକାପୁଟ ବାଳିକା ସେବାଶ୍ରମର ଛାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବିଦ୍ୟାଳୟର ପରିବେଶକୁ ଦେଖ୍ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅଭିଭାବକ ଆଙ୍ଗୁଳି ଉଠାଉଛନ୍ତି । ଡମ୍ଫୟାର୍ଡ ପାରିପାର୍ଶ୍ୱକ ଅଞ୍ଚଳରେ ଗଢ଼ି ଉଠିଥିବା ଜନବସତିର ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛରି । ଜୟପୁର ପୌରପରିଷଦ ଅଞ୍ଚଳରୁ ଓଳିଆ ସଂଗ୍ରହ କରି ମାକାପୁଟ ଏମ୍ସିସି (ମାଇକ୍ରୋ କମ୍ପଣ୍ଟିଂ ସେଣ୍ଟର)ରେ ରଖାଯାଉଛି । ସୀମିତ ସ୍ଥାନ ଭିତରେ ଓଳିଆ ରଖୁବାର ବ୍ୟବସ୍ଥା ହୋଇଛି । ତାହାକୁ ପାଳନ କରାଯାଉ ନାହିଁ ।
ଏମ୍ସିସି ପରିସର ଭିତରେ ଅଳିଆ ରଖିବା ବଦଳରେ ରାସ୍ତା ଉପରେ ପକାଇ ଦିଆଯାଉଛି । ମକାପୁଟ ଅଞ୍ଚଳବାସୀ ସେହି ରାସ୍ତା ଉପରେ ଚାଲିବା କଷ୍ଟକର ହେଉଛି । ସେବାଶ୍ରମ ନିକଟକୁ ଆବର୍ଜନା ଆସି ଗଦା ହେଲାଣି । ସେବାଶ୍ରମର ହଷ୍ଟେଲ ଭିତରେ ରହୁଥିବା ୨୫୦ ଛାତ୍ରୀ ଦୁର୍ଗନ୍ଧମୟ ପରିବେଶରେ ଜୀବନ
ବିତାଉଛନ୍ତି । ଆଦିବାସୀ ଛାତ୍ରୀମାନେ ପାଠ ପଢ଼ିବାକୁ ଉଚିତ ମଣୁ ନାହାନ୍ତି । ଦୁର୍ଗନ୍ଧମୟ
ପରିବେଶ ସମ୍ପର୍କରେ ଛାତ୍ରୀମାନେ ନିଜ ପରିବାର ଲୋକଙ୍କୁ ଜଣାଇଛନ୍ତି । ସେମାନେ ନିଜ ଘରକୁ ଯିବା ପାଇଁ ଗୁହାରି କରିଛନ୍ତି । ସେହି ସ୍ଥାନରେ ମଶା, ମାଛି ବଂଶ ବୃଦ୍ଧି ପାଉଛି । ପାଠ ପଢ଼ିବା ଏବଂ ଭୋଜନ ସମୟରେ ମଶା, ମାଛିଙ୍କ ଦାଉରୁ ଛାତ୍ରୀମାନଙ୍କୁ ମୁକ୍ତି ମିଳୁନି । ସେବାଶ୍ରମରେ ଛାତ୍ରୀଙ୍କ ବ୍ୟତୀତ ଆଖପାଖ ଅଞ୍ଚଳରୁ ୩୫ ଛାତ୍ରୀ ଦୈନିକ ଆସି ପାଠ
୨୫୦ ଛାତ୍ରୀଙ୍କୁ ସଂକ୍ରମଣ ଭୟ
ପଢୁଛନ୍ତି । ସେମାନେ ବିଦ୍ୟାଳୟ ପାଖ ଓଳିଆ ଗଦାକୁ ଦେଖ୍ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ଓଳିଆ ଏମ୍ସିସି ପରିସରରୁ ବାହାରି ନିର୍ମାଣାଧୀନ ଉମୁରୀ-ଗେଟଗୁଡ଼ା ବାଇପାସ୍ ଉପରେ ପଡ଼ୁଛି । ରାସ୍ତା ଉପରେ ଅଳିଆ ନ ପକାଇବାକୁ ବିଦ୍ୟାଳୟର କର୍ତ୍ତୃପକ୍ଷ କହୁଛନ୍ତି । ସେମାନଙ୍କ କଥା କେହି ଶୁଣୁ ନାହାନ୍ତି । ବର୍ଷା ହେଲେ ସ୍ଥିତି ବେହାଲ ହୋଇଯିବ ବୋଲି ମକାପୁଟ ଅଞ୍ଚଳବାସୀ କହିଛନ୍ତି । ପ୍ରବଳ ବର୍ଷା ହେଲେ ଓଳିଆ ଗଦାରୁ ଭୟଙ୍କର ଦୁର୍ଗନ୍ଧ
ହେଉଛି । ଛାତ୍ରୀମାନେ ଅସହ୍ୟ ହୋଇ ପଡ଼ିଲେଣି । ବର୍ଷା ଦିନରେ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି । ହଇଜା, ମହାମାରୀ ବ୍ୟାପିବା ଆଶଙ୍କା କରାଯାଉଛି । ସବୁଜାଣି ପ୍ରଶାସନ ଚୁପ ରହିଛି । ପୌର ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଦୁର୍ଗନ୍ଧମୟ ପରିବେଶରେ ପିଲାମାନେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଉକ୍ତ ଘଟଣାକୁ ନେଇ ଆଗାମୀ ଦିନରେ ଆଦିବାସୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚର୍ଚ୍ଚା ହେଉଛି । ରାସ୍ତା ଉପରେ ଅଳିଆ ଗଦା ହେଉଥିବାରୁ ଜନବସତି ଭିତରକୁ କୀଟପତଙ୍ଗ ପଶି ଆସୁଛନ୍ତି । ମାଛି ଉପଦ୍ରବ ବୃଦ୍ଧି ପାଉଥିବା ନେଇ ଡମ୍ଫାୟାର୍ଡ ନିକଟରେ ଘର କରି ରହୁଥିବା ପରିବାର ଲୋକେ ମତ ଦେଇଛନ୍ତି । ଏମ୍ସିସି ଭିତରେ ଓଳିଆ ପକାଇବାକୁ ନିର୍ଦେଶ ରହିଛି । ଯଦି ରାସ୍ତା ଉପରକୁ ଓଳିଆ ଆସି ଯାଇଛି । ତୁରନ୍ତ ସଫା କରିବାକୁ ନିର୍ଦେଶ ଦିଆଯିବ ବୋଲି ଜୟପୁର ଉପଜିଲାପାଳ ତଥା ପୌର ପରିଷଦ ନିର୍ବାହୀ ଅଧିକାରୀ ଆକାବରମ ସସ୍ୟା ରେଡ୍ଡୀ ପ୍ରକାଶ କରିଛନ୍ତି । ତୁରନ୍ତ ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।