Education

ଆମ୍ପାବାଲି ହାଇସ୍କୁଲରେ ଡ଼. ଯଦୁପତି ସିଂହାନିଆ ଶ୍ରଦ୍ଧା ବାର୍ଷିକ ଉତ୍ସବ।

କୋରାପୁଟ, ୧୪/୦୮: JK ସିମେଣ୍ଟର CSR ପ୍ରୟାସରେ 300 ଛାତ୍ରଛାତ୍ରୀଙ୍କୁ ପେନ୍–ଖାତା ବଣ୍ଟନ କୋରାପୁଟ ଜିଲ୍ଲା ସୀମାନ୍ତ ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଆମ୍ପାବାଲି ହାଇସ୍କୁଲରେ ଡ଼. ଯଦୁପତି ସିଂହାନିଆ ଶ୍ରଦ୍ଧା ବାର୍ଷିକ ଉତ୍ସବ ଅବସରରେ JK ସିମେଣ୍ଟ କାରଖାନା ପକ୍ଷରୁ CSR କାର୍ଯ୍ୟକ୍ରମ ଆୟୋଜିତ ହେଲା। କାର୍ଯ୍ୟକ୍ରମରେ ସ୍କୁଲର 300 ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଶୁଣା ସାମଗ୍ରୀ ପେନ୍ ଓ ଖାତା ବଣ୍ଟନ କରାଯାଇଥିଲା।

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ JK ସିମେଣ୍ଟ କାରଖାନାର କର୍ମଚାରୀ ପୀୟୂଷ କୁମାର, ସୁବାଷ କୁମାର ଜେନା, ସଞ୍ଜୟ ପାଟନି (ବୈଷୟିକ), ଏବଂ ପବିତ୍ର କୁମାର ପରିଡା (ମାନବ ସମ୍ବଲ) ଉପସ୍ଥିତ ଥିଲେ। ଗାଁର ବୁଦ୍ଧିଜୀବୀ ଓ ସମାଜସେବୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ମୁଖ୍ୟ ଆଂଶ:ଡ଼. ଯଦୁପତି ସିଂହାନିଆ ଶ୍ରଦ୍ଧା ବାର୍ଷିକ ଉତ୍ସବ ଅବସର JK ସିମେଣ୍ଟର CSR ଅଭିଯାନ 300 ଛାତ୍ରଛାତ୍ରୀଙ୍କୁ ପେନ୍ ଓ ଖାତା ବଣ୍ଟନ ସ୍କୁଲ ପ୍ରଶାସନ, କାରଖାନା କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସକ୍ରିୟ ଯୋଗଦାନ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button